reverse makeup

ରିଭର୍ସ ମେକ୍‌ଅପ୍‌ ଟ୍ରେଣ୍ଡ୍‌

ଯଦି ଆପଣ ମେକ୍‌ଅପ୍‌ର ସଉକ ରଖନ୍ତି ଏବଂ ନୂଆ ନୂଆ ଟ୍ରେଣ୍ଡ୍‌କୁ ଫଲୋ କରନ୍ତି, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବେ ରିଭର୍ସ ମେକ୍‌ଅପ୍‌ ଟ୍ରେଣ୍ଡ୍‌ ସମ୍ପର୍କରେ ଜାଣିବା ଉଚିତ୍‌ । ଆଜିକାଲି ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ୟୁଜରମାନେ ଏହି ମେକ୍‌ଅପ୍‌ ଟ୍ରେଣ୍ଡ୍‌କୁ ଫଲୋ କରିବା ସହ ମେକ୍‌ଅପ୍‌ ଟି« ସେୟାର କରୁଥିବା ଦେଖିବାକୁ ମିଳୁଛି । ଆପଣ ବି ଏହି ନୂଆ ଏକ୍ସପେରିମେଣ୍ଟ୍‌କୁ ଟ୍ରାଏ କରିପାରିବେ ଏବଂ ଅନ୍ୟମାନଙ୍କଠାରୁ ଭିନ୍ନ ଲୁକ୍‌ ପାଇପାରିବେ ।

ରିଭର୍ସ ମେକ୍‌ଅପ୍‌ କଣ
ଯଦି ଆପଣ ବେସିକ୍‌ ମେକ୍‌ଅପ୍‌ ସମ୍ପର୍କରେ ଜାଣିଛନ୍ତି, ତାହେଲେ ଜାଣିଥିବେ ଯେ ମେକ୍‌ଅପ୍‌ କରିବା ସମୟରେ ପ୍ରଥମେ ମେକଅପ୍‌ ବେସ୍‌, ଫାଉଣ୍ଡେସନ ଏବଂ ବିବି କ୍ରିମ୍‌ର ପ୍ରୟୋଗ କରାଯାଇଥାଏ । ଏହାପରେ କଣ୍ଟୋରିଂ, ବ୍ଲସ୍‌ ଏବଂ ହାଇଲାଇଟ୍‌ କରାଯାଇଥାଏ । କିନ୍ତୁ ରିଭର୍ସ ମେକ୍‌ଅପ୍‌ରେ ଏହାର ଓଲଟା ମେକ୍‌ଅପ୍‌ କରାଯାଇଥାଏ । ଏହା ଅନୁଯାୟୀ ପ୍ରଥମେ କଣ୍ଟୋରିଂ, ହାଇଲାଇଟ୍‌ ଏବଂ ବ୍ଲଶ୍‌ ଲଗାଯାଏ । ଏହା ପରେ ଫାଉଣ୍ଡେସନ, ବିବି କ୍ରିମ୍‌ କିମ୍ବା ଟ୍ରାନ୍ସଲୁସେଣ୍ଟ୍‌ ପାଉଡର୍‌ର ବ୍ୟବହାର କରାଯାଏ ।

କାହା ପାଇଁ ଉପଯୋଗୀ ରିଭର୍ସ ମେକ୍‌ଅପ୍‌
ନେଚୁରାଲ୍‌ ଲୁକ୍‌ ଭଲ ଲାଗୁଥିଲେ ଆପଣ ଏହି ଷ୍ଟାଇଲ୍‌କୁ ଆପଣାଇପାରିବେ । ସାଧାରଣତଃ ବେସ୍‌ ପରେ କଣ୍ଟୋର୍‌, ବ୍ଲଶ୍‌ ଏବଂ ହାଇଲାଇଟ୍‌ର ପ୍ରୟୋଗ ଦ୍ୱାରା ଆପଣଙ୍କ ଲୁକ୍‌ ସ୍ପଷ୍ଟ ଦେଖାଯାଇଥାଏ । କିନ୍ତୁ ରିଭର୍ସ ମେକଅପ୍‌ ଆପଣଙ୍କୁ ଅଧିକ ନେଚୁରାଲ ଏବଂ ଫ୍ଲୋଲେସ୍‌ ଲୁକ୍‌ ଦେବାରେ ସହାୟକ ହୋଇଥାଏ । ଯଦି ଆପଣ ନୋ ମେକଅପ୍‌ ଲୁକ୍‌ ଚାହୁଁଛନ୍ତି ତାହେଲେ ଏହା ଆପଣଙ୍କ ପୁରା ପରଫେକଫ ।

