The Topmost

“The eyes believe themselves, the ears believe other people.”

Telly star Anushka in korian show

Telly star Anushka enter in korian show

କୋରିଆନ ଶୋ’ରେ ଅନୁଷ୍କା
କମ୍‌ ଆୟୁରେ ମନୋରଞ୍ଜନ ଜଗତରେ ନିଜକୁ ପ୍ରତିଷ୍ଠିତ କରାଇଥିବା ଅଭିନେତ୍ରୀ ଅନୁଷ୍କା ସେନ୍‌ ଆଜିକାଲି ଲାଇମଲାଇଟ୍‌ରେ । ସୋସିଆଲ ମିଡିଆରେ ଅଭିନେତ୍ରୀ ଅନୁଷ୍କା ବହୁତ ସକ୍ରିୟ । ଏପରିକି ଇନଷ୍ଟାଗ୍ରାମରେ ୩୪ ମିଲିଅନରୁ ଅଧିକ ଫଲୋଅର୍ସ । ନିଜ ଷ୍ଟାରଡମ୍‌ ଦ୍ୱାରା ୧୯ ବର୍ଷୀୟା ଅନୁଷ୍କା ଟେଲିଭିଜନ ଜଗତର ଅନେକ ବଡ଼ ଅଭିନେତ୍ରୀଙ୍କୁ ଟMର ଦେଉଛନ୍ତି । ନିକଟରେ ଅନୁଷ୍କାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆଜିର ଡିଜିଟାଲ ୱାଲïର୍ କାରଣରୁ ମନୋରଞ୍ଜନ ଜଗତରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ତେଣୁ କିଛି ସମୟରୁ ଭାରତରେ କୋରିଆନ ସିରିଜ୍‌, ଫିଲ୍ମ ଏବଂ କେ-ପପ୍‌ କଲcରକୁ ନେଇ ଲଗାତାର କ୍ରେଜ୍‌ ବଢିବାରେ ଲାଗିଛି । ସେହିପରି ଭାରତୀୟ ସିନେମାକୁ ମଧ୍ୟ ତାଙ୍କ ଦେଶରେ ବହୁତ ପସନ୍ଦ କରାଯାଉଛି । ଓଟିଟି ପ୍ଲାଟଫର୍ମରେ କୋରିଆନ ଫିଲ୍ମକୁ ହିନ୍ଦୀ ଭାଷାରେ ଡବିଂ କରାଯାଉଛି । ଦେଶରେ ଏହାର ଟ୍ରେଣ୍ଡ୍‌ ଦେଖି ଚୁଲବୁଲୀ ଅନୁଷ୍କା ସେନ୍‌ କୋରିଆନ ଇଣ୍ଡଷ୍ଟ୍ରୀରେ କାମ କରିବା ପାଇଁ ପୁରାପୁରି ପ୍ରସ୍ତୁତ ଅଛନ୍ତି ।

SF
Telly star Anushka in korian show @thetopmost-01

ଟେଲିଭିଜନରେ ନିଜର ପାରଦର୍ଶିତା ଦେଖାଇବା ପରେ ଅନୁଷ୍କା ଖୁବଶୀଘ୍ର କୋରିଆନ ସିରିଜ୍‌ରେ କାମ କରିବାକୁ ଯାଉଛନ୍ତି । ସମ୍ପ୍ରତି ଏକ ଇଣ୍ଟରଭୁ୍ୟରେ ଅନୁଷ୍କା କହିଛନ୍ତି ଯେ, ‘ସେ ଏକ କୋରିଆନ ଏଜେନ୍ସି ସହ କାମ କରିବା ପାଇଁ ଖୁବ ଉତ୍ସାହିତ । ମୋର କୋରିଆରେ ବହୁତ ପ୍ରଶଂସକ ଅଛନ୍ତି ଏବଂ ସେମାନେ ଖବୁଶୀଘ୍ର ମୋତେ ତାଙ୍କ ସଂସ୍କୃତି ସହ ଜଡ଼ିତ ହୋଇଥିବା ଦେଖିବାକୁ ପାଇବେ ।’ ଅନୁଷ୍କାଙ୍କ ହାତରେ ଦୁଇଟି କୋରିଆନ ପ୍ରୋଜେକଫ । ଗୋଟେ ସିରିଜ୍‌ ଅନ୍ୟଟି ଏକ ଫିଲ୍ମ । ଶିଶୁ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିବା ଅନୁଷ୍କା ଶେଷ ଥର ରୋହିତ ସେଟ୍ଟୀଙ୍କ ଷ୍ଟଣ୍ଟ୍‌ ରିୟାଲିଟି ଶୋ ‘ଖତରୋଁ କେ ଖିଲାଡୀ ୧୧’ରେ ନଜର ଆସିଥିଲେ । ଏହାପୂର୍ବରୁ ସେ ଅନେକ ଲୋକପ୍ରିୟ ଧାରାବାହିକ ଯଥା, ‘ୟହାଁ ମେଁ ଘର୍‌ ଘର ଖେଲି’, ‘ବାଲ୍‌ ବୀର’, ‘ଦେବୋ କେ ଦେବ… ମହାଦେବ’, ‘ଖୁବସୁରତ ଲଡକୀ ମର୍ଦାନୀ-ଝାନ୍ସୀ କି ରାନୀ’ରେ ବଳିଷ୍ଠ ଅଭିନୟ କରି ଢେରସାରା ପ୍ରଶଂସା ସାଉଁଟିଛନ୍ତି । ଏପରିକି ଅନେକ ସଙ୍ଗୀତ ଭିଡିଓରେ ନିଜର ଖାସ୍‌ ଅନ୍ଦାଜର ଯାଦୁ ଦେଖାଇ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ।

https://thetopmost.in/?p=1278

https://thetopmost.in/?p=1275

https://thetopmost.in/?p=1272

https://thetopmost.in/?p=1293

https://thetopmost.in/?p=1251