The Topmost

“The eyes believe themselves, the ears believe other people.”

orange bat bird

କମଳା ରଙ୍ଗର ବାଦୁଡି !

ସାଧାରଣତଃ ବାଦୁଡିର ରଙ୍ଗ କଳା ହୋଇଥାଏ। ହେଲେ ଆଫ୍ରିକାରେ ମିଳିଛି ଏକ ଭିନ୍ନ ଧରଣର ବାଦୁଡି। ଯାହାର ରଙ୍ଗ ହେଉଛି କମଳା। ଏହାର ଶରୀର ରଙ୍ଗ କମଳା ହୋଇଥିବା ବେଳେ ଡେଣା ଗୁଡିକ କଳା ରଙ୍ଗର। ଏହା ସହ ବାଦୁଡିର ରହିଛି ମୋଟା ମୋଟା କାନ। ଯାହାଫଳରେ ସେ ଏକ ଅଜବ ଧରଣର ଜୀବ ଭଳି ଦେଖାଯାଉଛି। ଏହି ଭଳି ପ୍ରଜାତିର ବାଦୁଡି ପ୍ରଥମ ଥର ପାଇଁ ସାଉଥ୍ ଆଫ୍ରିକାରେ ଦେଖିବାକୁ ମିଳିଛି। ଜଣେ ଗବେଷକ ଆଫ୍ରିକାରେ ଥିବା ଗୁମ୍ଫାରୁ ଏହି ଭିନ୍ନ ଧରଣର ବାଦୁଡିକୁ ଉଦ୍ଧାର କରିଛନ୍ତି। ଆଫ୍ରିକାର ନିମ୍ବା ମାଉଂଟେନ ରେଞ୍ଜରେ ଏହା ଦେଖିବାକୁ ମିଳିଛି। ଏହି ସୂଚନାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ଏହା ଆଗକୁ ବାଦୁଡି ମାନଙ୍କ ସରଂକ୍ଷଣ ଓ ଗବେଷଣାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ପ୍ରାୟ ପ୍ରତିବର୍ଷ ୨୦ଟି ନୂଆ ବାଦୁଡି ପ୍ରଜାତି ମିଳିଥାଆନ୍ତି ହେଲେ ଏହି ବାଦୁଡି ଭଳି କୌଣସିଟି ନୁହେଁ ବୋଲି ଜଣେ ଗବେଷକ ମତ ଦେଇଛନ୍ତି। ଏହି ପ୍ରଜାତିଟି ସମସ୍ତଙ୍କ ଠାରୁ ଭିନ୍ନ ବୋଲି ସେ କହିଛନ୍ତି। ବିଶ୍ୱରେ ଏହା ଏକ ବିରଳ ପ୍ରଜାତି।

orange bat bird
orange bat bird
orange bat bird

https://thetopmost.in/?p=2153

https://thetopmost.in/?p=1382

https://thetopmost.in/?p=755

https://thetopmost.in/?p=2158