The Topmost

“The eyes believe themselves, the ears believe other people.”

COVID-19 can be cause of low sleep

COVID-19 can be cause of low sleep

କରୋନା କାରଣରୁ ଦୁନିଆରେ ଲୋକଙ୍କ ନିକଟରେ ଅନେକ ସମସ୍ୟା ଦେଖାଦେଇଛି। ସମସ୍ତ ସମସ୍ୟା ମଧ୍ୟରେ ନିଦ୍ରା ଜନିତ ସମସ୍ୟା ଅଧିକ। କରୋନା ଯେପରି ଲୋକଙ୍କର ନିଦ ହଜାଇ ଦେଇଛି। ରୟାଲ ଫ୍ଲିପ୍ ନାମକ ଏକ ସଂସ୍ଥା ଏ ବିଷୟରେ ଗବେଷଣା କରି ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁସାରେ ୪୦ ପ୍ରତିଶତ ଲୋକଙ୍କର କରୋନା ସମୟରେ ଚାଲିଥିବା ଲକ୍ଡାଉନ ସମୟରେ ନିଦ ସମସ୍ୟା ଦେଖାଯାଇଛି। ଏହି ସଂସ୍ଥା ୧୩ଟି ଦେଶକୁ ନେଇ ନିଜର ଗବେଷଣା କରିଥିଲା। ସର୍ଭେ ସମୟରେ ୩୭ ପ୍ରତିଶତ ଲୋକ ମାନିଥିଲେ ସେମାନଙ୍କର ନିଦ ସମସ୍ୟା ଆରମ୍ଭ ହୋଇଛି। ସେହିଭଳି ଏହି ସର୍ଭେରେ ସାମିଲ ଥିବା ଯୁବ ଗୋଷ୍ଠୀଙ୍କ ମଧ୍ୟରୁ ୭୦ ପ୍ରତିଶତ ମାନିଥିଲେ କରୋନା ଆରମ୍ଭ ହେବା ପରେ ସେମାନଙ୍କୁ ନିଦ ଠିକ୍ରେ ହେଉ ନାହିଁ। ଏଥିସହିତ ଅନେକ ସମସ୍ୟା ମଧ୍ୟ ଦେଖାଦେଇଛି। ସେହିଭଳି ମହିଳାଙ୍କ କ୍ଷେତ୍ରରେ ନିଦ ନହେବା ସମସ୍ୟା ବେଶି ପରିଲକ୍ଷିତ ହେଉଛି। ଏହି ସମସ୍ୟାକୁ ସ୍ଲିପ୍ ନ୍ୟୁରୋଲୋଜିଷ୍ଟ କୋଭିଡ୍ସୋମ୍ନିଆ ନାମ ଦେଇଛନ୍ତି। ତେବେ ଏହି ସମସ୍ୟା ପଛରେ ବୈଜ୍ଞାନିକମାନେ ଅନେକ କାରଣ ଦର୍ଶାଇଛନ୍ତି। କରୋନା ସଂକ୍ରମଣର ଡର, ପରିବାର ତଥା ସମ୍ପର୍କୟୀଙ୍କର ସ୍ୱାସ୍ଥ୍ୟ ପ୍ରତି ଚିନ୍ତା, ଆର୍ଥିକ ଚିନ୍ତା ଆଦି ରହୁଛି। କରୋନା କାରଣରୁ ଲୋକଙ୍କ ମନରେ ଡର ସହିତ ଚିନ୍ତା ବଢି ଚାଲିଛି, ଯାହା ସେମାନଙ୍କ ନିଦ ଉପରେ ସିଧା ପ୍ରଭାବ ପକାଉଛି। ବ୍ରିଟେନର ସାଉଥ୍ମ୍ପଟନ ୟୁନିଭର୍ସିଟିର ରିସର୍ଚ ହିସାବରେ ଲକ୍ଡାଉନ୍ ସମୟରେ ଚୀନରେ ଇନ୍ସୋମେନିଆର ହାର ୧୪.୬ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢିଛି। ସେହିଭଳି ଇଟାଲିରେ ଏହା ବଢି ୪୦ ପ୍ରତିଶତ ହୋଇଛି।

COVID-19 can be cause of low sleep
COVID-19 can be cause of low sleep @thetopmost-01

https://thetopmost.in/?p=1251

https://thetopmost.in/?p=1247

https://thetopmost.in/?p=1239

https://thetopmost.in/?p=1236

https://thetopmost.in/?p=1221

ତେବେ ଏହି ରୋଗର ଲକ୍ଷଣ ଦେଖାଦେଲେ ହେଳା କରନ୍ତୁ ନାହିଁ। ଲକ୍ଷଣ ଯେପରିକି ବାରମ୍ବାର ଅଧାରୁ ନିଦ ଭାଙ୍ଗିବା, ଦିନରେ ହାଲିଆ ଲାଗିବା ସହିତ ନିଦ ଆସିବା, ରାତିରେ ଡେରିରେ ଶୋଇ ମଧ୍ୟ ସକାଳୁ ଜଲଦି ନିଦ ଭାଙ୍ଗିବା ଆଦି। ଏଭଳି ସମସ୍ୟା ଦେଖାଦେଲେ ହେଳା ନକରି ତୁରନ୍ତ ଡାକ୍ତର ପରାମର୍ଶ କରନ୍ତୁ। ଇନ୍ସୋମେନିଆ କାରଣରୁ ହୃତଘାତ, ମୋଟାପଣ, ଟାଇପ୍ ୨ ଡିଜିଜ୍ ଭଳି ଅନେକ ସମସ୍ୟା ଦେଖାଦେଇଥାଏ।