The Topmost

“The eyes believe themselves, the ears believe other people.”

shivangiganna

ମାତା ହୋଇଛନ୍ତି ୧୩ ବର୍ଷୀୟା କନ୍ୟା

ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ରହୁଥିବା ୧୩ ବର୍ଷୀୟା ଶିବାଙ୍ଗୀ ଏବେ ମାତା ହୋଇଛନ୍ତି । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ବାସ୍ତବରେ ଶିବାଙ୍ଗୀ ଚତୁର୍ଥ ଶ୍ରେଣୀ ପରେ ପାଠପଢା ଛାଡ଼ି ମାତା ହୋଇଛନ୍ତି, ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା କରାଯାଉଛି । ସୂଚନା ଅନୁଯାୟୀ ୧୭ ଫେବୃଆରୀକୁ ୪୬ ସାଧୁସନ୍ଥ ଏବଂ ମାତାଙ୍କ ସାନିଧ୍ୟ ମଧ୍ୟରେ ବ୍ୟାୱର୍‌ରେ ଦୀକ୍ଷା ଗ୍ରହଣ କରିଛନ୍ତି । ସାଂସାରିକ ଜୀବନରୁ ମୋହ ଭାଙ୍ଗି ଶିବାଙ୍ଗୀ ନିଜ ମାତାପିତାଙ୍କ ସମ୍ମୁଖରେ ଦୀକ୍ଷା ନେବାର ଇଚ୍ଛା ପ୍ରକାଶ କରିଥିଲେ । ତେବେ ସାଂସାରିକ ଜୀବନରୁ ସଂଯମ ପଥର ନିର୍ଣ୍ଣୟ ନେବା ପରେ ଶିବାଙ୍ଗୀ ଜୈନ ସାଧୁସନ୍ଥଙ୍କ ସେବାରେ ମଗ୍ନ ରହିବେ । ୨୫ ଫେବୃଆରୀ ୨୦୦୯ରେ ଜନ୍ମିତା ଶିବାଙ୍ଗୀ ତାଙ୍କ ୧୪ତମ ଜନ୍ମଦିନର ୮ଦିନ ପୂର୍ବରୁ ଏହି ଦୀକ୍ଷା ନେଇଛନ୍ତି । ପିଲାଟିବେଳୁ ଧାର୍ମିକ ଗ୍ରନ୍ଥ ପଢ଼ିବାରେ ରୁଚି ରଖୁଥିବା ତାଙ୍କ ମାତାପିତା କହିଛନ୍ତି । ଏହାସହ କମ୍‌ ଆୟୁରେ ହୋଇଥିଲେ ମଧ୍ୟ ଜୈନ ସାଧୁଙ୍କ ଧର୍ମ ସଭାରେ ଯାଇ ପ୍ରବଚନ ଶୁଣିବାକୁ ଭଲ ପାଉଥିଲେ । କେବଳ ସେତିକି ନୁହେଁ ଶିବାଙ୍ଗୀ ଜୈନ ଧର୍ମ ଗ୍ରହଣ କରିଥିବା ମାତାଙ୍କ ସହ ୪୦୦ କିଲୋମିଟର ପଦଯାତ୍ରା ମଧ୍ୟ ଶେଷ କରିସାରିଛନ୍ତି । ଏହି ପଦଯାତ୍ରା ଶେଷ ହେବା ପରେ ଦୀକ୍ଷା ନେବା ପାଇଁ ନିର୍ଣ୍ଣୟ ନେଇଥିଲେ ।

http://thetopmost.in/?p=985

http://thetopmost.in/?p=980

http://thetopmost.in/?p=976

http://thetopmost.in/?p=973

shivangiganna
shivangiganna @thetopmost-01

ତେବେ ତାଙ୍କ ନିଷ୍ପତ୍ତିରେ ପରିବାର ଲୋକ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ଶିବାଙ୍ଗୀଙ୍କ ପରିବାରରେ ଏପର୍ଯ୍ୟନ୍ତ ୨ ପିଢିର ୧୦ ଜଣ ଲୋକ ଦୀକ୍ଷା ନେଇସାରିଛନ୍ତି ।