ବିଶ୍ୱର ଚର୍ଚ୍ଚିତ ବନାଗ୍ନି
କାଲିଫର୍ନିଆ
କାଲିଫର୍ନିଆର ଜଙ୍ଗଲ ସବୁବେଳେ ଦେଖୁଛି ଅଗ୍ନିର ଶିଖା। ବିଗତ ଦିନରେ ଅନେକ ଥର ଏଠିକାର ଜଙ୍ଗଲରେ ନିଆଁ ଲାଗିଛି। ତେବେ ୨୦୧୮ରେ କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଏକ ବିଷାଦ ଗ୍ରସ୍ତ ଇତିହାସ ବହନ କରିଛି। ଏବେ ମଧ୍ୟ ଏହା ଲୋକଙ୍କୁ ଡରାଇଥାଏ। ୨୦୧୮ରେ ଜଙ୍ଗଲର ନିଆଁର ଆଁରେ ଫସିରହିଥିଲା ପାରାଡାଇଜ୍ ସହର। ଏଠାରେ ନିଆଁର ପ୍ରକୋପରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଅନେକ ଧନ ସମ୍ପତ୍ତି ନଷ୍ଟ ମଧ୍ୟ ହୋଇଥିଲା। ଏହି ନିଆଁ ପ୍ରାୟ ୧୧୧ହଜାର ଏକରରେ ବ୍ୟାପିଥିଲା। ନିଆଁ କାରଣରୁ ୩୦୦ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ବାସ ହରାଇବାକୁ ପଡିଥିଲା। ପ୍ରାୟ ୬୭୦୦ଟି ଘର ଓ ବିଲିଡିଂ ନଷ୍ଟ ହୋଇଥିଲା। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଥିଲେ। ଏକ କ୍ୟାମ୍ପଫାୟାର ନିଆଁ ଏହି ବଡ ଧରଣର ଜଙ୍ଗଲ ନିଆଁକୁ ଜନ୍ମ ଦେଇଥିଲା। ତେବେ ୨୦୧୮ ବନାଗ୍ନିକୁ ବଳି ଯାଇଛି ୨୦୨୦ର ବନାଗ୍ନି। ୨୦୨୦ରେ କାଲିଫର୍ନିଆରେ ୭୮୬୦ଟି ଜଙ୍ଗଲ ଜଳିଥିଲା। ଯାହାଫଳରେ ୩୪ଲକ୍ଷ ଏକରର ଜମି ଜଳିପୋଡି ପାଉଁଶ ହୋଇଯାଇଥିଲା। ଏହି ନିଆଁରେ ଗୋଟେ ଗୋଟେ ସହର କିଛି ସିହଂ ଭାଗ ଜମି ପୋଡିଯାଇଥିଲା। ଏହି ନିଆଁ କାରଣରୁ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କୁ ନିଜ ଘର ଛାଡିବାକୁ ପଡିଥିଲା। ସେହିଭଳି ୩ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ଘରେ ବିଜୁଳି ନଥିଲା। ଏହି ବନାଗ୍ନି ଏତେ ବଡ ଧରଣର ଥିଲା ଯେ ଏହା ଆଗରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ମଧ୍ୟ ଅସହାୟ ବୋଧ କରିଥିଲା। ଏହି ନିଆଁଲିଭା କାର୍ଯ୍ୟରେ ୧୭ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ଓ ୨୨୦୦ଟି ଦମକଳ ନିୟୋଜିତ ହୋଇଥିଲେ। ଏହି ଜଙ୍ଗଲ ନିଆଁ ଫଳରେ ଦେଶକୁ ଅନେକ କ୍ଷତି ସହିବାକୁ ପଡିଛି।

