The Topmost

“The eyes believe themselves, the ears believe other people.”

avtar

ଡିସେମ୍ବରରେ ‘ଅବତାର୍‌ ୨’

ହଲିଉଡ୍‌ର ବହୁପ୍ରତୀକ୍ଷିତ ଫିଲ୍ମ ‘ଅବତାର ୨: ଦ େୱ ଅଫ୍‌ ୱାଟର୍‌’ର ଦମଦାର ଟିଜର ରିଲିଜ୍‌ ହୋଇଛି । ଟାଇଟାନିକ ଫେମ୍‌ ନିର୍ଦ୍ଦେଶକ ଜେମ୍ସ କେମରୁନଙ୍କ ନିର୍ଦ୍ଦେଶନାରେ ନିର୍ମିତି ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା ହୋଇଛି । ଏହା ଚଳିତ ବର୍ଷ ୧୬ ଡିସେମ୍ବରରେ ସମଗ୍ର ବିଶ୍ୱରେ ମୁକ୍ତିଲାଭ କରିବ । ଭାରତରେ ଏହି ଫିଲ୍ମ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମଲୟାଲମ ଭାଷାରେ ରିଲିଜ କରାଯିବ । ଅବତାର ଫ୍ରାଞ୍ଚାଇଜିର ଏହି ସ୍ୱିକେଲର ଝଲକ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । କାରଣ ଟ୍ରେଲର ରିଲିଜ୍‌ ହେବା ମାତ୍ରେ ଏହା ୟୁଟୁ୍ୟବ୍‌ରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମର ଷ୍ଟାରକାଷ୍ଟରେ ସାମ୍‌ ୱର୍ଥିଗଟନ, ଜୋଇ ସାଲଡାନା, ଷ୍ଟିଫେନ ଲ୍ୟାଙ୍ଗ୍‌, କେଟ୍‌ ୱିନସେଲଫ ଏବଂ ଭିନ ଡିଜେଲ୍‌ଙ୍କ ନାମ ସାମିଲ ରହିଛି । ୨୦୦୯ରେ ଅବତାର ମୁକ୍ତିଲାଭ କରିଥିଲା । ସେସମୟରେ ଫିଲ୍ମଟି ବିଶ୍ୱବ୍ୟାପୀ ୨୦ ହଜାର କୋଟି ଟଙ୍କା ବକ୍ସ ଅଫିସ୍‌ କଲେକ୍ସନ କରି ରେକର୍ଡ କରିଥିଲା ।

avtarNeytiri (Zoë Saldana, right) teaches Jake (Sam Worthington) in Avatar ©Twentieth Century Fox Film Corporation

https://thetopmost.in/?p=1731

https://thetopmost.in/?p=1773

https://thetopmost.in/?p=1359

https://thetopmost.in/?p=1901