The Topmost

“The eyes believe themselves, the ears believe other people.”

g

ଶ୍ରୀକୃଷ୍ଣଙ୍କର ଜନ୍ମତିଥି ଜନ୍ମାଷ୍ଟମୀ


ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ପୁରା ଦେଶରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ  । ଏହି ଦିନ ସମସ୍ତେ ବେଶ୍‌ ଶ୍ରଦ୍ଧାରେ କୃଷ୍ଣ ଜନ୍ମ ପାଳନ କରିଥାଆନ୍ତି । ପ୍ରତିବର୍ଷ ଏହା ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ ହୋଇଥାଏ । ପୂରାଣରେ ବର୍ଣ୍ଣିତ କଥା ଅନୁସାରେ ଯେତେବେଳେ ବି ଧରାରେ ଅସୁରଶକ୍ତି ଓ ଦୁଷ୍ଟ ଶକ୍ତିଙ୍କ ପ୍ରାର୍ଦୁଭାବ ବଢିଥାଏ ସେହି ସମୟରେ ଭଗବାନ ଅବତାର ନେଇଥାଆନ୍ତି । ବିଷ୍ଣୁଙ୍କର ଅନେକ ଅବତାର ମଧ୍ୟରୁ ଗୋଟିଏ ହେଲା କୃଷ୍ଣ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀ ବସୁଦେବ ଓ ଦେବକୀଙ୍କ କୋଳମଣ୍ଡନ କରିଥିଲେ ଶ୍ରୀକୃଷ୍ଣ ରୂପରେ ।

