The Topmost

“The eyes believe themselves, the ears believe other people.”

what happen if you found money on road

What happen if you found money on road

ରାସ୍ତାରେ ଯିବା ସମୟରେ ବେଳେବେଳେ ରାସ୍ତାରେ ପଇସା ପଡିଥାଏ। ଏହାକୁ କେତେକ ଲୋକ ସଙ୍ଗେସଙ୍ଗେ ଉଠାଇ ନେଇଥାଆନ୍ତି। ହେଲେ ଅନ୍ୟ କେତେକ ଦ୍ୱନ୍ଦରେ ରୁହନ୍ତି ନେବେ କି ନାହିଁ। ତେବେ ରାସ୍ତାରେ ପଡିଥିବା ପଇସାକୁ ଉଠାଇବା ନ ଉଠାଇବା ପଛରେ ଧର୍ମୀୟ ଭାବନା ରହିଛି। ବାସ୍ତୁ ଅନୁସାରେ ରାସ୍ତାରେ ପଇସା ପଡିବାର ଅର୍ଥ ଏହା ଆପଣଙ୍କ ପୂର୍ବ ପୁରୁଷଙ୍କର ଆଶୀର୍ବାଦ। ଆପଣ ଜୀବନରେ ଯେଉଁ କାର୍ଯ୍ୟକରିବେ ସେଥିରେ ଆପଣଙ୍କୁ ସଫଳତା ମିଳିବାର ଏହା ଏକ ସଙ୍କେତ। ଯେଉଁ ଲୋକଙ୍କୁ ରାସ୍ତାରେ ନୋଟ ପଡିଥିବାର ମିଳିଥାଏ ସେମାନଙ୍କୁ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଇଥାଏ। ଚୀନରେ ପଇସାକୁ କେବଳ ଆଦାନ ପ୍ରଦାନ ଭାବେ ବ୍ୟବହାର କରାଯାଇନଥାଏ। ଏହାକୁ ଭାଗ୍ୟର ପ୍ରତୀକ ଭାବେ ମଧ୍ୟ ଧରାଯାଏ। ସେହିଭଳି ଭାରତରେ ପଇସାକୁ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଥାଏ। ତେଣୁ ରାସ୍ତାରେ ହଠାତ୍ ନୋଟ କିମ୍ବା କଏନ୍ ମିଳିବା ଶୁଭ ହୋଇଥାଏ। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ରାସ୍ତାରୁ ମିଳୁଥିବା ପଇସାକୁ ଖର୍ଚ୍ଚ ନ କରି ସଞ୍ଚୟ କରନ୍ତୁ। ସେହିଭଳି ଯଦି ଆପଣ ନୁଆ ଚାକିରିର ସନ୍ଧାନରେ ଅଛନ୍ତି ଏବଂ ସେହି ସମୟରେ ଆପଣଙ୍କୁ ରାସ୍ତାରେ ପଇସା ମିଳୁଛି, ତେବେ ଏହା ଶୁଭ ହୋଇଥାଏ।

what happen if you found money on road
what happen if you found money on road @thetopmost-01

thhttps://thetopmost.in/?p=1239

https://thetopmost.in/?p=1236

https://thetopmost.in/?p=1231

https://thetopmost.in/?p=1148

ଏହା ସଫଳତା ଓ ପ୍ରଗତିର ସଙ୍କେତ ହୋଇଥାଏ। ସେହିଭଳି ଘରକୁ ଫେରିବା ସମୟରେ ଯଦି ଆପଣଙ୍କୁ ପଇସା ମିଳେ ତେବେ ଏହା ଅର୍ଥଲାଭର ସଙ୍କେତ।