ସୁନା ରେଜରରେ ଖିଅର
କରୋନା କାରଣରୁ ସମସ୍ତ ବ୍ୟବସାୟୀଙ୍କର ଅନେକ କ୍ଷତି ହୋଇଛି। କେତେକଙ୍କ ଦୋକାନରେ ତାଲା ମଧ୍ୟ ଝୁଲିଛି। ତେବେ ଅନ୍ଲକ୍ ପରେ ସମସ୍ତେ ନିଜ ବ୍ୟବସାୟକୁ କିପରି ଆଗକୁ ବଢାଇବେ ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରୁଛନ୍ତି। ସେହି ପରି ଏକ ନିଆରା ପ୍ରୟାସ କରିଛନ୍ତି ପୁନେର ଦୁଇଜଣ ବ୍ୟକ୍ତି। ଅବିନାଶ ବୋରୁନ୍ଦିୟା ଓ ବିକ୍କି ବାଘମାରେଙ୍କର ପୁନେରେ ସେଲୁନ୍ ବ୍ୟବସାୟ ଥିଲା। ତେବେ କରୋନା କାରଣରୁ ହୋଇଥିବା ଲକ୍ଡାଉନ୍ ପାଇଁ ସେମାନଙ୍କୁ ନିଜ ବ୍ୟବସାୟ ବନ୍ଦ କରିବାକୁ ପଡିଲା। ଅନ ଲକ୍ ହେବା ପରେ ସେମାନେ ନିଜର ଦୋକାନ ଖୋଲିଲେ। କରୋନା ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ନିୟମକୁ ପାଳନ ମଧ୍ୟ କରିଥିଲେ। ହେଲେ କରୋନା ସଂକ୍ରମଣ ଡରରେ ତାଙ୍କ ଦୋକାନକୁ ଗ୍ରାହକ ଆସିଲେ ନାହିଁ। ତେଣୁ ସେ ନିଜ ଦୋକାନକୁ ପୁଣି ରି ଲଞ୍ଚ କରିବାକୁ ଚାହିଁଲେ। ତେବେ ଏଥର ସେ ଦୋକାନକୁ କିଛି ହଟକେ ଉପାୟରେ ଆରମ୍ଭ କରିବାକୁ ଚାହୁଁଥିଲେ, ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିପାରିବ। ସେ ତଥ୍ୟ ନେବା ପରେ ଜାଣିଲେ କି ପୁଣେରେ ଲୋକଙ୍କୁ ସୁନା ପସନ୍ଦ। ତେଣୁ ସେ ଚୁଟି କାଟିବା ସହ ଦାଢି କାଟିବା ପାଇଁ ସୁନା ରେଜର ବ୍ୟବହାର କଲେ। ଯାହା ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ମଧ୍ୟ ହେଲା। ବର୍ତ୍ତମାନ ତାଙ୍କ ଦୋକାନରେ ଲୋକଙ୍କର ଲାଇନ ଲାଗୁଛି। ସୁନା ରେଜରରେ ଖିଅର ହେବା ପାଇଁ ଗ୍ରାହକଙ୍କୁ ୧୦୦ଟଙ୍କା ଦେବାକୁ ହୋଇଥାଏ। ଏହାସହ ଏଠି ସାଧାରଣ ଖିଅରର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ତାଙ୍କ ଦୋକାନରେ ଏହାକୁ ରଖିବା ପାଇଁ ସମସ୍ତ ସୁରକ୍ଷିତ ବ୍ୟବସ୍ଥା କରାଯାଇଛି। ତାଙ୍କ ସୁନା ରେଜରର ଡିମାଣ୍ଡ ବଢୁଥିବାର ଦେଖି ଆଗକୁ ସେମାନେ ଆଉ ଦୁଇଟି ଆଣିବାର ଯୋଜନା ରଖିଛନ୍ତି।
7 thoughts on “A man Shave his beard by gold razor.”