ଆମାଜନ ଫରେଷ୍ଟ
ବ୍ରାଜିଲ ସହ ଅନ୍ୟ ୮ଟି ଦେଶକୁ ବ୍ୟାପିଥିବା ଆମାଜନ ଫରେଷ୍ଟରେ ୨୦୧୯ରେ ଲାଗିଥିବା ନିଆଁ ଏକ ଅନ୍ତରଷ୍ଟ୍ରୀୟ ପ୍ରସଙ୍ଗ ଭାବେ ଉଭା ହୋଇଥିଲା। ପୂରା ବିଶ୍ୱ ଥରିଯାଇଥିଲା ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ ବିଷୟରେ ଜାଣିବା ପରେ। ଆମାଜନ ଫରେଷ୍ଟକୁ ଦୁନିଆର ଫୁସ୍ଫୁସ୍ ଭାବେ ଆଖ୍ୟା ଦିଆଯାଇଥାଏ। ବ୍ରାଜିଲର ପ୍ରାୟ ୬୦ ଭାଗରେ ଆମାଜନ ଜଙ୍ଗଲ ରହିଛି। ତେବେ ଜଙ୍ଗଲରେ ପୋଡୁଚାଷ ସମୟରେ ଏହି ନିଆଁ ଲାଗିଥିଲା। ୨୦୧୯ ଜୁନ, ଜୁଲାଇରେ ସାଟେଲାଇଟ୍ ଦ୍ୱାରା ଏହି ନିଆଁ ବିଷୟରେ ଜଣାପଡିଥିଲା। ଏହି ବନାଗ୍ନିରେ ୯୦୬,୦୦୦ ହେକ୍ଟର ଜଙ୍ଗଲ ଜମି ପୋଡିଯାଇଥିଲା। ଏହି ନିଆଁ ଜାନୁଆରୀ ୨୦୧୯ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଲାଗିଥିଲା। ଆମାଜନ ଫରେଷ୍ଟ ଅଗ୍ନିରେ ମଣିଷ ସମାଜ ଠାରୁ ଅଧିକ କ୍ଷତି ସହିଥିଲା ଆମାଜନର ପ୍ରାଣୀ ସମ୍ପଦ। ଏଥିରେ ଆମାଜନ ଜଙ୍ଗଲରେ ରହୁଥିବା ଅନେକ ବିରଳ ପ୍ରାଣୀଙ୍କର ଦେହାନ୍ତ ହୋଇଥିଲା। ୨୦୧୯ରେ ବ୍ରାଜିଲରେ ପ୍ରାୟ ୮୦ ହଜାରୁ ଊଦ୍ଧ୍ୱର୍ ଜଙ୍ଗଲ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା। ଯାହା ଅଧାରୁ ଅଧିକ ଆମାଜନ ଜଙ୍ଗଲରେ ଘଟିଥିଲା। ଅନ୍ତରୀକ୍ଷ ଯାତ୍ରୀଙ୍କ ଦ୍ୱାରା ଫଟୋ ଟ୍ୱିଟ୍ ପରେ ଏ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ନିଆଁ କାରଣରୁ ବ୍ରାଜିଲର ଅନେକ ରାଜ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ରାଜ୍ୟରେ ଅନେକ ଦିନ ଧରି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଏକ ରିପୋର୍ଟ ଅନୁସାରେ ଆମାଜନର ପ୍ରାୟ ୨୫୦୦ରୁ ଊଦ୍ଧ୍ୱର୍ ଯାଗାରେ ଏହି ନିଆଁ ବ୍ୟାପିଥିଲା। ଏହି ନିଆଁ ବ୍ରାଜିଲ ସହ ଅନ୍ୟ ପାଖ ଦେଶ ଯେଉଁଥିରେ ଆମାଜନ ଫରେଷ୍ଟ ରହିଛି ଯଥା ବୋଲିଭିଆନା, ପାରାଗୁଏସ୍, ପେରୁକୁ ବ୍ୟାପିଥିଲା। ଏହି ବନାଗ୍ନିକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା।

