ସର୍ବଦା ଛୋଟ ପିଲାଙ୍କୁ ଖାଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ସେମାନଙ୍କ ଖାଇବାରେ କିିପରି ସମସ୍ତ ପୋଷଣ ରହିବ ସେ ନେଇ ବାପା ମା’ ମାନେ ଚିନ୍ତିତ ରହିଥାଆନ୍ତି। ତେଣୁ ପିଲାଙ୍କ ଖାଦ୍ୟ ବିଷୟରେ କିଛି ସୂଚନା ।
୧ ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଶୁଙ୍କୁ ୬ ରୁ ୭ମାସ ହେବାପରେ ସିଝା ଖାଦ୍ୟ ଦିଆଯାଇଥାଏ। ତେବେ ଏହି ସବୁ ଖାଦ୍ୟ ଦେଲାବେଳେ ଧ୍ୟାନରେ ରଖନ୍ତୁ ଯେପରି ଏଥିରେ ଚିନି ଓ ଲୁଣର ଉପଯୋଗ କମ ରହିବ। ଯଦି ଆପଣଙ୍କ ଶିଶୁକୁ ଆଖୁ ରସ ଭଲ ଲାଗୁଛି ତେବେ ଆପଣ ଚିନି ବଦଳରେ ଆଖୁ ରସ ବ୍ୟବହାର କରିପାରିବେ। ସର୍ବଦା ଶିଶୁକୁ ଲୁଣି ଖାଦ୍ୟଠାରୁ ଦୂରେଇ ରଖନ୍ତୁ। ତା ନିଜ ଖାଦ୍ୟରେ ଖୁବ୍ କମ ଲୁଣ ତାକୁ ଦିଅନ୍ତୁ।
୨. ଶିଶୁର ମସ୍ତିଷ୍କ ବିକାଶ କରିବା ପାଇଁ ଓମେଗା – ୩, ଫ୍ୟାଟି ଏସିଡ୍, କ୍ୟାଲିସିଅମ, ଲୌହ, ଭିଟାମିନ ଆଦି ଦରକାର। ତେଣୁ ପିଲାଙ୍କୁ ୧ ବର୍ଷ ହେବାପରେ ମାଛ ଦେବା ଆରମ୍ଭ କରନ୍ତୁ। ସେହିଭଳି ଫ୍ରିଜ୍ରେ ଥିବା ଖାଇବା କେବେ ବି ପିଲାଙ୍କୁ ଦିଅନ୍ତୁ ନାହିଁ।
୩. ବର୍ତ୍ତମାନ ୍ ଅନଲାଇନ୍ର ଯୁଗ। ତେଣୁ କେତେକ ମହିଳା ଅନ୍ଲାଇନ୍ରେ ଅର୍ଗାନିକ ଫୁଡ୍ ମଗାଇ ପିଲାଙ୍କୁ ଦେଉଛନ୍ତି। ହେଲେ ଏତେ କମ୍ ବୟସରୁ ପିଲାଙ୍କୁ ଅର୍ଗାନିକ ଫୁଡ ନଦେଇ ଘରୋଇ ଦେଶୀ ଖାଦ୍ୟ ଦିଅନ୍ତୁ। ତାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।
୪. ପିଲାଙ୍କୁ ଋତୁ ଅନୁସାରେ ଫଳ ଖାଇବାକୁ ଦିଅନ୍ତୁ। ଫଳକୁ ଛୋଟ ଛୋଟ ଆକାରରେ କାଟି ପିଲାଙ୍କୁ ଖାଇବାକୁ ଦିଅନ୍ତୁ। ଫଳ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି