The Topmost

“The eyes believe themselves, the ears believe other people.”

A feature story about actress sayani gupta

A feature about life story of actress sayani gupta .

ସେମି ପପୁଲାର ଆକ୍‌ଟ୍ରେସ୍‌ ସାୟନୀ

ହିନ୍ଦୀ ସିନେମା, ଓଟିଟି ସିରିଜ୍‌ ଓ କ୍ଷୁଦ୍ର ଚଳଚ୍ଚିତ୍ର । ଏପରିକି ସଙ୍ଗୀତ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିବା ସତ୍ତେ୍ୱ ଆଗାମୀ ଦିନରେ ନିଜକୁ ଭିନ୍ନ ଭିନ୍ନ ଚରିତ୍ରରେ ଆହୁରି ବିଶ୍ଲେଷଣ କରିବାର ଇଚ୍ଛା ରଖିଛନ୍ତି ସୟାନୀ ଗୁପ୍ତା । ତାଙ୍କ ମତରେ ପେଶାଗତ ଜୀବନର ଶୀର୍ଷରେ ପହଞ୍ଚିବାକୁ ହେଲେ ତାଙ୍କୁ ପରଦାରେ ପ୍ରତିଟି ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ ।

ମଧ୍ୟବିତ୍ତ ବଙ୍ଗାଳୀ ପରିବାରରେ ଜନ୍ମିତା ସୟାନୀ ଗୁପ୍ତାଙ୍କ ମନ ପିଲାଟିବେଳୁ ହିଁ ଅଭିନୟ ଆଡ଼କୁ ଆକର୍ଷିତ ହୋଇଥିଲା । ୨ ବର୍ଷ ଆୟୁରୁ ନୃତ୍ୟ ପ୍ରଶିକ୍ଷଣ ଏବଂ ୩ ବର୍ଷରୁ ଥିଏଟର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହାପରେ ପିତାମାତାଙ୍କଠୁ ସମର୍ଥନ ପାଇ ପୁଣେର ଆକଫି ଇନଷ୍ଟିଚୁ୍ୟଟରେ ଅଭିନୟର ପ୍ରକୃତ ଶିକ୍ଷା ଗ୍ରହଣ କରିଥିଲେ । ଏହାକୁ ନେଇ ଅଭିନେତ୍ରୀ
କୁହନ୍ତି ଯେ ‘ଅଭିନୟ ଏକ ଧୀର ପ୍ରକ୍ରିୟା, ଯାହା ସମୟ ସହ ଆସିଥାଏ’ । କେବଳ ଅଭିନୟ ନୁହେଁ ଭାରତନାଟ୍ୟମ, ମର୍ଡନ ଡାନ୍ସ, ବାଲେଟ୍‌ ଏବଂ ମାର୍ସଲ ଆର୍ଟ୍ସରେ ମଧ୍ୟ ସେ ଜଣେ ସୁଦକ୍ଷ ଛାତ୍ରୀ । ଥିଏଟରରେ ନିଜକୁ ପ୍ରମାଣିତ କରିବା ପରେ ୨୦୧୨ରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀ ମୁହାଁ ହୋଇଥିଲେ । ପ୍ରଥମେ ପ୍ରଥମେ ସହକଳାକାର ଚରିତ୍ରରେ ଅଭିନୟ କରି ନିର୍ମାତା, ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ । କିନ୍ତୁ ସିନେମା ଜଗତରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା ‘ମାର୍ଗାରିଟା ୱିଥ୍‌ ଏ ଷ୍ଟ୍ର’ରେ ସମଲିଙ୍ଗୀ ଚରିତ୍ର । ଏହାପରେ ବଲିଉଡ୍‌ର ବଡ଼ ବଡ଼ ଷ୍ଟାରଙ୍କ ସହ କାମ କରିବାର ସୋଭାଗ୍ୟ ଅର୍ଜନ କରିଥିଲେ । ହେଲେ ଓଟିଟି ଦୁନିଆ ତାଙ୍କୁ ଅଧିକ ଲୋକପ୍ରିୟତା ପ୍ରଦାନ କରିବାକୁ ଲାଗିଲା । ‘ଇନସାଇଡ୍‌ ଏଜ୍‌’, ‘ଫୋର୍‌ ମୋର୍‌ ସର୍ଟ୍ସ ପ୍ଲିଜ୍‌’ ପରି େୱବସିରିଜ୍‌ରେ ଅଭିନୟର ଭିନ୍ନ ଛାପ ଛାଡ଼ି ରାତାରାତି ଓଟିଟିର ଟପ୍‌ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ହୋଇଥିଲେ । ଆହୁରି ମଧ୍ୟ କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ କାମ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି । କେବଳ ସେତିକି ନୁହେଁ ‘ଆର୍ଟିକିଲ୍‌ ୧୫’ର ଏକ ଗୀତରେ ନିଜେ କଣ୍ଠଦାନ କରି ତାଙ୍କ ସଙ୍ଗୀତର କଳାକୁ ସମସ୍ତଙ୍କ ଆଗାରେ ପରିଚିତ କରିଥିଲେ ।

