ଥଣ୍ଡା ଅଞ୍ଚଳରେ ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାନ୍ତି । ବୈଜ୍ଞାନିକମାନେ ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ଏକ ଉପାୟ ବାହାର କରିଛନ୍ତି । ଲୁଣ ଏବଂ ପାଣିକୁ ବ୍ୟବହାର କରି ଏଭଳି ଏକ ହିଟ୍ ବ୍ୟାଟେରି ନିର୍ମାଣ କରାଯାଇଛି, ଯାହା ଘରକୁ ଗରମ କରିବାରେ ସାହାଯ୍ୟ କରିବ । ଏକ ପ୍ରତିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ବ୍ୟାଟେରିଟି ପୂରାତନ ପ୍ରଣାଳୀ ଥର୍ମୋକେମିକାଲ ପ୍ରୋସେସକୁ ନେଇ ତିଆରି କରାଯାଇଛି । ଏହି ପ୍ରଣାଳୀ ଅନୁସାରେ ଯେତେବେଳେ ଲୁଣରେ ପାଣି ମିଶିଥାଏ, ସେତେବେଳେ ଏହା ତାପ ଉତ୍ପାଦନ କରିଥାଏ । ଏହାସହ ଉତ୍ତାପକୁ ବ୍ୟବହାର କରି ଜଳକୁ ବାଷ୍ପୀଭୂତ କରାଯାଇଥାଏ । ଏହି ଉପାୟ ବ୍ୟବହାର କରାଯାଇ ଡ୍ରାଏ ସଲଫରେ ହିଟ୍କୁ ଷ୍ଟୋର କରାଯିବା ସହିତ ବ୍ୟାଟେରିକୁ ଉର୍ଜା ସଂରକ୍ଷିତ କରି ରଖିବାପାଇଁ ପ୍ରସ୍ତୁତ କରିଥାଏ । ତେବେ ଏହି ବ୍ୟାଟେରିକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୧୨ବର୍ଷ ସମୟ ଲାଗିଥିଲା । ଏହି ସଲୁ୍ୟସନ୍ରେ ତାପର ଉର୍ସକୁ ସଂରକ୍ଷିତ କରି ରଖାଯାଇଥାଏ । ଏହି ଉର୍ସକୁ ଶିଳ୍ପ ଉପାଦାନ ଗୁଡିକରୁ ମିଳୁଥିବା ଲୁଣରୁ ପ୍ରସ୍ତୁତ କରାଯାଇଛି । ଏହି ପ୍ରକ୍ରିୟାରେ ଉତ୍ପାଦିତ ଶକ୍ତି ଗୋଟିଏ ପରିବାରକୁ ଦୁଇଦିନ ପର୍ଯ୍ୟନ୍ତ ଉତ୍ତାପ ଯୋଗାଇବାରେ ସକ୍ଷମ । ଏହି ବ୍ୟାଟେରିକୁ ପରେ ବୈଜ୍ଞାନିକମାନେ ଆହୁରି ବିକଶିତ କରିଛନ୍ତି, ଯାହା ପୂରା ଏକ ରୁ ଦୁଇ ମାସ ପର୍ଯ୍ୟନ୍ତ ଗୋଟିଏ ଘରକୁ ଉତ୍ତାପ ଯୋଗାଇ ପାରିବ । ତେବେ ଏବେ ମଧ୍ୟ ଏହାର ପରୀକ୍ଷଣ ଜାରି ରହିଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହାକୁ ଏକ ପାଇଲଟ ପ୍ରୋଜେକଫ ଭଳି ପ୍ରଥମେ ଫ୍ରାନ୍ସ, ପୋଲାଣ୍ଡ ଓ ନେଦରଲାଣ୍ଡରେ ପରୀକ୍ଷଣ କରାଯିବ । ଏହାସଫଳ ହେବା ପରେ ଅଧିକ ଥଣ୍ଡା ଅଞ୍ଚଳରେ ବ୍ୟବହାର କରାଯିବ ବୋଲି ସେମାନେ ମତ ଦେଇଛନ୍ତି ।
5 thoughts on “ଘରକୁ ଗରମ ରଖିବ ବ୍ୟାଟେରି”