ସର୍ବଦା ତ୍ୱଚ୍ଚାପାଇଁ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରଦ ହୋଇଥାଏ। ଏହା ସହ ଏହି ଘରୋଇ ଉପଚାର ଯଦି ନିଜ ବାଡି ବଗିଚାରେ ଥିବା ଗଛ ପତ୍ରରୁ ହୁଏ ତାହାହେଲେ ଆହୁରି ହିତ କାରକ। ସମସସ୍ତଙ୍କ ବାଡିରେ ପୁଦିନା ଗଛ ରହିଥାଏ। ପୁଦିନା ପତ୍ରର ଅନେକ ଔଶଧୀୟ ଗୁଣ ରହିଥିବାରୁ ଏହାକୁ ସମସ୍ତ ଖାଦ୍ୟରେ ବ୍ୟବହାର କରନ୍ତି। ଏହାସହ ଏହାର ସ୍ୱାଦ ପାଇଁ ମଧ୍ୟ ସମସ୍ତେ ଏହାକୁ ବ୍ୟବହାର କରନ୍ତି। ତେବେ ଆସନ୍ତୁ ଜାଣିବା ପୁଦିନାର ତ୍ୱଚ୍ଚାପାଇଁ ଉପକାର
୧. ମୁହଁରେ ଦେଖାଯାଉଥିବା ବ୍ଲାକ୍ହେଡ ଦୂର କରିବା ପାଇଁ ପୁଦିନା ବେଶ୍ ଉପକାରୀ। କିଛି ପୁଦିନା ପତ୍ରକୁ ଅଳ୍ପ ପାଣିରେ ଫୁଟାନ୍ତୁ। ଏହାପରେ ପତ୍ରକୁ ଛାଣି ଭଲଭାବେ ବାଟି ଦିଅନ୍ତୁ। ଏଥିରେ ସ୍ୱଳ୍ପ ପରିମାଣର ହଳଦୀ ମିଶାଇ ମୁହଁରେ ଲଗାନ୍ତୁ। ବ୍ଲାକହେଡ୍ ହୋଇଥିବା ସ୍ଥାନରେ ଅଳ୍ପ ସମୟ ପାଇଁ ରଗଡନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।
୨. ପୁଦିନା ପତ୍ରକୁ ବାଟି ଆପଣ ଫେସ୍ ପ୍ୟାକ ଭାବେ ମଧ୍ୟ ଲଗାଇପାରିବେ। ଏଥିରେ ଭରପୂର ମାତ୍ରାରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ରହିଛି ଯାହା ବ୍ରଣ କଳାଦାର ପାଇଁ ବହୁତ ଭଲ।
୩. ସେହିଭଳି ଆଣ୍ଟି ରିଙ୍କଲ ଭାବେ ପୁଦିନା ବେଶ ଭଲ କାମ କରିଥାଏ। ପୁଦିନାକୁ ଫୁଟାଇ ଛାଣି ଦିଅନ୍ତୁ। ଏହାର ସିଝା ପାଣିକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ତାପରେ ଧୋଇଦିଅନ୍ତୁ। ଏପରି ଭାବେ ସପ୍ତାହକୁ ୨ରୁ ୩ଥର କରନ୍ତୁ। ଏହା ରିଙ୍କଲ ଦୂର କରିଥାଏ।
୪. ସ୍କ୍ରିନ ଆଲର୍ଜି କିମ୍ବା ବ୍ୟାକ୍ଟେରିଆ ଇନ୍ଫକେସନ୍ ପାଇଁ ପୁଦିନା ଔଷଧ ଭଳି କାମ କରିଥାଏ। ପୁଦିନା ପତ୍ର ବଟାକୁ ମୁହଁରେ କିଛି ସମୟ ପାଇଁ ଲଗାନ୍ତୁ। ଆଲର୍ଜିରୁ ମୁକ୍ତି ମିଳିବ।
୫. କେଶ ପାଇଁ ମଧ୍ୟ ପୁଦିନା ପତ୍ର ବେଶ ଉପକାରୀ। ଏହାକୁ କେଶରେ ଲଗାଇବା ଦ୍ୱାରା କେଶ ଘନ ହେବା ସହ ଝଡିବା ବନ୍ଦ ହୋଇଥାଏ। ଏହାକୁ ବାଟି ପ୍ୟାକ୍ କରି କେଶରେ ଲଗାନ୍ତୁ।
More Stories
ଗୋଟିଏ ସିଗାରେଟ କମାଏ ଏତିକି ଆୟୁଷ
ଶୀତରୁ ବଞ୍ଚିବାର ସହଜ ଉପାୟ
ଶରୀରରେ କଣ କରେ ଲାଲ ଫଳ