ସର୍ବଦା ଯେ ପଶୁ ମାନେ ନିଜ ନିଜ ଭିତରେ ଝଗଡା କରନ୍ତି ଏହା ସତ ନୁହେଁ। ଏହାର ଏକ ଉଦାହରଣ ଘୁରି ବୁଲୁଛି ସୋସିଆଲ ମିଡିଆରେ। ଖାଦ୍ୟ ଖାଦକର ଶୃଙ୍ଖଳ ଭିତରେ ବି ଜଣେ ଜଣଙ୍କର ସାଥି ହୋଇପାରିବ ସେ କଥାକୁ ସିଦ୍ଧ କରିଛନ୍ତି ୩ଟି କୁକୁର ଓ କୁକୁଡା। ଏମାନଙ୍କ ଦୋସ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କୁକୁଡା ପିଠିରେ ଠିଆ ହୋଇ କୁକୁର ଖାଦ୍ୟ ଖାଉଛି। ପାଖରେ ମଧ୍ୟ ଦୁଇଟି କୁକୁର ରହିଛନ୍ତି। କୁକୁଡା କୁକୁରର ଖାଦ୍ୟ ହୋଇଥିବାବେଳେ, ଏଠି କିନ୍ତୁ ଦୃଶ୍ୟ ଅଲଗା। କୁକୁର ଗୁଡିକ କୁକୁଡାକୁ କିଛି କରୁନଥିବା ବେଳେ କୁକୁଡା ମଧ୍ୟ ସେମାନଙ୍କୁ ଡରୁନି। ନିଜ ପିଠିରେ ବସାଇ ଖାଦ୍ୟ ଖାଇବାକୁ ଦେଉଛି। ଏହି ଭିଡିଓଟିକୁ ଆଇଏଫ୍ଏସ୍ ସୁଶାନ୍ତ ନନ୍ଦ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ଲୋକ ବେଶ୍ ପସନ୍ଦ କରୁଛନ୍ତି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