ଆଜିକାଲିର ଯୁବକମାନେ କେଟିଏମ୍ ବାଇକ୍କୁ ବହୁତ ପସନ୍ଦ କରୁଛନ୍ତି । ଏହା କୁହାଯାଇପାରେ ଯେ ଭାରତରେ କେଟିଏମ୍ ବିକ୍ରୟ କେବଳ ଯୁବବର୍ଗଙ୍କ ଉପରେ ନିର୍ଭର କରେ । କିନ୍ତୁ ଏହି ବାଇକ୍ ସହ ଜଣେ ଯୁବକ ଏପରି କାର୍ଯ୍ୟ କରିଛନ୍ତି, ଯାହାକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ନହୋଇ ରହିପାରୁନି । ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ନୂଆ ଅଭିନବ ଚିନ୍ତାଧାର ସହ ଭିନ୍ନ ପରିବର୍ତ୍ତନ କୌଶଳ ବ୍ୟବହାର କରି ଜଣେ ୟୁଟୁ୍ୟବର୍ ଏପରି ଏକ ବାଇକ୍ ନିର୍ମାଣ କରିଛନ୍ତି, ଯାହାର କେବଳ ଗୋଟିଏ ଚକ ଅଛି ।
ଏହି ନୂତନ ଏକ ଚକିଆ ଏବଂ ସେଲ®୍ ବାଲାନ୍ସି କେଟିଏମ୍ ବାଇକ୍ ମଧ୍ୟ ବହୁତ ଆକର୍ଷଣୀୟ ଏବଂ ୟୁନିକ୍ ଦେଖାଯାଉଛି । ତେବେ ଏହି ନିଆରା ବାଇକ୍ର ଭିଡିଓ ୧.୬୯ ମିଲିଅନ ସବସ୍କ୍ରାଇବର ଥିବା କ୍ରିଏଟିଭ୍ ସାଇନ୍ସ ନାମକ ଏକ ୟୁଟୁ୍ୟବ୍ ଚ୍ୟାନେଲ୍ରେ ଅପଲୋଡ୍ କରାଯାଇଛି । ବ୍ୟାଟେରୀ ଚାଳିତ ଏହି ବାଇକକୁ ଜଣେ ହିଁ ଚଲାଇପାରିବ । ଏହି ବାଇକକୁ ୟାମାହା ଏଫ୍ଜେଡ୍ର ଫ୍ରେମରେ ଫୁ୍ୟଲ୍ ଟ୍ୟାଙ୍କ ଲଗାଇ ତିଆରି କରାଯାଇଛି । କେଟିଏମ୍ ମୋଟରସାଇକେଲ୍ ପରି ଦେଖାଯାଉଥିବା ଏହି ଏକ ଚକିଆ ବାଇକ୍ରେ ଏକ ସେଲ® ବାଲନ୍ସର ସେନ୍ସର ରହିଛି, ଯାହା ସାହାଯ୍ୟରେ ଏହି ଯାନ ନିଜକୁ ସନ୍ତୁଳନ କରିଥାଏ । ତେବେ ଏହି ବାଇକ୍ ଏବେ ମୋଟରସାଇକେଲ୍ପ୍ରେମୀଙ୍କ ପ୍ରିୟ ପାଲଟିଛି ।
More Stories
୧ ଡିଗ୍ରି ତଳକୁ ଖସିଲା ପାରଦ
ମହାକୁମ୍ଭକୁ ୟୁନେସ୍କୋ ମାନ୍ୟତା..
କୋରିଆନ୍ ବିୟୁଟି ସିକ୍ରେଟ୍ ଏବେ ଭାରତରେ