କରୋନାର ଲକ୍ଷଣ ମଧ୍ୟରେ କାଶ, ଥଣ୍ଡା, ଜ୍ୱର ଅନ୍ତର୍ଭୁକ୍ତ । ହେଲେ ବର୍ତ୍ତମାନ ଆଖିକୁ ଅସ୍ପଷ୍ଟ ଦେଖାଯିବା ଏବଂ ଆଖିରେ ଶୁଷ୍କତା ସମସ୍ୟା କରୋନା ଲକ୍ଷଣରେ ଯୋଡ଼ି ହୋଇଯାଉଛି । ନିକଟରେ ଚାଇନିଜ୍ ୟୁନିର୍ଭସଟି ଅଫ୍ ହଂକଂର ବୈଜ୍ଞାନିକମାନେ ଏକ ଅନୁସନ୍ଧାନରେ କହିଛନ୍ତି ଯେ କରୋନାରେ ସଂକ୍ରମିତ ୨୦% ଲୋକଙ୍କର ଆଖିରେ ଶୁଷ୍କତା ପରିଲିଖିତ ହୋଇଛି । ଏନେଇ ଅନୁସନ୍ଧାନକାରୀମାନେ ୧ ରୁ ୩ ମାସ ମଧ୍ୟରେ କରୋନାରୁ ସୁସ୍ଥ ହୋଇଥିବା ୨୨୮ ରୋଗୀଙ୍କ ଉପରେ ପରୀକ୍ଷଣ କରିଥିଲେ । ଏହି ରୋଗୀମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟକୁ ୧୦୯ ଜଣ ସୁସ୍ଥ ଲୋକଙ୍କ ସହିତ ତୁଳନା କରିଥିଲେ । ଏହାପରେ ଏଥିରୁ ଜଣାପଡ଼ିଲା ଯେ କରୋନା ସଂକ୍ରମିତ ପ୍ରତ୍ୟେକ ୫ ମଧ୍ୟରୁ ଜଣଙ୍କଠାରେ ଶୁଷ୍କ ଚକ୍ଷୁ ଲକ୍ଷଣ ରହିଛି । ଏଥିସହ ସେମାନେ ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଆଲୋକ ପ୍ରତି ସମ୍ବେଦନଶୀଳତା ଏବଂ ଆଖି ଫୁଲିବା କିମ୍ବା ଲାଲ୍ ହେବା ପରି ସମସ୍ୟା ଭୋଗୁଛନ୍ତି । ତେବେ କରୋନାର ଆଖି ସହିତ କଣ ସଂଯୋଗ ରହିଛି, ତାହାକୁ ନେଇ ୨୦୨୧ ମସିହାରେ ଏକ ଅନୁସନ୍ଧାନ କରାଯାଇଥିଲା । ଏଥିରେ ମଧ୍ୟ କୁହାଯାଇଥିଲା ଯେ ପ୍ରତି ୧୦ ଜଣ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ଆଖି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରିସର୍ଚ୍ଚରେ ଏହା ମଧ୍ୟ କୁହାଯାଇଛି ଯେ ଆଖି ରୋଗର କାରଣ କରୋନା ଏବଂ ଏସିଇଟୁ ଏନଜାଇମ ମଧ୍ୟରେ ଏକ ଲିଙ୍କ ହୋଇପାରେ ।
ଏସିଇଟୁ ଏନଜାଇମ ସାହାଯ୍ୟରେ କରୋନା ମନୁଷ୍ୟ ଶରୀରରେ ପ୍ରବେଶ କରେ । ଏହାପରେ ଭାଇରସ ଆଖିରେ ଥିବା କୋଷଗୁଡ଼ିକୁ ସଂକ୍ରମିତ କରେ, ଯାହାଦ୍ୱାରା ଆଖିରେ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ରୋଗ କିଛି ସପ୍ତାହ ମଧ୍ୟରେ ଭଲ ହୋଇଯାଉଛି । ଯଦି କିଛି ସୁଧାର ଆସୁନାହିଁ, ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଏକ ଭଲ ସମାଧାନ ହେବ । ଏହା ବ୍ୟତୀତ ଶୁଷ୍କ ଆଖିରୁ ଆରାମ ପାଇବା ପାଇଁ ଆପଣ ଘରୋଇ ଉପଚାର ଗ୍ରହଣ କରିପାରିବେ । ଯଥା: ପ୍ରବଳ ପବନ, ଧୂଆଁରୁ ଆଖିକୁ ଦୂରେଇ ରଖନ୍ତୁ । ପର୍ଯ୍ୟାପ୍ତ ପରିମାଣର ପାଣି ପିଅ;ୁ ।
More Stories
ନିୟନ୍ତ୍ରଣ ହୋଇଯିବ ଉଚ୍ଚ ରକ୍ତଚାପ, ଖାଆନ୍ତୁ ଏହି ସବୁ ଦ୍ରବ୍ୟ
ଓଜନ ହ୍ରାସରେ ରାମବାଣ ଲାଉ ଜୁସ୍
ବଟର ବନାମ ଘିଅ: କାହାକୁ ଖାଇବା ସ୍ବାସ୍ଥ୍ୟପକ୍ଷେ ଭଲ