ସାଧାରଣତଃ ଦୁନିଆରେ ୧୨ ଘଣ୍ଟା ରାତି ହେଲେ ୧୨ ଘଣ୍ଟା ଦିନ ହୋଇଥାଏ। କିଛି ରାଷ୍ଟ୍ର ଅଛି ଯେଉଁଠି ଘଣ୍ଟେ କିମ୍ବା ଦୁଇ ଘଣ୍ଟା ବିଳମ୍ବ ହୋଇଥାଏ। ହେଲେ ମାତ୍ର ୪୦ ମିନିଟ୍ ପାଇଁ ସୂର୍ଯ୍ୟ ଅସ୍ତ ହେବା ଏକ ବିରଳ କଥା। ଏଭଳି ଏକ ଦେଶ ଅଛି ଯେଉଠି ରାତି ୧୨ଟା ୪୩ରେ ସୂର୍ଯ୍ୟ ଅସ୍ତ ହୋଇଥାଆନ୍ତି। ଏବଂ ଠିକ୍ ୪୦ ମିନିଟ୍ ପରେ ପୁଣି ଉଦୟ ହୋଇଥାଆନ୍ତି। ଉତ୍ତର ନରେଓରେ ଏଭଳି ବିରଳ କଥା ଦେଖିବାକୁ ମିଳିଥାଏ। ଏଠାରେ ମାତ୍ର ୪୦ ମିନିଟ୍ର ରାତି ହୋଇଥାଏ। ଏଭଳି ଏଠାରେ ବର୍ଷକୁ ଦୁଇମାସରୁ ଊଦ୍ଧ୍ୱର୍ ସମୟ ଧରି ହୋଇଥାଏ। ଏହି କାରଣରୁ ଉତ୍ତର ନରେଓକୁ “କଣ୍ଟ୍ରି ଅଫ୍ ମିଡ୍ନାଇଟ୍ ସନ୍” ବୋଲି କୁହାଯାଏ। ଏଠାରେ ରାତି ଘଣ୍ଟାରେ ନୁହେଁ ବରଂ ମିନିଟ୍ରେ ସରିଯାଇଥାଏ। ସେହିଭଳି ନରେଓ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଲୋକ ପ୍ରିୟ। ଏଠାରେ ମେ ମାସରୁ ଜୁଲାଇ ମାସ ମଧ୍ୟରେ ଏକ ଅଜବ ଘଟଣା ଘଟେ। ଏହି ସମୟରେ ଏଠାରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇନଥାଏ। ଏହି ଦେଶ ଆର୍କଟିକ୍ ସର୍କଲ ଭିତରେ ଆସୁଥିବାରୁ ସେଠାରେ ଏଭଳି ପରିସ୍ଥିତି ସୃଷ୍ଠି ହୋଇଥାଏ।

More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