The Topmost

“The eyes believe themselves, the ears believe other people.”

g

ପରୀକ୍ଷା ପାଇଁ ପ୍ରସ୍ତୁତି

କରୋନା ମହାମାରୀ ପାଇଁ ଚାଲିଥିବା ଲକ୍ଡାଉନ୍ ଅନ୍ଲକ୍ ହେବା ପରେ ସ୍କୁଲ୍ କଲେଜ ଖୋଲିଛି। କିଛି ମାସ ପରେ ଆରମ୍ଭ ହେବ ସେମାନଙ୍କର ପରୀକ୍ଷା। ୨୦୨୧ରେ ଯେଉଁମାନେ ପରୀକ୍ଷାଦେବେ ସେମାନେ ଏକ ଇତିହାସ ରଚିବେ। ତେବେ ଏହି ସମୟରେ ସେମାନଙ୍କୁ ଅଧିକ ଗୁରୁତ୍ୱଦେଇ ପଢିବାକୁ ହେବ। ଆସନ୍ତୁ ଜାଣିବା ସେ ନେଇ କିଛି
୧. ସମୟାନୁବର୍ତ୍ତୀ
ସଫଳତା ଖୋଜିବା ପାଇଁ ସମୟ ପରିଚାଳନା ହେଉଛି ଚାବିକାଠି। ପରୀକ୍ଷା ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ହଲରେ କିଭଳି ସମୟ ଏକ ପ୍ରଭାବଶାଳୀ ଦିଗ ତାହା ଜାଣିବା ଆବଶ୍ୟକ। ଏହା ଜ୍ଞାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ଛାତ୍ରମାନେ ସେମାନଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ସହିତ ସମୟ ପରିଚାଳନାର ଅଭ୍ୟାସ କରିବା ଆବଶ୍ୟକ।
୨. ରିଭିଜନ
ରିଭିଜନ କରିବାକୁ କେବେ ବି ଭୁଲନ୍ତୁ ନାହିଁ। ଏହାକୁ ଅଭ୍ୟାସରେ ପକାନ୍ତୁ। କରୋନା କାରଣରୁ ଆପଣଙ୍କୁ ପର୍ଯ୍ୟାପ୍ତ ସମୟ ମିଳୁଥିବାରୁ ଏହାକୁ ରିଭିଜନ୍ରେ ଲଗାନ୍ତୁ। ଏଭଳି କରିବା ଦ୍ୱାରା ପାଠ ମନେ ରହିବା ସହ ଚିନ୍ତା ମୁକ୍ତ ରହିବେ।
୩. ଶାନ୍ତି ବାତାବରଣ
ସର୍ବଦା ପଢିବା ପାଇଁ ଏକ ସ୍ଥିର ଏବଂ ଶାନ୍ତ ବାତାବରଣ ବନାନ୍ତୁ। ଏଭଳି ପରିବେଶ ରଖନ୍ତୁ ଯାହା ଆପଣଙ୍କୁ ପଢିବା ପାଇଁ ଇଚ୍ଛା ଶକ୍ତିକୁ ବଢାଇବ। ଏହା ଛାତ୍ରଙ୍କୁ ସଫଳତା ହାସଲ କରିବାରେ ସାହାଯ୍ୟ କରିବ। ଟିଭି, ସଙ୍ଗୀତ, ଖେଳ, ହୋ ହଲ୍ଲା ଆଦିରୁ ଦୂରେଇ ରୁହନ୍ତୁ। ସେହିଭଳି ପଢାସ୍ଥାନକୁ ସଫାସୁତୁରା ରଖନ୍ତୁ। ଆଲୋକର ଭଲ ପ୍ରବନ୍ଧ କରନ୍ତୁ।
୪. ବ୍ୟାୟାମ
ପରୀକ୍ଷାରେ ଭଲ କରିବା ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ବ୍ୟାୟାମର ଆବଶ୍ୟକ ରହିଛି। ବତ୍ତ ର୍ମାନ କରୋନା କଟକଣା ପାଇଁ ବାହାରକୁ ବେଶି ଯାଇ ହେଉ ନାହିଁ। ତେଣୁ ଘରେ ଛୋଟଛୋଟ ବ୍ୟାୟାମ କରନ୍ତୁ। ଏଭଳି କରିବା ଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲ ରହିବା ସହିତ ପଢିବା ପାଇଁ ମଧ୍ୟ ଇଚ୍ଛା ହେବ। ସେହିଭଳି ଖାଦ୍ୟପେୟରେ ମଧ୍ୟ ଧ୍ୟାନ ଦିଅନ୍ତୁ। ବାହାରର ଖାଇବାଠାରୁ ଦୂରେଇ ରୁହନ୍ତୁ। ନିଜ ପସନ୍ଦର ଖାଦ୍ୟ ଘରେ ଖାଆନ୍ତୁ।
୫. ସାହାଯ୍ୟ ନେବାକୁ ପଛାନ୍ତୁ ନାହିଁ
ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହେଲା ଏହି ସମୟରେ ଏକୁଟିଆ ରୁହନ୍ତୁ ନାହିଁ। ଯଦି କାହାର ସାହାଯ୍ୟ ଦରକାର ହେଉଛି ତାହେଲେ ଏଥିରେ ପଛାନ୍ତୁ ନାହିଁ। ପରୀକ୍ଷା ପାଇଁ ଚିନ୍ତା ନ କରି ପାଠ ପଢନ୍ତୁ। ଶରୀର ସହିତ ନିଜ ମନକୁ ଫିଟ୍ ରଖନ୍ତୁ। ନିଜ ଭାବନାକୁ ପରିବାର ସଦସ୍ୟଙ୍କ ଆଗରେ ପ୍ରକାଶ କରନ୍ତୁ।

https://thetopmost.in/?p=2297

https://thetopmost.in/?p=1479

https://thetopmost.in/?p=1540

https://thetopmost.in/?p=1770

https://thetopmost.in/?p=2185