କୃଷ୍ଣ ଲୀଳାକୁ ନେଇ ପୂରାଣରେ ଅନେକ କଥା ବର୍ଣ୍ଣିତ । ତେବେ ସେହିସମୟରେ କଂସ ରାଜା ବହୁ ଅନ୍ୟାୟ ଅତ୍ୟାଚାର କରିବାରୁ ତା’ ଭୟରେ ଦେବତା ଓ ପୃଥିବୀବାସୀ ସମସ୍ତେ ଭୟଭୀତ ହୋଇଥିଲେ । ଯାହାଫଳରେ କଂସର ବିନାଶ ପାଇଁ ପ୍ରଭୁ ଅବତାର ନେଇଥିଲେ । ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ରାତ୍ରିର ଅନ୍ଧକାରରେ ପ୍ରଭୁ ଯଶୋଦାଙ୍କ କୋଳରୁ ପ୍ରକଟ ହେଲେ । ତେବେ କଂସ ପୂର୍ବରୁ ଜାଣିଥିଲା ଯଶୋଦାଙ୍କର ଅଷ୍ଟମ ଗର୍ଭ ତା ମୃତୁ୍ୟର କାରଣ । ତେଣୁ ସେ ନିଜ ଭଉଣୀ ଯଶୋଦାଙ୍କୁ ବନ୍ଦୀ ବନାଇ ରଖି ତାଙ୍କର ସମସ୍ତ ଛୁଆଙ୍କୁ ଜନ୍ମ ହେବା କ୍ଷଣି ମାରିଦେଉଥିଲା । ହେଲେ କୃଷ୍ଣ ଜନ୍ମ ହେବା ପରେ ତାଙ୍କୁ ବସୁଦେବ ନେଇ ଗୋପରେ ନନ୍ଦ ରାଜା ଓ ଯଶୋଦାଙ୍କ ପାଖରେ ଛାଡି ଆସିଥିଲେ । କୃଷ୍ଣଙ୍କ ବଦଳରେ ସେହିସ୍ଥାନରେ ବିଜୁଳୀ କନ୍ୟାଙ୍କୁ ରଖିଦିଆଯାଇଥିଲା । ପରଦିନ କଂସ ଛୁଆକୁ ମାରିବା ସମୟରେ କୃଷ୍ଣଙ୍କ ସ୍ଥାନରେ ବିଜୁଳି କନ୍ୟାଙ୍କୁ ମାରିଥିଲା, ଯିଏ ତା ହାତରୁ ଖସିଯାଇ ଏକ ଭବିଷ୍ୟ ବାଣୀ ଜରିଆରେ ତାର ମୃତୁ୍ୟର ସୂଚନା ତାକୁ ଦେଇଥିଲେ । ଏହାପରେ ଶ୍ରୀକୃଷ୍ଣ ଗୋପପୁରରେ ବଢିବା ସହିତ କଂସର ସଂହାର ମଧ୍ୟ କରିଥିଲେ । ଏହିପରି ଭାବେ ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣ୍ଣିତ । ଜନ୍ମାଷ୍ଟମୀ ଦିନ ମଧ୍ୟରାତ୍ରୀରେ କୃଷ୍ଣଙ୍କର ପୂଜା କରାଯାଇଥାଏ  । କୃଷ୍ଣଙ୍କୁ କ୍ଷୀରରେ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥାଏ  । ଏହାପରେ ରୀତିନୀତି ଅନୁସାରେ ପୂଜା କରାଯାଇ ଭୋଗ କରାଯାଇଥାଏ । ଏହାପରେ ଆଣ୍ଠୁଆଗୋପାଳଙ୍କୁ ଦୋଳିରେ ଝୁଲା ଯାଇଥାଏ । ଏହି ପୂଜା ଅତ୍ୟନ୍ତ ଆନ୍ଦଦାୟକ ହୋଇଥାଏ । ଏଥିରେ କୃଷ୍ଣଙ୍କର ଆଣ୍ଠୁଆ ଗୋପାଳ ମୁର୍ତ୍ତିଙ୍କୁ ପୂଜା କରାଯାଇଥାଏ ।
କେଉଁଠି କିଭଳି
ମହାରାଷ୍ଟ୍ର
ମହାରାଷ୍ଟ୍ରରେ ଜନ୍ମାଷ୍ଟମୀ ଖୁବ୍‌ ଧୁମ୍‌ଧାମରେ ପାଳନ ହୋଇଥାଏ । ମହାରାଷ୍ଟ୍ରର ମୁମ୍ବାଇ, ଲତୁର, ନାଗପୁର, ପୁନେ ଆଦି ସହରରେ ଖୁବ୍‌ ଶ୍ରଦ୍ଧାର ସହିତ ଲୋକମାନେ ଏହି ପର୍ବକୁ ପାଳନ କରନ୍ତି । ଏଠାରେ ଏକ ନିଆରା ପରମ୍ପରା ପାଳନ କରାଯାଏ ଦହି ହାଣ୍ଡି । ଏହି ପରମ୍ପରାରେ ଗୋଟିଏ ସ୍ଥାନରେ ଅନେକ ଲୋକ ଏକାଠି ହୋଇ ଦହି ହାଣ୍ଡି ଭାଙ୍ଗନ୍ତି । କୃଷ୍ଣଙ୍କର ପ୍ରିୟ ଲହୁଣି କିମ୍ବା ଦହିକୁ ଏକ ହାଣ୍ଡିରେ ରଖି ହାଣ୍ଡିକୁ ଏକ ଉଚ୍ଚସ୍ଥାନରେ ଟଙ୍ଗା ଯାଇଥାଏ । ତଳୁ ଏକାଠି ହୋଇଥିବା ଲୋକ ପିରାମିଡ୍‌ ଭଳି ଜଣେ ଜଣଙ୍କ ଉପରେ ଚଢି ହାଣ୍ଡି ପର୍ଯ୍ୟନ୍ତ ପହଞ୍ଚିଥାଆନ୍ତି ଏବଂ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତି । ଏଥିରେ ଅନେକ ଦଳ ଭାଗ ନେଇଥାଆନ୍ତି । ଯିଏ ହାଣ୍ଡି ଭାଙ୍ଗିଥାଏ ସେ ଏହି ପ୍ରତିଯୋଗିତା ଜିତିଥାଏ ।
ଗୁଜୁରାଟ ଓ ରାଜସ୍ଥାନ
ଗୁଜୁରାଟର ଦ୍ୱାରିକାକୁ ଶ୍ରୀକୃଷ୍ଣଙ୍କର ରାଜଭୂମିଭାବେ ଜଣାଯାଏ । ତେଣୁ ଏଠାରେ କୃଷ୍ଣଜନ୍ମ ଖୁବ୍‌ ଧୁମ୍‌ଧାମରେ ପାଳନ ହୋଇଥାଏ । ଏଠାରେ ମହାରାଷ୍ଟ୍ରଭଳି ଲହୁଣି ହାଣ୍ଡି କାର୍ଯ୍ୟକ୍ରମକୁ ଖୁବ୍‌ ଶ୍ରଦ୍ଧାର ସହ ପାଳନ କରାଯାଇଥାଏ । ମନ୍ଦିରଗୁଡିକରେ ବିଭିନ୍ନ ସଙ୍ଗୀତ ସହ ନୃତ୍ୟ କାର୍ଯ୍ୟକ୍ରମ କରାଯାଇଥାଏ । ଏଠାରେ ଥିବା ଦ୍ୱାରିକାଧୀଶ ମନ୍ଦିର ଓ ଅନ୍ୟ କୃଷ୍ଣ ମନ୍ଦିରରେ ସମସ୍ତ ପରମ୍ପରା ଅନୁସାରେ କୃଷ୍ଣଜନ୍ମ ପାଳନ ହୋଇଥାଏ  । ସେହିଭଳି ଏଠାରେ କୃଷକମାନେ ନିଜର ଶଗଡକୁ ସଜାଇବା ସହିତ କୃଷ୍ଣଙ୍କୁ ଧରି ଏକ ଶୋଭାଯାତ୍ରା କରିଥାଆନ୍ତି । ଏଥିରେ ଅନେକ ଶ୍ରଦ୍ଧାଳୁ ଭାଗନେଇଥାଆନ୍ତି ।

