ବୟସ ଯେତେ ବି ହେଉ ଜେଜେ ମା’ମାଙ୍କ ପାଇଁ ସମସ୍ତଙ୍କ ମନରେ ରହିଥାଏ ଅହେତୁକ ଦୁର୍ବଳତା । ଖାଦ୍ୟ ଖାଇବା ହେଉ କିମ୍ବା ଗପ ଶୁଣିବା ହେଉ ସବୁ କାର୍ଯ୍ୟପାଇଁ ସମସ୍ତେ ଜେଜେ ମା’ଙ୍କର ଆଦର କରିଥାଆନ୍ତି । ସେହିଭଳି ଜଣେ ଜେଜେ ମା’ଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଶ୍ୱ ମାତୃତ୍ୱ ଦିବସ ଅବସରରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବୃଦ୍ଧା ଜଣଙ୍କ ଲତାମଙ୍ଗେସକରଙ୍କର ଏକ ଗୀତ ଗାଇଛନ୍ତି । ବୃଦ୍ଧାଜଣଙ୍କ ଖାଲି ଗୀତ ନୁହେଁ ଏଥିସହିତ ହାରମୋନିୟମ ମଧ୍ୟ ବଜାଇଛନ୍ତି । ବୃଦ୍ଧାଙ୍କ କଣ୍ଠସ୍ୱର ସମସ୍ତଙ୍କୁ ମୁU କରୁଛି । ଲତାମଙ୍ଗେସକରଙ୍କ ପାଇଁ ଏହା ଏକ ବଡ ଶ୍ରଦ୍ଧାଞ୍ଜଳୀ ବୋଲି ସୋସିଆଲ ମିଡିଆରେ କମେଣ୍ଟ ମଧ ମିଳୁଛି । ବୃଦ୍ଧାଜଣଙ୍କ ୧୯୭୦ମସହିର ଏକ ସିନେମାର ଗୀତକୁ ସ୍ୱରରେ ସଜାଇଛନ୍ତି ।
“The eyes believe themselves, the ears believe other people.”
More Stories
ଗାଈ ଘିଅରେ ରହିଛି ଅନେକ ଚମତ୍କାରୀ ଶକ୍ତି
ପ୍ରୋଟିନ୍ ଜଣେ ମଣିଷ ଶରୀର ପାଇଁ କେତେ ଆବଶ୍ୟକ
ଏହି ଘରୋଇ ଉପଚାରରେ ଦୂରେଇ ଯିବ ପାଦଫଟା