The Topmost

“The eyes believe themselves, the ears believe other people.”

hightech shoe for army

ହାଇଟେକ୍ ଜୋତା

ଜୋତାରୁ ବାହାରିବ ଗୁଳି। ଦେଶର ଜବାନମାନେ ବର୍ତ୍ତମାନେ ବନ୍ଧୁକ ବଦଳରେ ଜୋତାରେ ଗୁଳି ମାରିପାରିବେ। ଏଭଳି ହାଇଟେକ୍ ଜୋତା ବାହାର କରିଛନ୍ତି ବାରଣାସୀର ଜଣେ ଯୁବକ। ଏହି ଜୋତାରୁ ଗୁଳି ବାହାରିବା ସହିତ ଆଉ ବିଶେଷ ସୁବିଧା ରହିଛି। ଜୋତାଟି ପ୍ରାୟ ୨୦ କିମି ଦୂରରେ ଥିବା ଶତ୍ରୁର ସୂଚନା ଜବାନଙ୍କୁ ଦେବ। ଜବାନମାନେ ଏହି ଜୋତା ସାହାଯ୍ୟରେ ଶତ୍ରୁଙ୍କର ପାଦ ଶବ୍ଦ ଅନୁଭବ କରିପାରିବେ। ଏହାସହ ଜୋତାଟି ଶିତ ଦିନେ ସୈନିକଙ୍କ ପାଦକୁ ଗରମ ମଧ୍ୟ ରଖିବ। ଯାହା ତାଙ୍କ ମାଇନସ୍ ଡିଗ୍ରୀ ଜଳବାୟୁରେ ବେଶ୍ ସହାୟକ ହେବ। ଦେଶରେ ସର୍ବଦା ଅନୁୁପ୍ରବେଶ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଯୁବ ବୈଜ୍ଞାନିକ ଏଭଳି ଜୋତା ନିର୍ମାଣ କରିଛନ୍ତି। ଏହି ଜୋତାରେ ଏକ ସେନ୍ସର ଲାଗିଛି। ଯାହା ୨୦ କିମି ଦୂରରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ଭାଇବ୍ରେଟ ହେବ। ଯାହା ଫଳରେ ଯବାନମାନେ ଅନୁପ୍ରବେଶକାରୀଙ୍କ ସୂଚନା ପାଇପାରିବେ। ସେହିଭଳି ଯୋତାରେ ୨ଫୋଲ୍ଡ ବିଶିଷ୍ଟ ୯ ଏମ୍ଏମ୍ର ଗନ୍ ବ୍ୟାରେଲ ଲାଗିଛି। ଯାହା ଦରକାର ସମୟରେ ଫାୟାରିଂ କରିବାରେ ସହାୟକ ହେବ। ଜୋତାଟିକୁ ଯବାନମାନେ ନିଜର ସୁରକ୍ଷା ପାଇଁ ବ୍ୟବହାର କରିପାରିବେ। ଜୋତାଟି ଆଗ ଓ ପଛ ଦୁଇପଟେ ଗୁଳି ମାରିପାରିବ। ଯାହା ଯବାନଙ୍କୁ ଶତ୍ରୁକୁ ଚକମା ଦେବାରେ ବେଶ ସହାୟକ ହେବ। ଜୋତାଟିକୁ ଚଳାଇବା ପାଇଁ ଯବାନଙ୍କୁ ଏକ ରିମୋଟ ବ୍ୟବହାର କରିବାକୁ ପଡିବ। ଏହି ହାଇଟେକ ଜୋତାଟିକୁ ଯୁବ ବୈଜ୍ଞାନିକ ଜଣଙ୍କ ଦେଶର ସେନା ପାଇଁ ସମର୍ପିତ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।

https://thetopmost.in/?p=1976

https://thetopmost.in/?p=1327

https://thetopmost.in/?p=1306

https://thetopmost.in/?p=1293

https://thetopmost.in/?p=755