ଉତ୍ତର ଭାରତ
ମଥୁରାରେ ଜନ୍ମାଷ୍ଟମୀ ଏକ ବଡ ଉତ୍ସବ । ହିନ୍ଦୁ ପୂରାଣ ଅନୁସାରେ ମଥୁରାରେ ହିଁ କୃଷ୍ଣଙ୍କର ଜନ୍ମ ହୋଇଥିଲା । ପୂରା ଉତ୍ତରଭାରତରେ ବୈଷ୍ଣବଧର୍ମୀୟ ଲୋକମାନେ ଏହାକୁ ବେଶ୍‌ ଜାକଜକମରେ ପାଳନ କରନ୍ତି । ଏହି ସମସ୍ତ ସ୍ଥାନରେ ଥିବା କୃଷ୍ଣ ମନ୍ଦିର ଏହି ଦିନ ସଜା ହେବା ସହ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ । ଶ୍ରଦ୍ଧାଳୁ ମାନେ ସାରା ରାତି ଏଠାରେ କୃଷ୍ଣଙ୍କୁ ପୂଜା କରିବା ସହିତ ଜପ ଉପାସନା କରିଥାଆନ୍ତି । ସେହିଭଳି କେତେକ ସ୍ଥାନରେ ଏହି ଦିନ ବିଭିନ୍ନ ନାଟକରେ କୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତକୁ ଚିତ୍ରଣ ମଧ୍ୟ କରାଯାଇଥାଏ । ସମସ୍ତେ ଖୁବ୍‌ ଶ୍ରଦ୍ଧାରେ ଏହି ପର୍ବକୁ ପାଳନ କରନ୍ତି ।
ଓଡିଶା
ଓଡିଶାରେ ମଧ୍ୟ ଖୁବ୍‌ ଧୁମଧାମରେ ଏହା ପାଳନ ହୋଇଥାଏ । ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ସମସ୍ତ ରୀତିନୀତି ହିସାବରେ ପାଳନ ହୋଇଥାଏ । ଏହାସହ ଓଡିଶାରେ ଥିବା ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ରାତି ଉଜାଗର ରହି ପୂଜା କରନ୍ତି । ମଧ୍ୟରାତ୍ରରେ କୃଷ୍ଣଙ୍କ ଜନ୍ମକୁ ଖୁବ୍‌ ଶ୍ରଦ୍ଧାର ସହ ପାଳନ କରନ୍ତି । ସେହିଭଳି ଏଠାରେ ପରଦିନ ନନ୍ଦୋତ୍ସବ ମଧ୍ୟ ପାଳନ ହୋଇଥାଏ । ଏଠାରେ ସେହିଦିନ କୃଷ୍ଣଙ୍କୁ ନଡିଆ ଓ ରାଶିରେ ପ୍ରସ୍ତୁତ ଲଡୁ ଭୋଗ କରାଯାଇଥାଏ ।