ଅଷ୍ଟ୍ରେଲିଆ ବୁସ୍ ଫାୟାର
ଅଷ୍ଟ୍ରେଲିଆର ଜୁନ ୨୦୧୯ରୁ ମେ ୨୦୨୦ ପର୍ଯ୍ୟନ୍ତ ସମୟକୁ ବ୍ଲାକ୍ ସମର ଭାବେ ବିବେଚନା କରାଯାଇଥାଏ। ଏହି ସମୟରେ ଅଷ୍ଟ୍ରେଲିଆର ଅନେକ ଯାଗାରେ ଥିବା ବିଭିନ୍ନ ବୁଦାରେ ନିଆଁ ଲାଗିଥାଏ। ୨୦୧୯ରେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ େଓଲ୍ସ ଓ ବିକ୍ଟୋରିଆରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ନିଆଁରେ ଏହି ଦୁଇଟି ସ୍ଥାନ ଛଡା ଅଷ୍ଟ୍ରେଲିଆର ଅନେକ ସହର, ରାଜ୍ୟ କ୍ଷତି ସହିଥିଲା। ଏହି ନିଆଁରେ ପ୍ରାୟ୧୮,୬୩୬ ହେକ୍ଟର ଜଙ୍ଗଲ ଜମି ପୋଡିଯାଇଥିଲା। ଏହି ବନାଗ୍ନିରେ ୪୭୯ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହ ଜଙ୍ଗଲରେ ଥିବା ହଜାର ହଜାର ପଶୁପକ୍ଷୀଙ୍କର ଜୀବନ ଯାଇଥିଲା। ଯାହା ପୁରା ଦେଶକୁ ଦୋହଲାଇ ଦେଇଥିଲା। ଅନେକ ସମସୟରେ ରାସ୍ତା ଉପରେ ଆହତ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା ଯାହା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ପାଖାପାଖି ୨୫,୦୦୦ହଜାର କୋଏଲାଙ୍କର ଜୀବନ ନେଇଥିଲା ଏହି ବନାଗ୍ନି। ପ୍ରାୟ ଏକ ବର୍ଷଧରି ଜଳିଥିବା ଏହି ନିଆଁ ପଛରେ ଅନେକ କାରଣ ରହିଛି। ଏହା ପଛରେ ବଜ୍ରପାତ, ବିଶ୍ୱତାପମାନ, ମାତ୍ରାଧିକ ତାପମାତ୍ରା, ଶୁଖିଲା ପାଗ ଭଳି କାରଣକୁ ଦାୟି କରାଯାଇଛି। ଏହି ନିଆଁର ଆଁରେ ପ୍ରାୟ ୯ହଜାରରୁ ଊଦ୍ଧ୍ୱର୍ ଘର ଧ୍ୱଂସ ହୋଇଥିଲା। ଅଷ୍ଟ୍ରେଲିଆର ଏହି ବିପତ୍ତି ସମୟରେ ଅନେକ ଦେଶ ତାକୁ ସହଯୋଗର ହାତ ବଢାଇଥିଲେ।
ଭାରତର ଅନେକ ରାଜ୍ୟର ସବୁଜିମା ନଷ୍ଟ ହୋଇଛି ନିଆଁର ଆଁରେ। ଯେଉଁଠି ଦିନେ ସବୁଜିମା ହସୁଥିଲା ସେଠି ସବୁ ନଷ୍ଟ ହୋଇଯାଇଛି ଅଗ୍ନିର ପ୍ରକୋପରେ। ଦେଶରେ ପ୍ରତିବର୍ଷ ଅନେକ ଜଙ୍ଗଲ ଧ୍ୱଂସ ହେଉଛି ଏହି କାରଣରୁ। ସେହିଭଳି କେତେଗୁଡିଏ ଦୁଖଃଦ ଘଟଣା ମଧ୍ୟରୁ କିଛି ଘଟଣା ସମ୍ପର୍କରେ।
