ବାର୍ତ୍ତା ପ୍ରେରଣର ଦୁନିଆର ସବୁଠାରୁ ପୁରାତନ ମାଧ୍ୟମ ଭାବେ ରେଡିଓ ପରିଗଣିତ । ଏହାର ଗୁରୁତ୍ୱତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଫେବ୍ରୁଆରୀ ୧୩କୁ ରେଡିଓ ଦିବସ ଭାବେ ପାଳନ କରାଯାଇଥାଏ । ୨୦୧୧ରେ ସ୍ପାନିସ୍ ରେଡିଓ ଏକାଡୋମୀ ପକ୍ଷରୁ ୟୁନିସ୍କୋ ନିକଟରେ ଏହି ଦିବସ ପାଳନର ପ୍ରସ୍ତାବ ଦିଆଯାଇଥିଲା । ୨୦୧୨ରେ ଏହି ପ୍ରସ୍ତାବକୁ ଆନ୍ତର୍ଜାତୀୟ ସ୍ତରରେ ପାରିତ କରାଗଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ ରେଡିଓର ମହତ୍ତ୍ୱକୁ ଘରେ ଘରେ ପହଞ୍ଚାଇବା । କିଭଳି ଏହାର ବ୍ୟବହାର ବଢିବ ମଧ୍ୟ ଏହି ଦିବସର ଉଦ୍ଦେଶ୍ୟ । ଭାରତରେ ୧୯୨୦ ମସିହାରେ ପ୍ରଥମ ରେଡିଓ ବ୍ରୋଡକାଷ୍ଟ କରାଯାଇଥିଲା । ଏହାର ତିନିବର୍ଷ ପରେ ରେଡିଓ କ୍ଲବ୍ ଅଫ୍ ବମ୍ବେ ତରଫରୁ ପ୍ରଥମଥର ପାଇଁ ରେଡିଓ କାର୍ଯ୍ୟକ୍ରମ ଟେଲିକାଷ୍ଟ କରାଯାଇଥିଲା । ସବୁବର୍ଷ ଏହି ଦିବସ କିଛି ନା କିଛି ସ୍ୱତନ୍ତ୍ର ଥିମ୍କୁ ନେଇ ପାଳନ କରାଯାଇଥାଏ । ଚଳିତ ବର୍ଷ ଏହାର ଥିମ ରହିଛି ‘ରେଡିଓ ଆଣ୍ଡ ଟ୍ରଷ୍ଟ’ ।
ଭିନ୍ନ ବର୍ଷ ଭିନ୍ନ ଥିମ୍
୨୦୧୪ – ‘ଜେଣ୍ଡର ଇକୁ୍ୟାଲିଟି ଆଣ୍ଡ ୱମେନ୍ ଏମ୍ପପାୱାରମେଣ୍ଟ ଇନ୍ ରେଡିଓ’
୨୦୧୫ – ‘ୟୁଥ୍ ଆଣ୍ଡ ରେଡିଓ’
୨୦୧୬ – ‘ରେଡିଓ ଇନ୍ ଟାଇମ୍ସ ଅଫ୍ ଏମରଜେନ୍ସି ଆଣ୍ଡ ଡିଜାଷ୍ଟର’
୨୦୧୭ – ‘ରେଡିଓ ଇଜ୍ ଇୟୁ’
୨୦୧୮ – ‘ରେଡିଓ ଆଣ୍ଡ ସ୍ପୋର୍ଟସ୍’
୨୦୧୯ – ‘ଡାଇଲଗ୍, ଟଲୋରେନ୍ସ ଆଣ୍ଡ ପିସ୍’
୨୦୨୦ – ‘ରେଡିଓ ଆଣ୍ଡ୍ ଡାଇଭର୍ସିଟି’
୨୦୨୧ – ‘ନୁ୍ୟ ୱାଲïର୍ ନୁ୍ୟ ରେଡିଓ – ଇଭୋଲୁସନ୍,ଇନୋଭେସନ୍, କନେକସନ୍ ’
ଜଣା ଅଜଣା
- ୧୯୦୧ ଓ ୧୯୦୨ରେ ମାର୍କୋନିଙ୍କ ଦ୍ୱାରା ପ୍ରଥମ ସଫଳ ରେଡିଓ ଟ୍ରାନ୍ସମିସନ୍ ।
- ୧୯୨୨ରେ ୟୁକେ ସରକାରର ରେଡିଓ ଲାଇସେନ୍ସ ଲାଗୁ ।
- ୧୯୨୨ -୧୯୭୧ ମଧ୍ୟରେ ବିନା ଲାଇସେନ୍ସରେ ୟୁକେରେ ରେଡିଓ ଶୁଣିବା ନିଷେଧ ଥିଲା ।
- ୧୯୦୯ -ମାର୍କୋନିଙ୍କୁ ନିଜ ଉଦ୍ଭାବନ ପାଇଁ ନୋବେଲ୍ ପୁରସ୍କାର ପ୍ରଦାନ ।
- ୧୯୩୯ – ପ୍ରଥମ ଏଫ୍ଏମ୍ ରେଡିଓର ଉଦ୍ଭାବନ ।
- ୧୯୩୯ – ଦିତୀୟ ବିଶ୍ୱଯୁଦ୍ଧ ଆରମ୍ଭରୁ ଭାରତରେ ସମସ୍ତ ରେଡିଓ ଲାଇସେନ୍ସ ରଦ୍ଦ ।
- ୧୯୨୩ – ରେଡିଓରେ ବିଜ୍ଞାପନର ଆରମ୍ଭ ।
- ୧୯୪୨ – ଆଜାଦ୍ ହିନ୍ଦ ରେଡିଓର ସ୍ଥାପନା ।
3 thoughts on “ବିଶ୍ୱ ରେଡିଓ ଦିବସର କିଛି ନିଆରା ତଥ୍ୟ”