The Topmost

“The eyes believe themselves, the ears believe other people.”

travel sickness

ଭ୍ରମଣ ସମୟରେ କେମିତି ରହିବେ ଅନଇଜିନେସରୁ ଦୂରରେ

ଯାତ୍ରା ସମୟରେ ବାନ୍ତି ଲାଗିବ, ମୁଣ୍ଡ ବିନ୍ଧିବା ଏବଂ ଅସୁସ୍ଥ ଅନୁଭବ କରିବା ଏକ ସାଧାରଣ ସମସ୍ୟା । ପ୍ରାୟ ପ୍ରତ୍ୟେକ ପରିବାରର କେହି ନା କେହି ଏହି ଭ୍ରମଣଜନିତ ପୀଡ଼ା ସମସ୍ୟା ଭୋଗିଥାନ୍ତି । ଡାକ୍ତରଙ୍କ ଅନୁଯାୟୀ ଏହା କୌଣସି ପ୍ରକାର ରୋଗ ନୁହେଁ । କିଛି ଲୋକଙ୍କ ଭ୍ରମଣ କିମ୍ବା ଯାତ୍ରା ସମୟରେ ଏହି ସମସ୍ୟା ଦେଖାଦିଏ କାରଣ ସେମାନଙ୍କର ମସ୍ତିଷ୍କକୁ ନାକ, କାନ, ତ୍ୱଚା ଏବଂ ଆଖିରୁ ଭିନ୍ନ ସଙ୍କେତ ମିଳିଥାଏ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ସଙ୍କେତ ମିଳିବା ମାତ୍ରେ ବ୍ୟକ୍ତିର ନର୍ଭସ ସ୍ନାୟୁ ପ୍ରଣାଳୀ ଦ୍ୱନ୍ଦରେ ପଡ଼େ । ଏହି କାରଣରୁ ମସ୍ତିଷ୍କ ତତତ୍କାଳ ସ୍ଥିତି ବୁଝିବାରେ ସକ୍ଷମ ହୁଏ ନାହିଁ, ଫଳରେ ଭ୍ରମଣ ଜନିତ ପୀଡ଼ା କିମ୍ବା ଗତିରୋଗର ଲକ୍ଷଣ ଆସିବା ଆରମ୍ଭ କରେ ।

travel sickness
travel sickness @thetopmost-01

http://thetopmost.in/?p=938

http://thetopmost.in/?p=935

travel sickness
travel sickness @thetopmost-01

ଲକ୍ଷଣ: ବାନ୍ତି ଏବଂ ବିବ୍ରତ ହେବା ବ୍ୟତୀତ ଭ୍ରମଣଜନିତ ପୀଡ଼ାର ଅନ୍ୟ ଲକ୍ଷଣ ମଧ୍ୟ ଥାଏ । ଯଥା- ମୁହଁ ହଳଦିଆ ଦେଖାଯିବା, ଥଣ୍ଡା ଝାଳ ବାହାରିବା, ମୁଣ୍ଡ ବୁଲେଇବା, ପାଟିରୁ ଅତ୍ୟଧିକ ଲାଳ ବାହାରିବା, ଶ୍ୱାସ ନେବାରେ କଷ୍ଟକର, ମୁଣ୍ଡ ବିନ୍ଧିବା, ଅଧିକ ନିଦ ଲାଗିବା ଏବଂ ଥକ।ପଣ ଅନୁଭବ କରିବା । ବୈଜ୍ଞାନିକଙ୍କ ଅନୁଯାୟୀ ଏହା ସାଧାରଣ କଥା । ବସ, ଟ୍ରେନ, କାର, ଫ୍ଲାଇଟ୍‌ରେ ଯାତ୍ରା କରିବା ସମୟରେ ହିଁ ଏପରି ହୋଇଥାଏ । ଆମେରିକାର ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ୍‌ ହେଲ୍‌ଥ ମୁତାବକ, ପ୍ରତି ୩ରୁ ଜଣେ ବ୍ୟକ୍ତିଙ୍କୁ ଏହି ଭ୍ରମଣଜନିତ ସମସ୍ୟାର ଶିକାର ହୋଇଥାନ୍ତି । ମହିଳାଙ୍କୁ ପୁରୁଷଙ୍କ ତୁଳନାରେ ଏହି ସମସ୍ୟା ଅଧିକ ହୋଇଥାଏ । ଏହା ଅଧିକାଂଶ ଗର୍ଭଧାରଣ ଏବଂ ମାସିକ ଋତୁସ୍ରାବ ସମୟରେ ହୋଇଥାଏ । ଯେଉଁ ବ୍ୟକ୍ତି ଅର୍ଦ୍ଧକପାଳୀ ରୋଗରେ ପୀଡ଼ିତ ହୋଇଥାନ୍ତି, ସେମାନଙ୍କଠି ଏହି ସମସ୍ୟା ଉପୁଜିବାର ଅଧିକ ସମ୍ଭାବନା ରହିଥାଏ । ଏଥିସହ ଭ୍ରମଣଜନିତ ପୀଡ଼ା କାରଣରୁ ଅର୍ଦ୍ଧକପାଳୀ ରୋଗ ହେବାର ଆଶଙ୍କା ହୋଇଥାଏ ।

