The Topmost

“The eyes believe themselves, the ears believe other people.”

stylish office womwn

ଅଫିସ୍ରେ ରୁହନ୍ତୁ ଷ୍ଟାଇଲିସ୍

ସର୍ବଦା ଅଫିସ୍ ଯିବା ବେଳେ ମହିଳାଙ୍କର ପୋଷାକ ନେଇ ଅନେକ ପ୍ରଶ୍ନ ରହିଥାଏ। କିଭଳି ଅଫିସ୍ରେ ଷ୍ଟାଇଲିସ ଦେଖାଯିବା ସହ ଫ୍ରଫେସନାଲ ମଧ୍ୟ ଦେଖାଯିବେ ସେଥିପାଇଁ ସେମାନେ ଅନେକ ପରିଶ୍ରମ କରନ୍ତି। ତେବେ ଏଥିପାଇଁ କିଛିଟା ଟ୍ରିକ୍ ରହିଛି ଯାହା ଆପଣଙ୍କୁ ପ୍ରଫେସନାଲ ଲୁକ୍ ସହ ଷ୍ଟାଇଲିସ ମଧ୍ୟ କରାଇବ।

ମିଡି ଡ୍ରେସ
ଯଦି ଆପଣ କର୍ପୋରେଟ ସେକ୍ଟରରେ ଚାକିରି କରୁଛନ୍ତି , ତେବେ ଆପଣଙ୍କୁ ଅନେକ ସମୟରେ ଆଧୁନିକ ଡ୍ରେସ ପିନ୍ଧିବାକୁ ପଡିବ। ଏହି କ୍ଷେତ୍ରରେ କେତେକ ମହିଳା କଣ ପିନ୍ଧିବେ ସେ ନେଇ ଚିନ୍ତାରେ ପଡନ୍ତି। ତେବେ ଆପଣ ଯଦି ଏଭଳି ଦ୍ୱନ୍ଦରେ ଅଛନ୍ତି ତେବେ ମିଡି ଡ୍ରେସ ପିନ୍ଧିପାରିବେ। କାରଣ ମିଡିକୁ ବୟସ୍କଙ୍କ ଠାରୁ ଆରମ୍ଭ କରି କମ ବୟସର ପିଲା ମଧ୍ୟ ପିନ୍ଧି ପାରିବେ। ଏହି ଡ୍ରେସ ସହ ଆପଣଙ୍କୁ ଅନ୍ୟ କିଛି ମ୍ୟାଚିଙ୍ଗ କରିବାକୁ ପଡିନଥାଏ। ମିଡି ସର୍ବଦା ଆପଣଙ୍କୁ ସିମ୍ପଲ ଆଣ୍ଡ ସୋବର ଲୁକ୍ ଦେଇଥାଏ। ଏଥିରେ କେବଳ ଆପଣ ନିଜ ଡ୍ରେସ ଡିଜାଇନ୍କୁ ମ୍ୟାଚ କରି କାନଫୁଲ ଓ ବେକରେ କିଛି ପିନ୍ଧିପାରିବେ। ଯାହା ଆପଣଙ୍କୁ ଅଫିସରେ ଷ୍ଟାଇଲିସ୍ କରାଇବ।

ଡେନିମ ଜାକେଟ୍
ଯଦି ଆପଣଙ୍କୁ ଅଫିସକୁ ଜାକେଟ ପିନ୍ଧି ଯିବାର ସଉକ୍ ରହିଛି, ତେବେ ଆପଣ ଡେନିମ ଜାକେଟ୍କୁ ନିଜର ପ୍ରଥମ ପସନ୍ଦ କରନ୍ତୁ। ଏହା ଶୀତ ହେଉ କିମ୍ବା ଗରମ ସବୁସମୟରେ ଫ୍ୟାସନରେ ରହିଥାଏ। ଏହାକୁ ଆପଣ କୌଣସି ବି ଡ୍ରେସ ସହ ପିନ୍ଧି ପାରିବେ। ଅଫିସରେ ଶୀତଦିନେ ଆପଣ ନର୍ମାଲ ଶୀତଦିନିଆ ଜାକେଟ୍ ବଦଳରେ ଡେନିମ୍ ଜାକେଟ ବ୍ୟବହାର କରିପାରିବେ। ଏପରି କରିବା ଦ୍ୱାରା ଆପଣ ଶୀତରୁ ରକ୍ଷା ପାଇବା ସହ ସୁନ୍ଦର ମଧ୍ୟ ଦେଖାଯିବେ।

ସୁଟ୍

ଆପଣ ନିଜ ଅଫିସ ଡ୍ରେସ ତାଲିକାରେ ଆଧୁନିକ ସୁଟ୍କୁ ସାମିଲ କରିପାରିବେ। ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ପ୍ୟାଂଟ ଓ ସୁଟ ଆସିଲାଣି। କେତେକ ଖାଲି ସୁଟ ମଧ୍ୟ ମିଳୁଛି। ଯାହାକୁ ଆପଣ ଜାକେଟ୍ ସହ ମ୍ୟାଚିଙ୍ଗ କରି ପିନ୍ଧିପାରିବେ। ଏହା ସହ ଆପଣ ପ୍ରିଣ୍ଟେଡ୍ ବ୍ଲେଜର ମଧ୍ୟ ପିନ୍ଧି ପାରିବେ। ଯାହା ଆପଣଙ୍କୁ ହଟକେ ଲୁକ୍ ଦେବ।

ଇଣ୍ଡିଆନ ସୁଟ
ଫ୍ୟାସନରେ ଭାରତୀୟ ପୋଷାକ ଆଗରେ ରହିଥାଏ। ଆପଣଙ୍କ ଅଫିସରେ ଯଦି କିଛି ଫଙ୍କସନ୍ କିମ୍ବା ପୂଜା ଅଛି ତେବେ ଇଣ୍ଡିଆନ ସୁଟ୍ ଆପଣଙ୍କ ପ୍ରଥମ ପସନ୍ଦ ହେବା ଦରକାର। ଏହା ଆପଣଙ୍କୁ ସିମ୍ପଲ ଟ୍ରାଡିସ୍ନାଲ୍ ଲୁକ ଦେଇଥାଏ। ଆପଣ ଲଙ୍ଗ ସୁଟ ସହ ଚୁଡିଦାର, ପ୍ଲାଜୋ ଟ୍ରାଏ କରିପାରିବେ। ସେହିଭଳି ଯଦି ଆପଣଙ୍କ ପସନ୍ଦ ପଟିଆଲା ସୁଟ ତେବେ ଏଥିରେ ବଡ ଇଅର ରିଂ ପିନ୍ଧିପାରିବେ। ଯାହା ଆପଣଙ୍କ ପୁରା ଦେଶୀ ଲୁକ୍ ଦେବ। ସବୁବେଳେ ଇଣ୍ଡିଆନ ଡ୍ରେସ ସହ ମିନିମଲ ମେକଅପ କରନ୍ତୁ। ଯାହା ଫର୍ମାଲ ଲୁକ ସହ ଟ୍ରାଡିସନାଲ ଲୁକ ମଧ୍ୟ ଦେଇଥାଏ।

https://thetopmost.in/?p=2095

cdhttps://thetopmost.in/?p=1708

https://thetopmost.in/?p=1708

https://thetopmost.in/?p=1382

https://thetopmost.in/?p=2166

SHARE BY