ଫ୍ୟାଶନ ଦୁନିଆର ସବୁଠୁ ବଡ ଇଭେଣ୍ଟ ହେଉଛି ମେଟ୍ ଗାଲା। ଏଠାରେ ବିଶ୍ୱର ସେଲିବ୍ରିଟି ବିଭିନ୍ନ ଡିସାଇନର ଡ୍ରେସ୍ ପିନ୍ଧି ଆସିଥାନ୍ତି ନଜର । ଯାହାକୁ ନେଇ ଅନେକ ଚର୍ଚ୍ଚା ବି ହେଇଥାଏ । ଏହି ମେଟ୍ ଗାଲା ୨୦୨୨ ଏହି ନିକଟରେ ହୋଇଛି । ଏବଂ ଏଥିରେ ଅନେକ ସେଲିବ୍ରିଟି ତାଙ୍କର ଡିସାଇନର ପୋଷାକରେ ନଜର ଆସିଥିଲେ । ଏହିଥିରେ ଅନେକ ସେଲିବ୍ରିଟି ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ସେମାନଙ୍କ ଭିତରେ କାଇଲି ଜେନର, କେଣ୍ଡଲ ଜେନର, କେଟି ପେରି, ରାରା ଗିଗି, ଦୀପିକା ପାଡୁକୋନ୍ ଆଦି ସେଲିବ୍ରିଟି ଗ୍ଲାମରସ ଲୁକରେ ରେଡ୍ କାରପେଟକୁ ରଙ୍ଗିନ କରିଦେଇଥିଲେ । ତେବେ ଏହି ମେଟ ଗାଲାରେ ଟିକେ ହଟକେ ଅନ୍ଦାଜରେ ନଜର ଆସିଥିଲେ ସମାଜସେବୀ ନତାଶା ପୁନାୱାଲା ।
ଚଳିତ ବର୍ଷ ତାଙ୍କ ଡ୍ରେସିଂ ଷ୍ଟାଇଲ ସମସ୍ତଙ୍କୁ ଚକିତ କରି ରଖିଦେଇଛି ।ନତାଶା ପୁଲାଓ୍ୱାଲାଙ୍କ ଏହି ବହୁ ଚର୍ଚ୍ଚିତ ଆଉଟଫିଟକୁ ଡିଜାଇନ କରିଥିଲେ ନାମିଦାମୀ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀ । ମେଗା ଇଭେଣ୍ଟ ପାଇଁ ସବ୍ୟସାଚ୍ଚୀ ଡିଜାଇନର ଶାଢୀକୁ ଚୟନ କରିଥିଲେ ନତାଶା । ଯେଉଁଥିରେ ଗ୍ଲୋଇଡ ଗ୍ଲାମକୁ ଯୋଡିଥିଲେ ନତାଶା । ଆଉ ଶାଢୀଟି ଥିଲା ଅତ୍ୟନ୍ତ ଆକର୍ଷଣୀୟ । ତେବେ ଶାଢୀ ସହ ମ୍ୟାଚ ହୋଇଥିବା ବ୍ଲାଉଜ୍ ଥିଲା ଚମକାଇଦେଲା ଭଳି । କାରଣ ଏହି ବ୍ଲାଉଜଟି ସଂପୂର୍ଣ୍ଣ ମେଟାଲ ରୂପେରେ ନିର୍ମିତ ହୋଇଥିଲା । ମେଟ ଗାଲା ଲୁକ୍ ସହିତ ସମ୍ପୂର୍ଣ୍ଣ ଡ୍ରାମାଟିକ୍ ହୋଇଥିଲେ ନାତାଶା । କାରଣ ବ୍ଲାଉଜରେ ସାବ୍ୟସାଚୀଙ୍କ ସୂକ୍ଷ୍ମ ଅଳଙ୍କାର ମଧ୍ୟରୁ ବହୁମୂଲ୍ୟ ଅଳଙ୍କାର ଯେମିତିକି ମୋତି ଏବଂ କ୍ରିଷ୍ଟାଲ ଓ୍ୱାର୍କ ରହିଥିଲା ସେଥିରେ ।ସବ୍ୟସାଚ୍ଚୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନତାଶାଙ୍କ ଏହି ଚିତ୍ର ସେୟାର କରିଛନ୍ତି ।
ଏହା ସହିତ ଏକ ଲମ୍ବା ନୋଟରେ ନାତାଶାଙ୍କ ଲୁକ୍ସକୁ ବର୍ଣ୍ଣନା କରିଛନ୍ତି । ତେବେ ଖାଲି ନତାସା କାହିଁକି ଆହୁରି ଅନେକ ସେଲିବ୍ରିଟି ତାଙ୍କ ଲୁକ୍ ପାଇଁ ବେଶ୍ ପ୍ରଶଂସା ସାଉଟିଛନ୍ତି । ସେମାନଙ୍କ ଭିତରୁ କାଇଲି ଜେନର ରହିଛନ୍ତି ସବୁଠୁ ଆଗରେ । ଗୋଟେ ହ୍ୱାଇଟ୍ ଫେଦର ବିଶିଷ୍ଟ ଲଙ୍ଗ ଗାଉନରେ ନେଟ୍ କଭର କରିଥିଲେ ନିଜ ମୁହଁକୁ । ସେ ହ୍ୱାଇଟ୍ ଗାଉନରେ ସେ ଲାଗୁଥିଲେ ଆହୁରି ଗ୍ଲାମରସ୍ । ତେବେ କେଣ୍ଡଲ ଜେନର ମଧ୍ୟ ନିଜର ବ୍ଲାକ୍ ଫେଦର ଡ୍ରେସରେ ଲାଗୁଥିଲେ ଅସମ୍।









1 thought on “ମେଟ୍ ଗାଲା ଇଭେଣ୍ଟ ୨୦୨୨: ଧମାଲ ମଚେଇଲେ ସେଲିବ୍ରିଟି”