The Topmost

“The eyes believe themselves, the ears believe other people.”

spider

Spider in mars, rumor or fact!

ମଙ୍ଗଳରେ ଜୀବନ ନେଇ ଗବେଷଣା ଜାରି ରହିଛି। ଏଠାରେ ମିଳୁଥିବା ଅଜବ ଜିନିଷର ରହସ୍ୟ ମଧ୍ୟ ଉନ୍ମୋଚନ ହେଉଛି। ତେବେ ମଙ୍ଗଳରେ ଅଙ୍କା ହୋଇଥିବା ବୁଢିଆଣି ଆକୃତି ପଛରେ ଥିବା ରହସ୍ୟରୁ ପରଦା ହଟାଇବା ପାଇଁ ବୈଜ୍ଞାନିକ ମାନେ ଆଉ ଏକ ପାଦ ଆଗେଇଛନ୍ତି। ଏହି ଚିହ୍ନକୁ ଆରେନିଫର୍ମ କୁହାଯାଏ। ଏହା ପୃଥିବୀରେ କୌଣସି ଯାଗାରେ ମିଳୁନଥିବା ବେଳେ ମଙ୍ଗଳରେ କିଭଳି ଦେଖିବାକୁ ମିଳିଲା ସେ ନେଇ ଦ୍ୱନ୍ଦ ଲାଗିରହିଛି। ତେବେ କାର୍ବନଡାଇଅକ୍ସାଇଡ୍ର ବରଫ ନତରଳିକି ବାଷ୍ପରେ ପରିଣତ ହେବାରୁ ଏହାର ପ୍ରଭାବରେ ଏ ସବୁ ଆକୃତି ତିଆରି ହୋଇଛି ବୋଲି ବର୍ତ୍ତମାନ ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ବ୍ରିଟେନ୍ ଓ ଆୟରଲ୍ୟାଣ୍ଡର ବୈଜ୍ଞାନିକମାନେ ନିଜ ଓପନ୍ ୟୁନିଭର୍ସିଟି ମାସ ସେମ୍ୟୁଲେଶନ ଚାମ୍ବରର ସହଯୋଗରେ ମଙ୍ଗଳ ଭଳି ପରିବେଶ ସୃଷ୍ଟି କରି ଏହି ପ୍ରିକ୍ରିୟାର ପରୀକ୍ଷା କରିଥିଲେ। ଏଥିପାଇଁ କାର୍ବନଡାଇଅକ୍ସାଇଡ ବରଫରେ କଣା କରାଯାଇ ଅଲଗା ଅଲଗା ଆକୃତିରେ ଏହାକୁ ବୁଲା ଗଲା । ଏହାପରେ ମଙ୍ଗଳ ଭଳି ଏହି ଘରର ଚାପକୁ କମ କରାଗଲା ଓ କ୍ୟୁବ୍ ଗୁଡିକୁ ତଳେ ରଖାଗଲା।

https://thetopmost.in/?p=1247

https://thetopmost.in/?p=1239

https://thetopmost.in/?p=1236

https://thetopmost.in/?p=1217

spider
spider @thetopmost-01

ଏହାପରେ କିଛି ସମୟ ପରେ କ୍ୟୁବ୍କୁ ସେହି ସ୍ଥାନରୁ କଢାଯାଇଥିଲା। ତେବେ ସେହି ସ୍ଥାନରେ ବୁଢିଆଣୀ ଆକୃତି ଅଙ୍କାଯାଇଥିବା ଦେଖିବାକୁ ମିଳିଥିଲା। ଏହା ଗ୍ୟାସ କାରଣରୁ ତିଆରି ହୋଇଥିଲା। ବସନ୍ତ ଋତୁରେ ସୂର୍ଯ୍ୟ କିରଣ ବରଫ ଭିତର ଦେଇ ତଳ ପରସ୍ତକୁ ଗରମ କରେ ଯାହାଫଳରେ ବରଫ ବାଷ୍ପରେ ପରିଣତ ହୋଇଥାଏ। ଏହା ଦ୍ୱାରା ସୃଷ୍ଟି ହେଉଥିବା ଚାପ କାରଣରୁ ଏଭଳି ବୁଢିଆଣୀ ଆକୃତି ସୃଷ୍ଟି ହୁଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ତେବେ ଏହା ପଛରେ କୌଣସି ସ୍ପଷ୍ଟ ପ୍ରମାଣ ନାହିଁ।