The Topmost

“The eyes believe themselves, the ears believe other people.”

life expectancy on titan galaxy

life expectancy on titan galaxy

ସୌରମଣ୍ଡଳର ସୂର୍ଯ୍ୟ ଦିଗରୁ ଷଷ୍ଠ ଗ୍ରହ ଶନିର ଅଛି ୮୮ ଚନ୍ଦ୍ର । ସେଥିରୁ ସବୁଠୁ ବଡ଼ ଚନ୍ଦ୍ରର ନାମ ଟାଇଟନ । ଟାଇଟନରେ ଜୀବଜଗତ ତିଷ୍ଠି ରହିବା ଭଳି ଅନୁକୂଳ ପରିବେଶ ତଥା ବାୟୁମଣ୍ଡଳ ଥାଇ ପାରେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଟାଇଟନରେ ଅଛି ଏକ ବିରଳ ଅଣୁ ଯାହା ପୃଥିବୀର ଜୀବମଣ୍ଡଳର ଡିଏନ୍‌ଏର ରାସାୟନିକ ଗଠନ ଅନୁରୂପ । ଶହ ଶହ କୋଟି ବର୍ଷ ପୂର୍ବେ ପୃଥିବୀରେ ଜୀବଜଗତର ଉଦ୍‌ଭବ ହୋଇଥିଲା ଏହି ଡିଏନ୍‌ଏରୁ ।
ଗବେଷକମାନେ ଚିଲ୍ଲିର ଉତ୍ତରବର୍ତ୍ତୀ ଏକ ସ୍ଥାନରେ ସ୍ଥାପନ କରାଯାଇଥିବା ଏକ ରେଡିଓ ଟେଲିସ୍କୋପ୍‌ ଅବ୍‌ଜରଭେଟରୀ ମାଧ୍ୟମରେ ଟାଇଟନରେ ଥିବା ଏହି ଡିଏନ୍‌ଏ ସମ୍ପର୍କରେ ସୂଚନା ପାଇଛନ୍ତି । ଏ ସମ୍ପର୍କିତ ତଥ୍ୟ ଦ.ଆଷ୍ଟ୍ରୋନମିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।ଟାଇଟନର ଉପରି ଭାଗରେ ବରଫ ଆସ୍ତରଣ ଥିଲେ ହେଁ ବରଫ ତଳେ ଥିବା ଲବଣାକ୍ତ ସମୁଦ୍ରରେ ଜୀବସତ୍ତା ତିଷ୍ଠି ରହିବା ଅସମ୍ଭବ ନୁହେଁ । ତେଣୁ ମହାକାଶ ବିଜ୍ଞାନୀମାନେ କହୁଛନ୍ତି ଟାଇଟନ ଏଲିଏନ୍‌ ବା ଅନ୍ୟ ଗ୍ରହର ପ୍ରାଣୀମାନଙ୍କ ପାଇଁ ସ୍ୱର୍ଗଭୂମି ହୋଇଥାଇପାରେ ।

https://thetopmost.in/?p=1278

https://thetopmost.in/?p=1275

https://thetopmost.in/?p=1272

https://thetopmost.in/?p=1265

ନାସାର ରିସର୍ଚ୍ଚ ସାଇଣ୍ଟିଷ୍ଟ୍‌ ରୋଜାଲି ଲ« କହିଛନ୍ତି- ଟାଇଟନ୍‌ ମନୁଷ୍ୟ ବାସୋପଯୋଗୀ କି ନୁହେଁ ଆମେ ଭଲ ରୂପେ ଜାଣିବା ପାଇଁ ଚେଷ୍ଟା କରୁଛୁ । ୨୦୨୭ରେ ନାସା ଟାଇଟନ ଅଭିମୁଖେ ଏକ ଯାନ ପଠାଇବ ବୋଲି ଘୋଷଣା କରିସାରିଛି । ଏହି ଯାନର ନାମ ଡ୍ରାଗନଫ୍ଲାଏ । ଡ୍ରାଗନଫ୍ଲାଏ ଟାଇଟନର ଅତି ନିକଟକୁ ଯାଇ ବିଭିନ୍ନ ତଥ୍ୟ ସଂଗ୍ରହ କରିବ ।ଶନିର ୮୨ ଚନ୍ଦ୍ର ମଧ୍ୟରୁ ୫୩ଟିର ନାମକରଣ କରାଯାଇସାରିଛି । ଅବଶିଷ୍ଟ ୨୯ ଚନ୍ଦ୍ର ବାସ୍ତବପକ୍ଷେ ଆବିଷ୍କୃତ ହୋଇନାହିଁ । ସର୍ବବୃହତ୍‌ ଟାଇଟନ ବୁଧ ଗ୍ରହଠାରୁ ବଡ଼ । କ୍ଷୁଦ୍ରତ୍ତମ ଚନ୍ଦ୍ରର ଆକାର ଏକ ଖେଳ ପଡ଼ିଆର ଆକାର ସଙ୍ଗେ ସମାନ ।