ପ୍ରକୃତ ନାମ- ସାୟନୀ ଗୁପ୍ତା
ବୃତ୍ତି- ଅଭିନେତ୍ରୀ
ଜନ୍ମ- ୯ ଅକେଫାବର ୧୯୮୫
ଜନ୍ମସ୍ଥାନ- କୋଲକାତା
ଘର- ମୁମ୍ବାଇ
ରାଶି- ତୁଳା
ପିତା- କମଲ ଗୁପ୍ତା (ସଙ୍ଗୀତକାର)
ମାତା- ମୈତ୍ରୀ ଗୁପ୍ତା
ଭାଇ- ଭୈରବ ଓ ଅହିର୍‌
କଲେଜ- ଲେଡି ଶ୍ରୀରାମ କଲେଜ, ଦିଲ୍ଲୀ
ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନଷ୍ଟିଚୁ୍ୟଟ ଅଫ୍‌ ଇଣ୍ଡିଆ, ପୁଣେ
ଶିକ୍ଷାଗତ ଯୋଗ୍ୟତା- ଗ୍ରାଜୁଏସନ୍‌
ପ୍ରଥମ ହିନ୍ଦୀ ଫିଲ୍ମ- ସେକେଣ୍ଡ୍‌ ମ୍ୟାରେଜ୍‌ ଡଟ୍‌ କମ୍‌ (୨୦୧୨)
ପ୍ରଥମ େୱବ୍‌ସିରିଜ୍‌- ଇନ୍‌ସାଇଡ୍‌ ଏଜ୍‌ (୨୦୧୭)
ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର- ଲିଚେସ୍‌ (୨୦୧୫)
ପୁରସ୍କାର- ଦୁଇଥର ଜାତୀୟସ୍ତର ପୁରସ୍କାର
ଲୋକପ୍ରିୟ ଚରିତ୍ର- ‘ମାର୍ଗାରିଟା ୱିଥ୍‌ ଏ ଷ୍ଟ୍ର’ର ଖାନୁମ୍‌ ଚରିତ୍ର
ପସନ୍ଦର କାର୍ଯ୍ୟ
ଖାଲି ସମୟରେ – ଫଟୋଗ୍ରାଫି, ଗୀତ ଗାଇବା ଓ ନାଚିବା
ପ୍ରିୟ ଅଭିନେତା- ଶାହାରୁଖ ଖାନ
ପ୍ରିୟ ରଙ୍ଗ- କଳା
ପ୍ରିୟ ଫିଲ୍ମ- ଅପୁର୍‌ ସଂସାର (୧୯୫୯)
ପ୍ରିୟ ସ୍ଥାନ- ପ୍ୟାରିସ୍‌

A feature story about actress sayani gupta
A feature story about actress sayani gupta @thetopmost-01
A feature story about actress sayani gupta
A feature story about actress sayani gupta @thetopmost-01
A feature story about actress sayani gupta
A feature story about actress sayani gupta @thetopmost-01

https://thetopmost.in/?p=1661

https://thetopmost.in/?p=1640

https://thetopmost.in/?p=1557

https://thetopmost.in/?p=1677