The Topmost

“The eyes believe themselves, the ears believe other people.”

ESF

କେତେ ପ୍ରତିଶତ ଭାରତୀୟ ବିବାହ ପୂର୍ବରୁ କରିଛନ୍ତି ସମ୍ଭୋଗ: ସର୍ଭେ ରିପୋର୍ଟ

ସଂଭୋଗ ବା ଶାରୀରିକ ସମ୍ପର୍କ ଏକ ଏପରି କଥା ଯାହା ଗୁପ୍ତ ରହିବା ଭଲ । କିନ୍ତୁ ବର୍ତ୍ତମାନର ଏକବିଂଶ ଶତକରେ ଏହା ଏକ ଅତ୍ୟାଧୁନିକ ତଥ୍ୟ ହିସାବରେ ଗ୍ରହଣ କରାଯାଉଛି । ଏହା ଏବେ ଆଉ କୌଣସି ଗୋପନୀୟ ତଥ୍ୟ ହେଇ ନାହିଁ । ଏହା ବିଶେଷ ଭାବରେ ପାଶ୍ଚାତ୍ୟ ଦେଶମାନଙ୍କରେ ଅତି ଖୋଲାଖୋଲି ଆଲୋଚନାର ବିଷୟ ପାଲଟିଛି । କିନ୍ତୁ ଭାରତ ଯେ ଏଥିରେ ପଛରେ ଅଛି ତାହା କହିବା ସମ୍ପୂର୍ଣ ଭୁଲ ହେବ । ନିକଟରେ ଭାରତୀୟଙ୍କ ସମ୍ଭୋଗକୁ ନେଇ ଏକ ନ୍ୟାସନାଲ୍‌ ଫ୍ୟାମିଲି ହେଲ‘ ସର୍ଭେ ଅନୁଯାଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଏହି ସର୍ଭେ ରିପୋର୍ଟ ଅନୁଯାଇ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରାଯାଇଛି । ଏହି ପ୍ରଶ୍ନରେ ବିଶେଷ ଭାବରେ ଦର୍ଶାଯାଇଛି ଯେଉଁଥିରେ ବିଭିନ୍ନ ଲୋକଙ୍କର ଭିନ୍ନ ମତ ସାମ୍ନାକୁ ଆସିଛି । ପ୍ରଥମେ ବିବାହକୁ ନେଇ କିଛି ପ୍ରଶ୍ନ ଯେପରିକି ବିବାହର ବୟସକୁ ବଢାଯିବା ଦ୍ୱାରା କଣ ମାନସିକ ପ୍ରଭାବ ପଡିଛି । ଏବଂ କେତେ ପ୍ରତିଶତ ବ୍ୟକ୍ତି ଏହି ନିଷ୍ପତ୍ତିକୁ ସାଦରେ ଗ୍ରହଣ କରିଛନ୍ତି । ଏହା ବାଦ୍‌ କେତେ ପ୍ରତିଶତ ଭାରତୀୟ ନାଗରିକ ବିବାହ ପୂର୍ବରୁ ସଂଭୋଗ କରିବାକୁ ପସନ୍ଦ କରିଛନ୍ତି ।

ଅବା ସଂଭୋଗର ସର୍ବନିମ୍ନ ବୟସସୀମା କେତେ । ତେବେ ଏପରି କିଛି ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଭାରତର ସାଧାରଣ ନାଗରିକ । ଏବଂ ଏ ସମସ୍ତ ଘଟଣାର ଏକ ପୁଙ୍ଖାନୁପୁଙ୍ଖ ଷ୍ଟଡି ପରେ ଏପରି ଏକ ଅଙ୍କ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଚମ୍ବିତ କରିବ ନିଶ୍ଚୟ । ତେବେ ଏଥିରୁ ଜଣାପଡିଛି ଯେ ପ୍ରତ୍ୟେକ ୧୦ ପ୍ରତିଶତ ଜନସଂଖ୍ୟାରେ ହାରାହାରି ୭.୪ ପ୍ରତିଶତ ପୁରୁଷ ଓ ୧.୫ ପ୍ରତିଶତ ମହିଳା ବିବାହ ପୂର୍ବରୁ ସଂଭୋଗ କରିଛନ୍ତି । ଏଥିରେ କେବଳ ଶାରୀରିକ ବା ମାନସିକ ସଂବନ୍ଧ ନୁହେଁ ବରଂ ଆର୍ଥିକ ସ୍ଥିତି ଅନିଯାଇ ଗରିବ ମହିଳା ଓ ଧନି ପୁରୁଷଙ୍କ ମଧ୍ୟରେ ସଂଭୋଗର ବେଶି ସଂଖ୍ୟା ସାମ୍ନାକୁ ଆସିଛି । ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ଚିରାଚରିତ ଧାରାରେ ମହିଳାମାନେ ସାଧାରଣତଃ ଏପରି କରିଥିବା ଜନସମୁହରେ ଗ୍ରହଣ କରନ୍ତି ନାହିଁ କିନ୍ତୁ ସେମାନେ ମଧ୍ୟ ଅତି ଆଡଭାନ୍ସ ମାନସିକତାକୁ ବର୍ତ୍ତମାନ ଗ୍ରହଣ କଲେଣି ବୋଲି ।

ଏବେ ସେକ୍ସ ବା ଯୌନ ସମ୍ପର୍କ ଏକ ସୁକାୟିତ ତଥ୍ୟ ହେଇ ନାହିଁ । ବରଂ ଏହା ସମସ୍ତେ ଗ୍ରହଣ କଲେଣି । ଖାଲି ଏତିକି ନୁହେଁ ବରଂ ବିବାହ ପୂର୍ବରୁ ମଧ୍ୟ ଏହାକୁ ଅତି ସାଧାରଣ ଭାବରେ ଗ୍ରହଣ କରାଯାଉଛି । କେତେକ କ୍ଷେତ୍ରରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ନିଜ ସାଥୀ ଠାରୁ ସନ୍ତୁଷ୍ଟ ନଥିବା ବ୍ୟକ୍ତିମାନେ ମଧ୍ୟ ଅବୈଧ ଶାରୀରିକ ସମ୍ପର୍କ ରଖିବାକୁ ଏକ ସୁସ୍ଥ ମାନସିକତା ବୋଲି କହୁଛନ୍ତି ।

https://thetopmost.in/?p=946

https://thetopmost.in/?p=1773

https://thetopmost.in/?p=1976