The Topmost

“The eyes believe themselves, the ears believe other people.”

no makeup look dibya kosla kumar

ଟ୍ରେଣ୍ଡ କରୁଛି ନୋ ମେକଅପ୍‌ ଲୁକ୍‌

ଟି-ସିରିଜ କମ୍ପାନୀ ମାଲିକ ଭୂଷଣ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିବ୍ୟା ଖୋଲସା କୁମାର ବିୟୁଟି, ଫ୍ୟାଶନ ଏବଂ ଟ୍ୟାଲେଣ୍ଟ ପାଇଁ ଇଣ୍ଡଷ୍ଟ୍ରୀରେ ଜଣାଶୁଣା । ସେ ଅଭିନେତ୍ରୀ ହେବା ସହ ନିର୍ମାତା ଏବଂ ନିର୍ଦ୍ଦେଶକ ରୂପେ ଅନେକ କାମ କରିଛନ୍ତି । ଏଥିସହ ତାଙ୍କର ସୌନ୍ଦର୍ଯ୍ୟକୁ ନେଇ ସର୍ବଦା ବି-ଟାଉନରେ ଚର୍ଚ୍ଚା କରାଯାଇଥାଏ । ନିକଟରେ ଦିବ୍ୟା ଏକ ପୁରସ୍କାର ସମାରୋହରେ ବିନା ମେକଅପ୍‌ ଲୁକ୍‌ରେ ପହଞ୍ଚିଥିଲେ । ତାଙ୍କ ନେଚୁରାଲ୍‌ ବିୟୁଟି ଦେଖି ଲୋକମାନେ ତାଙ୍କ ଲୁକ୍‌ର ବେଶ୍‌ ପ୍ରଶଂସା କରିଛନ୍ତି । ଦିବ୍ୟା ଏହି ସମାରୋହରେ କଳା ରଙ୍ଗର ଡ୍ରେସ୍‌ରେ କେବଳ ଲିପ୍‌ ବାମ ଏବଂ ମସ୍କାର ଲଗାଇଥିବା ନଜର ଆସିଥିଲେ । ବିନା ମେକଅପ୍‌ରେ ସେ ବହୁତ ଆକର୍ଷଣୀୟ ଏବଂ ଚେହେରାରେ ଦୃଢ ଆତ୍ମବିଶ୍ୱାସ ଦେଖିବାକୁ ମିଳିଥିଲା । ତେବେ ମିଡିଆ ଅନୁଯାୟୀ ପ୍ରଥମ ଥର ପାଇଁ କୌଣସି ଅଭିନେତ୍ରୀ ଆୱାର୍ଡ ସମାରୋହକୁ ବିନା ମେକଅପ୍‌ରେ ପହଞ୍ଚିଥିଲେ ।

https://thetopmost.in/?p=1231

https://thetopmost.in/?p=1225

https://thetopmost.in/?p=1221

https://thetopmost.in/?p=1165

ଏହାକୁ ମଧ୍ୟ ନିଜ ସୋସିଆଲ ମିଡିଆରେ ପୋଷ୍ଟରେ ସ୍ୱୀକାର କରିଛନ୍ତି । ଦିବ୍ୟା ଖୋସଲା କୁମାର ନିଜ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ‘ଆବଶ୍ୟକ ନହେଲା ପର୍ଯ୍ୟନ୍ତ ସେ ତାଙ୍କ ପ୍ରଫେସନରେ ମେକଅପ୍‌ର ବ୍ୟବହାର କରନ୍ତି ନାହିଁ ।’ ତେବେ ନିକଟରେ ଆୟୋଜିତ ଏହି ପ୍ରତିଷ୍ଠିତ ଆୱାର୍ଡ ଫଙ୍କସନରେ ଦିବ୍ୟାଙ୍କୁ ବିୟୁଟି ଆୱାର୍ଡରେ ସମ୍ମାନିତ କରାଯାଇଛି । ରେଡ୍‌ କାର୍ପେଟରେ ତାଙ୍କ ନୋ ମେକଅପ୍‌ ଲୁକ୍‌ ଏବେ ଭାଇରାଲ ହେବାରେ ଲାଗିଛି ।