ଆଗକୁ କପଡ଼ା ବି ଆପଣଙ୍କର କଥା ଶୁଣିପାରିବ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ବାସ୍ତବରେ ଏପରି ଏକ ତନ୍ତୁ ବିକଶିତ କରାଯାଇଛି, ଯାହା ମାଇକ ଏବଂ ସ୍ପିକର୍ ଭାବେ କାମ କରିଥାଏ । ରିପୋର୍ଟ ଅନୁସାରେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି)ର ବୈଜ୍ଞାନିକ ଭି ୟାନ୍ ଏକ ନୂତନ ପ୍ରକାରର ତନ୍ତୁ ପ୍ରସ୍ତୁତ କରିଛନ୍ତି, ଯାହା ମାଇକ୍ ଏବଂ ସ୍ପିକର ଭାବରେ କାର୍ଯ୍ୟ କରୁଛି । ଏହା ପାଟିରୁ ବାହାରୁଥିବା ଶବ୍ଦ, ପକ୍ଷୀ ଏବଂ ଉଡ଼ୁଥିବା ପତ୍ରର ଶବ୍ଦକୁ ସହଜରେ ଧରିଥାଏ । ନେଚର୍ ପତ୍ରିକାରେ ପ୍ରକାଶିତ ଏହି ରିସର୍ଚ୍ଚ ଅନୁଯାୟୀ, ଏହି ଶବ୍ଦ ଶ୍ରବଣ ତ;ୁକୁ ଏକ କପଡ଼ାରେ ବୁଣା ହୋଇଛି । ଯେତେବେଳେ ଜଣେ ବ୍ୟକ୍ତି ଏହି କପଡା ପିନ୍ଧନ୍ତି, ତେବେ ଏହି ତ;ୁଗୁଡ଼ିକ ଶବ୍ଦ ଚିହ୍ନଟ କରିବାକୁ ଲାଗେ । ଏହି କପଡ଼ା ପିନ୍ଧିଥିବା ବ୍ୟକ୍ତିଙ୍କ ହୃଦସ୍ପନ୍ଦନକୁ ମଧ୍ୟ ଶୁଣିପାରେ । ବୈଜ୍ଞାନିକ ୟାନ୍ କହିଛନ୍ତି ଯେ ପୋଷାକ ଏବଂ ସ୍ୱର ମଧ୍ୟରେ ଏକ ସଂଯୋଗ ଅଛି ।
ଏପର୍ଯ୍ୟନ୍ତ ଆମେ କପଡ଼ା ସାହାଯ୍ୟରେ ଆମର ସ୍ୱରକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛୁ, କି;ୁ କପଡ଼ାକୁ ମାଇକ୍ ସ୍ଥାନରେ ବ୍ୟବହାର କରିବା ଏକ ନିଆରା ଧାରଣା । ୟାନ୍ ବର୍ତ୍ତମାନ ସିଙ୍ଗାପୁରର ନାନିଆଙ୍ଗ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ୟାନଙ୍କ ଅନୁଯାୟୀ, ଏହି କପଡ଼ା ଟ୍ୱାରାନ ନାମକ ଏକ ପଦାର୍ଥ ଏବଂ ସୂତାରୁ ତିଆରି ହୋଇଛି । ଏହି ସୂତାର ମିଶ୍ରଣ ଶବ୍ଦ ଶକ୍ତିକୁ କମ୍ପନରେ ପରିଣତ କରେ । ଏହା ସହିତ କପଡ଼ାରେ ଏକ ସ୍ୱତନ୍ତ୍ର ଫାଇବର ମଧ୍ୟ ବ୍ୟବହାର କରାଯାଇଛି । ଏହା ପିଜୋଇଲେକଫ୍ରିକ୍ ସାମଗ୍ରୀରେ ତିଆରି । ଏପରି ସାମଗ୍ରୀକୁ ଦବାଇବା କିମ୍ବା ମୋଡ଼ିବା ଦ୍ୱାରା ଭୋଲଟେଜ୍ ଉତ୍ପନ୍ନ ହୁଏ । ଏହାପରେ ଏହି ସଙ୍କେତଗୁଡ଼ିକ ଏକ ଉପକରଣ ମାଧ୍ୟମରେ ରେକର୍ଡ କରାଯାଏ ଏବଂ ପଢାଯାଏ ।
ମାଇକ୍ ପରି କାର୍ଯ୍ୟ କରୁଥିବା ଏହି କପଡ଼ା ବହୁ ଦୂରତା ଏବଂ ସ୍ତରର ଶବ୍ଦ ଧରିବାରେ ସକ୍ଷମ ହେଉଛି । ଅନୁସନ୍ଧାନ ଅନୁଯାୟୀ, ଏହା ଏକ ଶାନ୍ତ ଲାଇବ୍ରେରୀ ଏବଂ ଟ୍ରାଫିକ୍ ଶବ୍ଦ ମଧ୍ୟରେ ପାର୍ଥକ୍ୟକୁ ବୁଝିପାରେ । ବୈଜ୍ଞାନିକ ୟାନ୍ କହିଛନ୍ତି ଯେ ଏହି ସ୍ୱତନ୍ତ୍ର ତ;ୁ ପିନ୍ଧିବା ଦ୍ୱାରା ଏକ ସାଧାରଣ ପୋଷାକର ଅନୁଭବ ଦେଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ ୧୦ ଥର ଧୋଇବା ପରେ ମଧ୍ୟ କପଡା ପୂର୍ବ ଭଳି ସମାନ ଧ୍ୱନି ଧରିପାରୁଛି । ଆଗାମୀ ଦିନରେ ଏହା ହୃଦଘାତ ଭଳି ଅନେକ ରୋଗର ଶୀଘ୍ର ଚିହ୍ନଟ ପାଇଁ ଉପେ ଯାଗୀ ହେବ ।

1 thought on “କପଡ଼ା ବି ଶୁଣିପାରେ ମଣିଷଙ୍କ କଥା”