The Topmost

“The eyes believe themselves, the ears believe other people.”

invisible shield

Invisible shield viral in social media

ଅଦୃଶ୍ୟ କବଚ
ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଏକ ବିଶେଷ ପ୍ରକାର କବଚ ତଥା କବଚକୁ ବ୍ୟବହାର କରୁଛନ୍ତି । ଏହି କବଚ ସାହାଯ୍ୟରେ ସେହି ବ୍ୟକ୍ତିଙ୍କର ପୁରା ଶରୀର ଗାଏବ ହୋଇଯାଉଛି । କେବଳ ସେହି ସ୍ଥାନର ବ୍ୟାକଗ୍ରାଉଣ୍ଡ ହିଁ ଦେଖାଯାଉଛି । ତେବେ ଏହି ସ୍ୱତନ୍ତ୍ର କବଚ ବା କବଚକୁ ବ୍ରିଟେନର ଟେକ୍‌ କମ୍ପାନୀ ଇନଭିଜିବଲ୍‌ କବଚ ପ୍ରସ୍ତୁତ କରିଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଅଦୃଶ୍ୟ କବଚ ପ୍ଲାଷ୍ଟିକରେ ନିର୍ମିତ ଏକ ଶିଲï । ଏହି ପ୍ଲାଷ୍ଟିକ ବିଦୁ୍ୟତ କିମ୍ବା କୌଣସି ଶକ୍ତି ଉତ୍ସର ଆବଶ୍ୟକ କରେ ନାହିଁ । ଏକ ରିପୋର୍ଟ ଅନୁଯାୟୀ ଏହାକୁ ପ୍ରସ୍ତୁତ କରିବା ପାଇଁ ଅପଫିକାଲ ଲେନ୍ସର ବ୍ୟବହାର କରାଯାଇଛି । ଏହା ଆଲୋକକୁ ପ୍ରତିଫଳିତ କରେ, ଯାହାଦ୍ୱାରା ଅନୁଭୂତ ହୁଏ ଯେ କବଚ ପଛରେ ଛିଡ଼ା ହୋଇଥିବା ବ୍ୟକ୍ତି ସେଠାରେ ନାହିଁ । ଏହି କବଚ ବିଜ୍ଞାନର ଲେଣ୍ଟିକୁଲର୍‌ ପ୍ରିଣ୍ଟିଂ ଟେକ୍ନଲୋଜି ଉପରେ କାମ କରିଥାଏ । ଏହା ଥ୍ରୀଡି ଫଟୋ ପରି ହୋଇଥାଏ । ବାସ୍ତବରେ ଏହା କବଚ ସ୍ୱଚ୍ଛ ନୁହେଁ । ଏହାକୁ ବ୍ୟବହାର କରିବା ବେଳେ ସେହି ସମୟର ଆଲୋକ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିର୍ବାହ କରିଥାଏ । ଅର୍ଥାତ ଆଲୋକ ଯେତେ ଅଧିକ ରହିବ, ଏହି କବଚ ସେତେ ଭଲ ଭାବେ କାମ କରିବ ।

 invisible shield
 invisible shield @thetopmost-01

https://thetopmost.in/?p=1278

https://thetopmost.in/?p=1275

https://thetopmost.in/?p=1272

https://thetopmost.in/?p=1303

https://thetopmost.in/?p=1290

 invisible shield
 invisible shield @thetopmost-01

ଏହାକୁ ନିର୍ମାଣ କରିଥିବା କମ୍ପାନୀ ଦାବି କରିଛି ଯେ କବଚ ପଛରେ ଠିଆ ହୋଇଥିବା ବ୍ୟକ୍ତିକୁ ନିକଟରୁ କିମ୍ବା ୧୦୦ ମିଟର ଦୂରତାରୁ ଦେଖିଲେ ମଧ୍ୟ ତାହା ଗାଏବ ହିଁ ନଜର ଆସିବ । ପରୀକ୍ଷଣ ସଫଳ ହେବା ପରେ କମ୍ପାନୀ ଏପର୍ଯ୍ୟନ୍ତ ମାତ୍ର ୨୫ଟି ଏପରି କବଚ ନିର୍ମାଣ କରିଛି । ଏହାକୁ ଦୁଇ ଆକାରରେ ପ୍ରସ୍ତୁତ କରାଯାଇଛି । ପ୍ରଥମ ୧୨.୨ ଇଞ୍ଚ ଲମ୍ବା ଏବଂ ୮.୩ ଇଞ୍ଚ ଓସାର । ଏହାର ମୂଲ୍ୟ ୪ ହଜାର ୮୫୮ଟଙ୍କା ରହିଛି । ସେହିପରି ଅନ୍ୟ କବଚର ଆକାର ପ୍ରଥମରୁ ତିନି ଗୁଣ ଅଧିକ । ଏହାର ମୂଲ୍ୟ ୨୯ ହଜାର ୬୭୮ ଟଙ୍କା ରହିଛି । ଏଥିସହ ଏଥିରୁ ପରିବେଶକୁ କୌଣସି ପ୍ରକାର କ୍ଷତି ହେବ ନାହିଁ ବୋଲି କମ୍ପାନୀ କହିଛି ।