ରିଭର୍ସ ମେକଅପ୍‌ ଲୁକ୍‌ ଟିପ୍‌

  • ପ୍ରଥମେ ମୁହଁରେ ସେଟିଂ ସ୍ପ୍ରେ କରନ୍ତୁ । ଏହା କଲେ ଆପଣଙ୍କ ମେକଅପ୍‌ ଅଧିକ ସମୟ ପର୍ଯ୍ୟନ୍ତ ରହିବ ।
    -ଏହାପରେ ପ୍ରାଇମର୍‌ ବ୍ୟବହାର କରନ୍ତୁ । ଏହା ଆପଣଙ୍କ ସ୍କିନ୍‌କୁ ନରମ ଏବଂ ଚିMଣ ରଖିବ । ଭଲ ମେକଅପ୍‌ ପାଇଁ ଏହା ଏକ ନରମ କାନଭାସ୍‌ ତିଆରି କରେ, ଯେଉଁଥିରେ ଆପଣ ଅତି ସହଜରେ ମେକଅପ୍‌ ପ୍ରଡକଫ ଲଗାଇପାରିବେ ।
    -ଏବେ ମୁହଁରେ ଫାଉଣ୍ଡେସନ ବଦଳରେ କଣ୍ଟୁରିଂ କରନ୍ତୁ ଏବଂ ନିଜ ପସନ୍ଦର ବ୍ଲଶ୍‌, ହାଇଲାଇଟ୍‌ ଆପ୍ଲାଏ କରନ୍ତୁ । ଏହାକୁ ବ୍ରଶ୍‌ ସାହାଯ୍ୟରେ ଭଲ ଭାବରେ ବ୍ଲେଣ୍ଡ୍‌ କରିଦିଅନ୍ତୁ ।
    -ଶେଷରେ ଚେହେରାରେ ବିବି କ୍ରିମ କିମ୍ବା ଫାଉଣ୍ଡେସନ ଲଗାଇବା ଆରମ୍ଭ କରନ୍ତୁ ଏବଂ ହାତ କିମ୍ବା ବ୍ରଶ୍‌ ସାହାଯ୍ୟରେ ଭଲ ଭାବରେ ସ୍କିନ୍‌ରେ ବ୍ଲେଣ୍ଡ୍‌ କରନ୍ତୁ ।
    -ଦୁଇ ମିନିଟ୍‌ ପରେ ଲୁଜ୍‌ ପାଉଡର ଦ୍ୱାରା ମେକଅପ୍‌ ସେଟ୍‌ କନ୍ତୁ । ଏଥିପାଇଁ ଆପଣ ଟ୍ରାନ୍ସଲୁସେଣ୍ଟ୍‌ ପାଉଡର ମଧ୍ୟ ଲଗାଇପାରିବେ । ସିମ୍ପଲ୍‌ ଲୁକ୍‌ ସମସ୍ତଙ୍କୁ ପସନ୍ଦ । ତେଣୁ ରିଭର୍ସ ମେକଅପ୍‌ ଟ୍ରେଣ୍ଡ୍‌ ଦ୍ୱାରା ଆପଣ ସର୍ବଦା ଆକର୍ଷଣୀୟ ଦେଖାଯିବେ ।
reverse makeup @thetopmost-01
reverse makeup @thetopmost-01
reverse makeup @thetopmost-01

https://thetopmost.in/?p=1738

https://thetopmost.in/?p=1661

https://thetopmost.in/?p=1773

https://thetopmost.in/?p=1786

SHARE BY