travel sickness
travel sickness @thetopmost-01

ଉପଶମ: ଭ୍ରମଣକାଳୀନ ଏହି ଅସୁସ୍ଥତାରୁ ବଞ୍ଚିବା ପାଇଁ ଆପଣ କିଛି ଟି« ଆପଣାଇ ଏହାକୁ କଣ୍ଟ୍ରୋଲ କରିପାରିବେ । ଯାତ୍ରା କରିବା ପୂର୍ବରୁ ଭଲ ଭାବରେ ଭୋଜନ ଗ୍ରହଣ କରନ୍ତୁ । ଖାଲି ପେଟରେ ବାନ୍ତି ଆସିଥାଏ । ପଛ ସିଟ୍‌ରେ ଭୁଲରେ ବି ବସନ୍ତୁ ନାହିଁ । ବସ୍‌ ପରି ଯାନବାହାନର ପଛ ସିଟ୍‌ରେ ବସିଲେ ସ୍ପିଡ୍‌ ଅଧିକ ଅନୁଭବ ହୋଇଥାଏ, ଯାହା ଭ୍ରମଣ ପୀଡ଼ାର କାରଣ ହୋଇଥାଏ । ଭିଡ଼ ଥିବା ବାହାନରେ ଯାତ୍ରା କରନ୍ତୁ ନାହିଁ । ଏହା ଫଳରେ ଆପଣଙ୍କୁ ବିବ୍ରତ ଲାଗିପାରେ । ସବୁଠୁ ଗୁରୁତ୍ୱପୂର୍ଣ୍ମ କଥା ଯାତ୍ରା ସମୟରେ ପୁସ୍ତକ ପଢନ୍ତୁ ନାହିଁ ଏବଂ ମୋବାଇଲ ବି ଧରନ୍ତୁ ନାହିଁ । ପଢ଼ିବା ଦ୍ୱାରା ମସ୍ତିଷ୍କରେ ଦ୍ୱନ୍ଦ ସୃଷ୍ଟି ହୋଇଥାଏ । ପାଖରେ ଲେମ୍ବୁ ଏବଂ ତୁଳସୀ ରଖନ୍ତୁ । ଯାତ୍ରା ବେଳେ ତୁଳସୀ ପତ୍ର ଚୋବାଇବା ଭଲ ଉପାୟ ହୋଇଥାଏ । ଏକ ବୋତେଲ ଲେମ୍ବୁ-ପୋଦିନା ପାଣି ପାଖରେ ରଖନ୍ତୁ । ଏଥିସହ ବାନ୍ତି ଲାଗିଲେ କଟା ଲେମ୍ବୁକୁ ଶୁଘିଂ ପାରିବେ ।

travel sickness
travel sickness @thetopmost-01