ତରଭୂଜ ଫେସ୍ମାସ୍କ
ଗ୍ରୀଷ୍ମଦିନେ ତରଭୂଜ ସେବନର ଅନେକ ଲାଭ ରହିଛି । ଏଥିରେ ଥିବା ଭିଟାମିନ ସି ରୋଗପ୍ରତିରୋଧକ ଶକ୍ତିକୁ ବଢାଇଥାଏ ଏବଂ ଆଲର୍ଜୀ ଓ ସଂକ୍ରମଣରୁ ବଞ୍ଚାଇଥାଏ । କେବଳ ସେତିକି ନୁହେଁ ଏହା ତ୍ୱଚା ପାଇଁ ବେଶ୍ ଲାଭକାରୀ । ଆପଣ ତରଭୂଜର ବ୍ୟବହାର ଫେସମାସ୍କ ରୂପେ କରିପାରିବେ । ପ୍ରାକୃତିକ ସାମଗ୍ରୀର ବିନିଯୋଗ କରି ବିଭିନ୍ନ ପ୍ରକାରର ଫେସ୍ମାସ୍କ ତିଆରି କରିପାରିବେ । ଖରାଦିନେ ତ୍ୱଚା କଳା ପଡ଼ିଯାଏ । ଏଥିପାଇଁ ତରଭୂଜ ରସକୁ ମୁହଁରେ ଲଗାଇ ୨୦ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଏବଂ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ତ୍ୱଚାର ଚମକ ପାଇଁ ତରଭୂଜ ରସରେ ଦହି ମିଶାଇ ଏକ ଫେସ୍ମାସ୍କ ପ୍ରସ୍ତୁତ କରନ୍ତୁ । ଏହା ସମ୍ପୂର୍ଣ୍ଣ ଚେହେରା ଓ ବେକରେ ଲଗାନ୍ତୁ । ସପ୍ତାହକୁ ଦୁଇ ଥର ଏହି ଫେସମାସ୍କ ଲଗାଇଲେ ପୁଣି ଚମକ ଫେରିପାଇବେ । ସେହିପରି ତରଭୂଜ ରସରେ ଲେମ୍ବୁ ଓ ମହୁ ମିଶାଇ ମଧ୍ୟ ବ୍ୟବହାର କରିପାରିବେ । ଏହାଦ୍ୱାରା ଆପଣଙ୍କ ଚେହେରା ଉଜ୍ୱଳ ଦେଖାଯିବ ସହ ବ୍ରଣ ସମସ୍ୟାରୁ ମୁକ୍ତି ପାଇବେ ।

More Stories
ଜାଣନ୍ତି କି କେଉଁ ସୁବିଧା ଦିଏ ପାଳଙ୍ଗ ଶାଗ ?
ରୋଗ ହେଲେ ଡାଳିମ୍ବ ଖାଇବେ ନାଁ ଔଷଧ
ଖାଇ ନଜାଣିଲେ ଅଙ୍ଗୁରୁ ଖଟା