The Topmost

“The eyes believe themselves, the ears believe other people.”

esf

ଝିଅଙ୍କର ପ୍ରଥମ ପସନ୍ଦ

ଝିଅଙ୍କର ପ୍ରଥମ ପସନ୍ଦ ହୋଇଥାଏ ସପିଙ୍ଗ। ନିଜ ପାଇଁ ପୋଷାକ ବାଛିବାରେ ଖୁବ୍ ସମୟ ଲଗାନ୍ତି ଝିଅ ମାନେ। ନିଜର ଉଚ୍ଚତା, ରଙ୍ଗ ଆଦି ସମସ୍ତ କଥାକୁ ଧ୍ୟାନରେ ରଖି ସେମାନେ ପୋଷାକ କିଣନ୍ତି। ତେବେ ଯଦି ଆପଣଙ୍କର ସଟ୍ ହାଇଟ୍ ହୋଇଥାଏ ତାହେଲେ ଆପଣଙ୍କୁ ଟିକେ ଅଧିକ ଧ୍ୟାନ ଦେବାକୁ ପଡିଥାଏ। ସେହିଭଳି ସଟ୍ ହାଇଟ୍ ଝିଅଙ୍କ ପାଇଁ କିଛି ଟିପ୍ସ।

ମୋନୋକ୍ରୋମ ଡିଜାଇନ
ମୋନୋକ୍ରୋମ ଡିଜାଇନର ଟପ ଠାରୁ ଆରମ୍ଭ କରି ସ୍କଟ, ପ୍ୟାଂଟ ଆପଣଙ୍କୁ ବେଶ ମାନିବ। ଏହି ଡିଜାଇନ ଦ୍ୱାରା ଆପଣ ଡେଙ୍ଗା ଦେଖାଯିବେ। ଯଦି ଆପଣ ସଟ୍ ହାଇଟ୍ ସହ ପତଳା ମଧ୍ୟ ଅଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ୍ ସହାୟକ ହେବ।

ସ୍ଲିମ୍ ଫିଟ୍
ଆପଣ କେବେ ବି ଓଭର ସାଇଜ ପୋଷାକ ପିନ୍ଧନ୍ତୁ ନାହିଁ। ଏହା ଡେଙ୍ଗା ଲୋକଙ୍କ ପାଇଁ ଭଲ ହୋଇଥାଏ। ଆପଣଙ୍କ କ୍ଷେତ୍ରରେ ଏହା ଆପଣଙ୍କୁ ଅଧିକ ଗେଡା କରିଥାଏ। ତେଣୁ ସର୍ବଦା ସ୍ଲିମ୍ ଫିଟ୍ ପୋଷାକ ପିନ୍ଧନ୍ତୁ। ଯାହା ଆପଣଙ୍କୁ ପର୍ଫେକ୍ଟ ଲୁକ୍ ଦେବ।

ସେମ କଲ୍ର
ଯଦି ଆପଣ ସ୍କଟ ଟପ୍ କିମ୍ବା ଜିନ୍ସ ଟପ୍ ପିନ୍ଧୁଛନ୍ତି ତେବେ ସର୍ବଦା ସେମ୍ କଲର ବାଛନ୍ତୁ। ମିକ୍ସ କଲର ପିନ୍ଧିଲେ ଆପଣ ବେଶି ଗେଡା ଦେଖାଯିବେ। ଏହା ଡେଙ୍ଗା ଲୋକଙ୍କ ପାଇଁ। ତେଣୁ ଆପଣ ସେମ କଲର ପିନ୍ଧନ୍ତୁ , ଯାହା ଆପଣଙ୍କୁ ଗ୍ଲାମରସ୍ ଲୁକ୍ ଦେବ।

ଛୋଟ ପ୍ରିଂଟ
ଟପ୍ କିମ୍ଭା ଡ୍ରେସ କିଣିବା ବେଳେ ସର୍ବଦା ଛୋଟ ପ୍ରିଂଟର କିଣନ୍ତୁ। ଯାହା ଆପଣଙ୍କୁ ସୁଟ୍ କରିବ। ଏହା ସହ ବ୍ୟବହାର କରୁଥିବା ହ୍ୟାଣ୍ଡବ୍ୟାଗ ଓ ଜୁଏଲାରୀ ମଧ୍ୟ ଛୋଟ ଛୋଟ ବାଛନ୍ତୁ। ଯାହା ଆପଣଙ୍କୁ ଡେଙ୍ଗା ଲୁକ୍ ଦେବ

https://thetopmost.in/?p=2198

https://thetopmost.in/?p=1341

https://thetopmost.in/?p=1382

SHARE BY