The Topmost

“The eyes believe themselves, the ears believe other people.”

4etf

ବି ଟାଉନରେ ଲେଡି ଖାନଙ୍କ ଦବଦବା

ବଲିଉଡର ଖାନ୍ସ ବିଷୟରେ କିଏ ଜାଣନ୍ତି ନାହିଁ ? ଶାହାରୁଖ ଖାନ ଠାରୁ ସଲମାନ ଖାନ ପର୍ଯ୍ୟନ୍ତ ବିଟାଉନର ନିଜର ଦବଦବା ବଜାୟ ରଖିଛନ୍ତି । ଇଣ୍ଡଷ୍ଟ୍ରିରେ ଏପରି ଅଭିନେତ୍ରୀମାନେ ଅଛନ୍ତି, ଯାହାର ନାମ ହୁଏତ ଏହି ଦୁଇ କଳାକାରଙ୍କ ଭଳି ପ୍ରଭାବଶାଳୀ ହୋଇନପାରେ, କିନ୍ତୁ ସେମାନେ ସେମାନଙ୍କର ଅଭିନୟ ଦ୍ୱାରା ନିଜକୁ ପ୍ରମାଣିତ କରିଛନ୍ତି । ଏକ ମୁସଲିମ ପରିବାରରୁ ଆସି ମଧ୍ୟ ଗ୍ଲାମର ଦୃଷ୍ଟିରୁ ତାଙ୍କର ଅନେକ ଚାହିଦା ଅଛି । ସର୍ଟ ଡ୍ରେସ ହେଉ କିମ୍ବା କୁର୍ତ୍ତା । ସବୁ ଶ୍ରେଣୀର ପୋଷାକରେ ନିଜର ଜଲବା ଦେଖାନ୍ତି ଏମାନେ । ତେବେ ଏପରି କିଛି ଅଦାକାରାଙ୍କ ବିଷୟରେ ଆସନ୍ତୁ ଜାଣିନେବା ।


ସାରା ଅଲି ଖାନ- ସାଧାରଣ ଦିନରେ ସେ ସାଧାରଣ ପୋଷାକରେ ଦେଖାଯାଆନ୍ତି । କିନ୍ତୁ କୌଣସି ଇଭେଣ୍ଟ କିମ୍ବା ଫଟୋସୁଟରେ ତାଙ୍କର ଜଲୱା ଦେଖିବା ଉପଯୋଗି ହୋଇଥାଏ । ନିଜର ଫିଟ୍‌ ଫିଗରରେ ହଟ୍‌ ପୋଷାକ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ରେଡ୍‌ କାର୍ପେଟରେ ତାଙ୍କ ଅନ୍ଦାଜର ଦିୱାନା ଅନେକ । ଗ୍ଲାମରିଅସ ଲୁକ୍‌ ଓ ବୋଲï ଅନ୍ଦାଜ ତାଙ୍କୁ ଅନ୍ୟ ଅଭିନେତ୍ରୀଙ୍କ ଠାରୁ କିଛିଟା ଅଲଗା କରିଥାଏ ।

@thetopmost-01

ଡିଆ ମିର୍ଜା- ତାଙ୍କ ଚମତ୍କାର ଫ୍ୟାଶନ୍ ପାଇଁ ଜଣାଶୁଣା । ସୂତା ଭିତ୍ତିକ ପୋଷାକ ତାଙ୍କର ପ୍ରିୟ ଅଟେ । ଅବଶ୍ୟ ଏଥିମଧ୍ୟରେ ହାର୍ ଲାଇନ୍ ଗୁଡ଼ିକ ଏ ପୋଷାକରେ ଏକ ସେକ୍ସି ଉପାଦାନ ଯୋଗ କରୁଥିବା ପରି ମନେହୁଏ । ଦିୟାଙ୍କ ପୋଷାକର ଚୟନ ତାଙ୍କୁ ବିଟାଉନ୍ ର ସମସ୍ତ ଅଭିନେତ୍ରୀଙ୍କ ଠାରୁ ଏକ ଭିନ୍ନ ଆଭିମୁଖ୍ୟ ଦିଏ ।

@thetopmost-01

ଆଦିତୀ- ଏହି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ରୟାଲ ଫ୍ୟାମିଲି ସହିତ, ଆଦିତୀ ଏକ ଶାରାରା ସେଟ୍ କିମ୍ବା ଅଫ୍ ସୋଲଡର ଗାଉନରେ ଚମତ୍କାର ଦେଖାଯାଆନ୍ତି । ତାଙ୍କର ପ୍ରତ୍ୟେକ ଫଟୋରେ ତାଙ୍କ ଫ୍ୟାନ୍‌ ତାଙ୍କ ପାଇଁ ହୃଦୟ ହାରନ୍ତି ।

