The Topmost

“The eyes believe themselves, the ears believe other people.”

sdg

ଅଭିନୟ ହିଁ ପରିଚୟର ମାର୍ଗ- ସିଦ୍ଧାନ୍ତ ଗୁପ୍ତା

ଫିଲ୍ମ ଦୁନିଆରେ ପାଦ ରଖିବା ସମୟରେ ଯୁବ କଳାକାରଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଭରି ରହିଥାଏ । ସମସ୍ତଙ୍କଠୁ ଭିନ୍ନ କରିବାର ପ୍ରୟାସ ତାଙ୍କ ଉତ୍କଣ୍ଠାକୁ ଆହୁରି ଦ୍ୱିଗୁଣିତ କରିଥାଏ । ଅଧିକାଂଶ ଯୁବ କଳାକାରଙ୍କ ଦୁର୍ବଳତା ଗ୍ଲାମର ପ୍ରତି ଅଧିକ ରହିଥାଏ, କିନ୍ତୁ ଯୁବ ମଡେଲ୍‌ ତଥା ଅଭିନେତା ସିଦ୍ଧାନ୍ତ ଗୁପ୍ତା ଅନ୍ୟ ଅଭିନେତାଙ୍କଠାରୁ ଭିନ୍ନ ବିଚାର ରଖି ସିନେ ପରଦାରେ ପ୍ରବେଶ କରିଛନ୍ତି । ସେ ସିନେମାରେ ଗ୍ଲାମରଠାରୁ ଅଧିକ ଅଭିନୟ କଳା ପ୍ରତି ଆଗ୍ରହୀ ଦେଖାଇଛନ୍ତି । କିଛି ଦିନ ତଳେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅପରେସନ୍‌ ରୋମିଓ’ରେ ସିଦ୍ଧାନ୍ତ ଗୁପ୍ତା ମୁଖ୍ୟ ଚରିତ୍ର ଭାବେ କାମ କରିବାର ସୁଯୋଗ ପାଇଛନ୍ତି । ତେଣୁ ଏହି ସୁଯୋଗକୁ ବିଫଳ ହେବାକୁ ନଦେଇ ସେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛନ୍ତି । ଶରଦ କେଲକର୍‌ ପରି ବରିଷ୍ଠ ଅଭିନେତାଙ୍କ ସାମ୍ନାରେ ସେ ନିଜକୁ ପ୍ରମାଣିତ କରିବାରେ ସକ୍ଷମ ହୋଇଛନ୍ତି । ସିଦ୍ଧାନ୍ତ ଗୁପ୍ତା ଟେଲିଭିଜନ ଜଗତରୁ ଫିଲ୍ମକୁ ଆସିଛନ୍ତି । ପାଇଲଟ୍‌ ହେବାର ଇଚ୍ଛା ରଖି ସିଦ୍ଧାନ୍ତ ଦିଲ୍ଲୀ ଆସିଥିଲେ, କିନ୍ତୁ ଏକ ଫଟୋସୁଟ୍‌ ତାଙ୍କୁ ଗ୍ଲାମର ଦୁନିଆକୁ ଟାଣି ଆଣିଥିଲା । ଅଳ୍ପ ସମୟ ମଧ୍ୟରେ ବଡ଼ ବଡ଼ ବ୍ରାଣ୍ଡର ପ୍ରଚାର କରି ସିଦ୍ଧାନ୍ତ ଜଣେ ପ୍ରସିଦ୍ଧ ମଡେଲ ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।

ଏହାପରେ ଅଭିନୟରେ କ୍ୟାରିଅର କରିବାର ନିଷ୍ପତ୍ତି କ୍ରମେ ସେ ୨୦୧୫ରେ ‘ଟସନ୍‌-ଏ-ଇସ୍କ’ ଧାରାବାହିକ ଜରିଆରେ ଟେଲିଭିଜନ ଡେବୁ୍ୟ କରିଥିଲେ । ଏହାପରେ ରିୟାଲିଟି ଶୋ’ ‘ଝଲକ୍‌ ଦିଖଲା ଯା’ରେ ଅଂଶଗ୍ରହଣ କରି ନିଜ ନୃତ୍ୟ କଳାକୁ ପ୍ରଦର୍ଶିତ କରିଥିଲେ । ଏହାରି ମଧ୍ୟରେ ତୁତିଆ ଦିଲ୍‌, ବଦମାସିୟାଁ, ଭୂମି ପରି ଫିଲ୍ମରେ ସହକଳାକାର ଭାବେ କାମ କରିସାରିଛନ୍ତି । ହେଲେ ପ୍ରଥମ ଥର ପାଇଁ ଅପରେସନ୍‌ ରୋମିଓରେ ଲିଡ୍‌ ରୋଲ୍‌ ଭାବେ ଅଭିନୟ କରି ବେଶ୍‌ ପ୍ରଶଂସନୀୟ ହୋଇପାରିଛନ୍ତି । ଏଥିସହ ଲକଡାଉନ ସମୟରେ ସେ ନିଜକୁ ଅଧିକ ଅନୁସନ୍ଧାନ କରିବା ପାଇଁ ଅଭିନୟ କର୍ମଶାଳାରେ ଯୋଗ ଦେଇଥିଲେ । ସିଦ୍ଧାନ୍ତ ସୋସିଆଲ ମିଡିଆକୁ ଅଧିକ ପସନ୍ଦ କରନ୍ତି ନାହିଁ । ତେଣୁ ସୋସିଆଲ ମିଡିଆ ଫଲୋଅର୍ସ କାରଣରୁ ନୁହେଁ ବରଂ ଲୋକମାନେ ତାଙ୍କ ଅଭିନୟ ପାଇଁ ତାଙ୍କୁ ଜାଣନ୍ତୁ ବୋଲି ସିଦ୍ଧାନ୍ତ କହିଛନ୍ତି । ଅଭିନୟ ପ୍ରତି ସିଦ୍ଧାର୍ଥଙ୍କ ଆଭିମୁଖ୍ୟ ସମସ୍ତଙ୍କୁ ଆଚମ୍ବିତ କରିଛି । ଆଗକୁ ସିଦ୍ଧାନ୍ତ ପ୍ରସିଦ୍ଧ ଫିଲ୍ମ ନିର୍ମାତା ବିକ୍ରମାଦିତ୍ୟ ମୋଟୱାନେଙ୍କ ଆଗାମୀ ପ୍ରୋଜେକଫରେ ନଜର ଆସିବାକୁ ଯାଉଛନ୍ତି ।

https://thetopmost.in/?p=1786

https://thetopmost.in/?p=1738

https://thetopmost.in/?p=1793