ଶହେ କୋଟିର ହେଲିକପଟର । ଏହି ବିଳାଶପୂର୍ଣ୍ଣ ହେଲିକପଟରର ମାଲିକ ହୋଇଛନ୍ତି ଆର୍ପି ଗ୍ରୁପ୍ ଅଫ୍ କମ୍ପାନିଜ୍ର ଚେୟାରମ୍ୟାନ୍ ବି. ରଭି ପିଲ୍ଲାଇ । ଏହି ହେଲିକପଟର ମାଲିକ ଭାବେ ବି. ରଭି ପ୍ରଥମ ଭାରତୀୟ । ୬୮ ବର୍ଷୀୟ ରଭିଙ୍କର ବର୍ତ୍ତମାନର ସମ୍ପତ୍ତି ମୂଲ୍ୟ୨.୫ ବିଲିଅନ୍ ଡଲାର । ଏହି ବିଳାସପୂର୍ଣ୍ଣ ହେଲିକପଟର ଏକାଥରେ ସାତଜଣ ଯାତ୍ରୀ ଯାତ୍ରା କରିପାରିବେ । ହେଲିକପଟରଟି ଅଧିକା ଉଚ୍ଚତାରୁ ଉଡାଣ ଭରିବା ସହିତ ଓହ୍ଲାଇବାରେ ସକ୍ଷମ । ସେହିଭଳି ବିମାନର ସିଟ୍ ଦୁର୍ଘଟଣା ସମୟରେ ଯାତ୍ରୀଙ୍କ ସୁରକ୍ଷା କରିବାରେ ସକ୍ଷମ ।
http://thetopmost.in/?page_id=555
ଏହି ଅତ୍ୟାଧିକ ଜ୍ଞାନକୌଶଳ ଯୁକ୍ତ ଏଚ୍୧୪୫ ହେଲିକପଟରଟିରେ ବେତାର କମୁ୍ୟନିକେସନ ସିଷ୍ଟମ ରହିଛି । ଏହିଭଳି ଅନେକ ସୁବିଧା ଏହି ହେଲିକପଟରଟିରେ ରହିଛି । ହେଲିକପଟରଟି ରଭିଙ୍କର ବ୍ୟବସାୟ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ଜଣାପଡିଛି । ରଭିଙ୍କର ଥିବା ହୋଟେଲ ବ୍ୟବସାୟକୁ ଏହା ଆଗକୁ ବଢାଇବାରେ ସାହାଯ୍ୟ କରିବ । ବିଶ୍ୱରେ ମାତ୍ର ୧୫୦୦ଟି ଏହି ମଡେଲର ହେଲିକପଟର ରହିଛି । ଭାରତରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ।

1 thought on “ବି. ରଭି ପିଲ୍ଲାଇଙ୍କ ୧୦୦କୋଟିର ହେଲିକପଟର”