The Topmost

“The eyes believe themselves, the ears believe other people.”

farming with pvp pipe

ପିଭିସି ପାଇପ୍‌ରେ ପରିବା ଚାଷ

ଆଜିକାଲି ସହରଗୁଡ଼ିକରେ କିଚେନ୍‌ ଗାର୍ଡେନର କଲଚର୍‌ ବୃଦ୍ଧି ପାଉଛି । ଏଥିରେ ଧନିଆପତ୍ର, ଲଙ୍କା, ରସୁଣ ଚାଷ କରୁଥିବା ଦେଖିବାକୁ ମିଳିଛି । ଏପରିକି କେତେକ ଲୋକ ଛାତ ଉପରେ ପନିପରିବା ଚାଷ କରୁଛନ୍ତି । ହେଲେ ଜଣେ ମହିଳା ପିଭିସି ପାଇପ୍‌ ଏବଂ ବାଉଁଶରେ ଅନେକ ପରିବା ଚାଷ କରି କୃଷିର ଏକ ନୂତନ ପ୍ରଣାଳୀ ଦେଖାଇ ଲୋକଙ୍କୁ ଆଚମ୍ବିତ କରିଛନ୍ତି । ତେବେ ଏହି ଚାଷ ପ୍ରଣାଳୀକୁ ଭର୍ଟିକାଲ୍‌ ଗାର୍ଡେନ କୁହାଯାଏ, ଯାହା ସାହାଯ୍ୟରେ ଅନେକ ପନିପରିବା ଚାଷ କରାଯାଇପାରେ । ବିହାର ଛପରାର ବାସିନ୍ଦା ସୁନୀତା ପ୍ରସାଦ ଏପରି ଚାଷ କରି ଅନ୍ୟ ଗୃହଣୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ରିପୋର୍ଟ ଅନୁଯାୟୀ ସୁନୀତାଙ୍କୁ ଚାଷ କରିବାର ସଉକ ରହିଛି । ଯଦି ଘରେ କୌଣସି ଗୋଟିଏ ବାସନ ଖରାପ ହୋଇଯାଏ ସୁନୀତା ସେଥିରେ ମାଟି ଭର୍ତ୍ତି କରି ଗଛ ଲଗାଇଦିଅନ୍ତି । ସେହିପରି ସୁନୀତା କହିଛନ୍ତି, ଦିନେ ସେ କବାଡ଼ିବାଲାଠାରୁ ଗୋଟିଏ ପିଭିସି ପାଇପ୍‌ କିଣି ଆଣି ଛାତ ଉପରେ ରଖିଥିଲେ ।

ଧୀରେଧୀରେ ଏଥିରେ ମାଟି ଜମିଯାଇଥିଲା ଏବଂ ଘାସ ଉଠିଥିଲା । ଏହାକୁ ଦେଖି ସେ ଏଥିରେ କିଛି ପରିବା ଚାଷ କରିବା ପାଇଁ ଚିନ୍ତା କରିଥିଲେ । ଯେତେବେଳେ ସେ ଏହି ପାଇପ୍‌ରେ ପରିବା ଚାଷ କରିବାରେ ସଫଳ ହେଲେ, ସେ ବିକଳ୍ପ ଭାବରେ ବାଉଁଶକୁ ବ୍ୟବହାର କଲେ । ବର୍ତ୍ତମାନ ସେ ପ୍ରତ୍ୟେକ ଋତୁରେ ସେ ଢେରସାରା ପନିପରିବା ଚାଷ କରିପାରୁଛନ୍ତି । ସୁନୀତାଙ୍କ କହିବା ଅନୁଯାୟୀ ସେ ୫ ଫୁଟର ପିଭିସି ପାଇପରେ ପ୍ରାୟ ୪ରୁ ୫କିଲୋର ପରିବା ଅମଳ କରିପାରୁଛନ୍ତି । ଏଥିରେ ସେ ବାଇଗଣ, ଭେଣ୍ଡି, ଷ୍ଟ୍ରବେରୀ ଏବଂ କୋବି ଲଗାଇଛନ୍ତି । ତେବେ ପାଇପରେ କୋବି ଚାଷକୁ ଦେଖି ଲୋକମାନେ ଚକିତ ହୋଇଛନ୍ତି । ତେବେ ଏହି ନିଆରା ଚାଷ ପ୍ରଣାଳୀ ପାଇଁ ସୁନୀତାଙ୍କୁ କିଷାନ ଅଭିନବ ସମ୍ମାନ ପରି ବହୁ ପୁରସ୍କାରରେ ସମ୍ମାନିତ କରାଯାଇଛି ।

farming with pvp pipe

https://thetopmost.in/?p=1612

https://thetopmost.in/?p=985

https://thetopmost.in/?p=1434

https://thetopmost.in/?p=1382