The Topmost

“The eyes believe themselves, the ears believe other people.”

MAA BADABANDHIANI

ଅଖ୍ୟାତ ପଲ୍ଲୀରେ ବିଜେ କରିଛନ୍ତି ସ୍ୱୟଂ ମା ବଡବନ୍ଧିଆଣୀ

କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀ ଅଖ୍ୟାତ ଛୋଟିଆ ଗାଁଟିଏ ଖଣ୍ଡହତା । କୁହାଯାଏ ତିଗିରିଆ ଗଡଜାତ ଅଞ୍ଚଳ ସେତେବେଳେର ରାଜାଙ୍କର ଶୈଳନିବାସ ଥିଲା ଏହି ଗାଁ । ଦକ୍ଷୀଣରେ ଶ୍ରୋତସ୍ୱିନୀ ମହାନଦୀ ଏବଂ ଉତ୍ତର ଦିଗରେ ମା ବଡବନ୍ଧିଆଣୀଙ୍କ ବିଜେସ୍ଥଳୀ ଏହି ଗାଁକୁ ଘେରି ରହିଛି । ସବୁଜିମା ଭରା ପ୍ରାକୃତିର ତୋରଣ ଆପଣଙ୍କୁ ପାଚ୍ଛୋଟି ନେବ ଏହାର ଗାଁ କୋଳକୁ । ଏହି ଗାଁରେ କାହିଁ କେଉଁ କାଳରୁ ବିଜେ କରିଛନ୍ତି ମା ବଡବନ୍ଧିଆଣୀ । ବିପଦ ସମୟରେ ଥରେ ଖାଲି ମାଙ୍କୁ ଡାକିଦେଲେ, ହଠାତ ବିପଦ କଟିଯାଏ । ଅନ୍ଧାର ରାତିରେ କେହି ବାଟ ହୁଡିଗଲେ, ମା ନିଜେ ପ୍ରକଟ ହୋଇ ଅଭୟ ପ୍ରଦାନ କରନ୍ତି । ଏହା ଏକ ବହୁ ଭୟଙ୍କର ପ୍ରତ୍ୟେକ୍ଷ ଅନୁଭୂତି । ଗାଁର ପୁରୁଖାମାନେ କହନ୍ତି ମା ନିଜ କାନିରେ ଗୋଡେଇ ରଖନ୍ତି ଶରଣାର୍ଥୀକୁ ।

http://thetopmost.in/?p=935

http://thetopmost.in/?p=931

http://thetopmost.in/?p=931

http://thetopmost.in/?p=900

ନଦୀକୂଳରେ ଥିବା ଏହି ଗାଁର ମହାନଦୀରେ ବନ୍ୟା ଆସେ । ଆଉ ଏହି ସମୟରେ ବଡବନ୍ଧ ବୁଡିଯାଏ । ମାଙ୍କ ଛୋଟ ମନ୍ଦିରଟି ମଧ୍ୟ ବୁଡିଯାଏ । କିନ୍ତୁ ଯେଉଁ ଗଛମୂଳରେ ମାଙ୍କ ମନ୍ଦିର ଅଛି, ସେ କେବେ ପାଣିର ଆଁ ଆଗରେ ହାର ମାନେନି । ତେବେ ମାଙ୍କୁ ପୂଜା କରିବା ପାଇଁ ବର୍ତ୍ତନ ଖାଇ ମାଙ୍କ ସେବା କରିଆସୁଛି । ମାଙ୍କ ମନ୍ଦିରର ପୂଜକ ନିକଟସ୍ତ ଗାଁର ତିଅର ସମ୍ପ୍ରଦାୟର ।

ଏଠାରେ ଜାନିଯାତ୍ରା ଓ ମେଳା ପାର୍ବଣର ଆସର ଜମେ । ଏଠାରେ ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ଦୁଇ ଦିନ ଧରି ଯାତ୍ରା ବା ଯାତ ହୁଏ । ବହୁ ବିଶାଳ ହୋମ ଯଜ୍ଞମାନ ଆୟୋଜନ କରାଯାଏ । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି, ସ୍ଥାନୀୟ ପ୍ରଶାସନ ତଥା ଗ୍ରାମର ସେ୍ୱଚ୍ଛାସେବୀମାନେ ଶୃଙ୍ଖଳିତ ଭାବରେ ଏହି ବିଶାଳ ଯାତକୁ ପରିଚାଳନା କରନ୍ତି । ମାଙ୍କର ଅନେକ କାହାଣୀ କିମ୍ବଦନ୍ତୀ ମାନ ରହିଛି । ତାଙ୍କର ଅପାର କରୁଣାରୁ ସେ ଗ୍ରାର ବନ୍ଧରୁ ପାଣି ଶୁଖେନାହିଁ । ସେହି ଜଳକୁ ଉପଯୋଗ କରି ସ୍ଥାନୀୟ କୃଷକମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରନ୍ତି । ଫଳରେ ମନ୍ଦିର ଚତୁଃପାଶ୍ୱର୍ରେ ଶଶ୍ୟ ଶ୍ୟାମଳାର ପରିବେଶ ଆସ୍ତରଣ କରିଥାନ୍ତି । ତେବେ ମାଙ୍କ ଆବିର୍ଭାବ କେବେ ହେଲା ତାହା ହୁଏତ କେହି ଜାଣି ନାହାନ୍ତି । କିନ୍ତୁ ମାଙ୍କ ପୂଜାର ପରମ୍ପରା ଗ୍ରାମବାସୀ ନିଜ ପରିବାରଠୁ ବି ଅଧିକ ଦାୟିତ୍ୱର ସହିତ ପାଳିଆସିଛନ୍ତି ।

Writer- Makaranda Moharana.