@thetopmost-01


ତବୁ- ଚଳଚ୍ଚିତ୍ରରେ ପ୍ରାୟ ଅତିଥି ଭୂମିକାରେ ନଜର ଆସନ୍ତି । କିନ୍ତୁ ତାଙ୍କର ଅଭିନୟ ମୁଖ୍ୟ ଭୂମିକାରେ ମଧ୍ୟ ଛାଇଯାଏ । ଏହି ଅଭିନେତ୍ରୀଙ୍କ ଶୈଳୀ ମଧ୍ୟ ଆଶ୍ଚର୍ଯ୍ୟଜନକ । ଶାଢୀଠୁ ଆରମ୍ଭ କରି ପାୱାର୍ ସୁଟ୍ ପର୍ଯ୍ୟନ୍ତ, ସେ ଏତେ ଆତ୍ମବିଶ୍ୱାସରେ ପିନ୍ଧନ୍ତି ଯେ ତାଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ବଞ୍ଚିବା ଅସମ୍ଭବ ।

@thetopmost-01

ହିନା ଖାନ- ଛୋଟ ପରଦାରେ ତାଙ୍କ ଅଭିନୟର ଯାଦୁ ଚଲାଇ ଦର୍ଶକଙ୍କ ହୃଦୟ ଜିତିଥିବା ହିନା ଖାନ, ୟେ ରିସ୍ତା କ୍ୟା କେହଲାତା ହେ ରେ ସରଳ ବୋହୂର ଭାବମୂର୍ତ୍ତିକୁ ଛାଡିବା ମାତ୍ରେ ତାଙ୍କର ଏକରୁ ଅଧିକ ଗ୍ଲାମରସ୍ ଲୁକ୍ ବାହାରକୁ ଆସିବାକୁ ଲାଗିଲା । ତା ପରେ ଅନେକ ସିରିଅଲ ଓ ରିଆଲିଟି ଶୋରେ ନିଜର ବୋଲï ଲୁକ୍‌ କ୍ୟାରି କରିଥିବା ଦେଖାଯାଇଥିଲା । ସେ କମୋଲିକା ହେଉ ଅବା ବିଗବସର ଶେର୍‌ ଖାନ୍‌ ହେଉ, ସବୁଠି ସେ ନିଜର ଜବରଦସ୍ତ ଅଭିନୟ ଓ ସେକ୍ସି ଫିଗର ପାଇଁ ଚର୍ଚ୍ଚା ସାଉଁଟିଛନ୍ତି ।

@thetopmost-01

ହୁମା କୁରେଶି- ଅଭିନୟ ପ୍ରସଙ୍ଗରେ, ବର୍ତ୍ତମାନ ଏହି ଅଭିନେତ୍ରୀଙ୍କର କେତେ ଶକ୍ତି ଅଛି ତାହା ପ୍ରମାଣ କରିବାର ଆବଶ୍ୟକତା ନାହିଁ । ହଁ ଆମେ କହୁଛୁ ବୋଲï ଆଉ ସେକ୍ସି । ନିଜ ଅଭିନୟରେ ଅନ୍ୟ କାହାକୁ ସାମ୍ନାରେ ଠିଆ କରି ପାଣି ପିଆଇ ଦେଲା ଭଳି ସାହସ ରଖୁଥିବା ଦମଦାର ଅଭିନେତ୍ରୀ ହୁମା କୁରେଶିଙ୍କ କଥା । ହୁମା କୁରେଶିଙ୍କ ଫ୍ୟାଶନ ବିଷୟରେ ଆଶ୍ଚର୍ଯ୍ୟଜନକ ଅଗ୍ରଗତି ଦେଖିବାକୁ ମିଳିଛି । ନିଜ ଶରୀରରେ ଆତ୍ମବିଶ୍ୱାସୀ ଥିବା ଏହି ଅଭିନେତ୍ରୀଙ୍କୁ ବର୍ତ୍ତମାନ ଛୋଟ ପୋଷାକ ଠାରୁ ଆରମ୍ଭ କରି ବୋଲ୍ଡ ହାର୍ ଲାଇନ୍ ପର୍ଯ୍ୟନ୍ତ ପୋଷାକର ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ସମସ୍ତ ଅଭିନେତ୍ରୀ ଏକ ରକ୍ଷଣଶୀଳ ସମ୍ପ୍ରଦାୟରୁ ଆସି ମଧ୍ୟ ବି ଟାଉନରେ ନିଦର କମାଲ ଦେଖାଇବାରେ ବିଲକୁଲ ବି ପଛେଇ ନାହାଁନ୍ତି ।

@thetopmost-01

https://thetopmost.in/?p=1779

https://thetopmost.in/?p=1786

https://thetopmost.in/?p=1793

https://thetopmost.in/?p=1557