ଜନ୍ମାଷ୍ଟମୀରେ ଖାଲି ମନ୍ଦିରରେ ଗହଳି ହୁଏ ତାହା ନୁହେଁ ଘରେ ମଧ୍ୟ ଅନେକ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳିଥାଆନ୍ତି । ପୂରା ରୀତିନୀତିରେ ଜନ୍ମାଷ୍ଟମୀ ପୂଜା କରିଥାଆନ୍ତି । ତେବେ କୃଷ୍ଣଙ୍କର ଝୁଲାକୁ ସମସ୍ତେ ସଜାଇବା ପାଇଁ ଚାହିଁ ଥାଆନ୍ତି  । ସେହିଭଳି କିଛି ଉପାୟ ଅଛି ଯାହାକୁ ଅନୁକରଣ କରି ଖୁବ୍‌ ସୁନ୍ଦର ଝୁଲା ସଜାଯାଇ ପାରିବ ।
ଫୁଲ ଝୁଲା
ସମସ୍ତ ଭଗବାନଙ୍କୁ ଫୁଲରେ ପୂଜା କରାଯାଇଥାଏ । ଠାକୁରଙ୍କ ନାଁ ଉଠିଲେ ଆଗ ଉଠେ ଫୁଲ କଥା । ତେଣୁ କୃଷ୍ଣଙ୍କ ଝୁଲାକୁ ଫୁଲରେ ଖୁବ ସୁନ୍ଦରରେ ସଜାଯାଇପାରିବ । ଯେ କୌଣସି ଛୋଟ ଧଳା ରଙ୍ଗର ଫୁଲ ଏଥିନିମନ୍ତେ ଉପଯୁକ୍ତ ହେବ । ସେହିଭଳି ଫୁଲ ମାଳ ମଧ୍ୟ ବ୍ୟବହାର କରାଯାଇପାରିବ ।
ମୋତି ଓ ଝାଲର
ସେହିଭଳି ଯଦି କିଛି ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି ତେବେ ଫୁଲ ସହିତ ମୋତି ଓ ଝାଲର ବ୍ୟବହାର କରିପାରିବେ । ଯେଉଁଠାରେ ଭଗବାନଙ୍କୁ ସ୍ଥାପନ କରିବେ ସେହି ସ୍ଥାନକୁ ଝାଲର ଓ ମୋତିରେ ସଜାଇପାରିବେ । ଏହାର ସାମନା ପଟେ ଝାଲର ଲଗାନ୍ତୁ ଏହା ଝୁଲଣାକୁ ବେଶ୍‌ ସୁନ୍ଦର କରିବ । ସେହିଭଳି ନିଜ ମନପସନ୍ଦର ଫୁଲର ଝାଲର ଲଗାଇପାରିବେ ।
ମୟୁର ପୁଚ୍ଛ
କୃଷ୍ଣଙ୍କର ମୟୁର ପୁଚ୍ଛ ପସନ୍ଦ ବୋଲି ପୂରାଣରେ ବର୍ଣ୍ଣନା ରହିଛି । ତେଣୁ ତାଙ୍କ ଝୁଲଣା ସଜାଇବା ସମୟରେ ଏହାକୁ ବ୍ୟବହାର କରନ୍ତୁ ବେଶ୍‌ ସୁନ୍ଦର ହେବ । ଝୁଲାର ଅଗ୍ରଭାଗରେ ଏହି ପୁଚ୍ଛକୁ ବ୍ୟବହାର କରନ୍ତୁ । ମୋତି, ଲେସ୍‌, ଫୁଲ ସହିତ ମୟୁର ପୁଚ୍ଛକୁ ସଜାନ୍ତୁ ଏହା ଝୁଲାକୁ ବେସ୍‌ ମାନିବ ।

janmastami celebration and decoration
janmastami celebration and decoration
janmastami celebration and decoration

https://thetopmost.in/?p=2223

https://thetopmost.in/?p=1947

https://thetopmost.in/?p=1640

https://thetopmost.in/?p=1800