ଉତ୍ତରାଖଣ୍ଡ
୨୦୨୦ରେ ଉତ୍ତରାଖଣ୍ଡର ଜଙ୍ଗଲରେ ଘଟିଥିଲା ବନାଗ୍ନି। ତାପମାତ୍ରାରେ ବୃଦ୍ଧି ଓ ଖରା କାରଣରୁ ଏଠିକାର ପାହାଡୀ ଜଙ୍ଗଲରେ ନିଆଁ ଲାଗିଥିଲା। ହେଲେ ଏହିସମୟରେ ବୋହୁଥିବା ପବନ ଏହି ନିଆଁକୁ ବ୍ୟାପିବାରେ ସହାୟକ ହୋଇଥିଲା। ଜଙ୍ଗଲ ଗୁଡିକ ଅଧିକ ଖରା କାରଣରୁ ଶୁଖିଲା ପତ୍ର ଓ ଶୁଖିଲା ଗଛରେ ଭରପୂର ଥିଲା। ଯାହା ନିଆଁକୁ ବ୍ୟାପିବାରେ ସହାୟକ ହୋଇଥିଲା। ଏହି ନିଆଁରେ ପ୍ରାୟ ୧୮୦ ଏକର ଜଙ୍ଗଲ ଜମି ନଷ୍ଟ ହୋଇଥିଲା। ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗଛ ଓ ପଶୁପକ୍ଷୀଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ୨୦୧୯ରେ ମଧ୍ୟ ୨୦୧୪ ହେକ୍ଟର ଜଙ୍ଗଲ ଜମି ପୋଡି ନଷ୍ଟ ହୋଇଥିଲା। ସବୁଠାରୁ ଦୁଃଖର କଥା ହେଲା ୨୦୦୦ ମସିହାରୁ ଆଜି ଭିତରେ ଉତ୍ତରଖଣ୍ଡର ପ୍ରାୟ ୪୪ହଜାର ହେକ୍ଟର ଜଙ୍ଗଲ ଜମି ବନାଗ୍ନି କାରଣରୁ ନଷ୍ଟ ହୋଇଯାଇଛି। ୨୦୨୦ରେ ଘଟିଥିବା ବନାଗ୍ନି ମନେ ପକାଇଦିଏ ୨୦୧୬ କଥା। ୨୦୧୬ରେ ଘଟିଥିବା ଉତ୍ତରାଖଣ୍ଡ ବନାଗ୍ନି ଏବେ ବି ଲୋକଙ୍କ ମନରୁ ଲିଭିନି। ଏପ୍ରିଲ ଓ ମେ ମାସର ଉତପ୍ତ ଖରାରେ ଜଳିଥିଲା ଉତ୍ତରାଖଣ୍ଡ ଜଙ୍ଗଲ। ପ୍ରାୟ ୪ହଜାରରୁ ଊଦ୍ଧ୍ୱର୍ ଜଙ୍ଗଲ ଜମି ପୋଡି ପାଉଁଶ ହୋଇଯାଇଥିଲା। ସବୁଜିମା ପରିବର୍ତ୍ତିତ ହୋଇଥିଲା ପାଉଁଶରେ। ଏହି ବନାଗ୍ନିରେ ସାତଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ପଶୁପକ୍ଷୀଙ୍କ ଜୀବନ ଲିଭିଯାଇଥିଲା। ଫେବ୍ରୁଆରୀ ୨,୨୦୧୬ରେ ଆରମ୍ଭ ହୋଇଥିବା ଏହି ନିଆଁ ଦୀର୍ଘଦିନ ଧରି ଲିଭିବାର ନା ନେଇନଥିଲା। ଦୀର୍ଘ ଚାରିମାସର ପରିଶ୍ରମ ପରେ ଏହି ଭୀଷଣ ବନାଗ୍ନିକୁ ଆୟତ୍ତ କରିହେଇଥିଲା। ତେବେ ଏହାର ପ୍ରଭାବ କିନ୍ତୁ ପରିବେଶ ଉପରେ ଖୁବ୍ ଦିନ ଧରି ଦେଖାଯାଇଥିଲା। ଏହାପରେ ତାପମାତ୍ରାରେ ଅହେତୁକ ବୃଦ୍ଧି ଦେଖାଦେଇଥିଲା। ବନାଗ୍ନି ଧୂଆଁ କାରଣରୁ ଅନେକ ମାତ୍ରାରେ କାର୍ବନ ବା ଅଙ୍ଗାର ଗୁଣ୍ଡ ହିମାଳୟ ଗ୍ଲେସିଅର ଉପରେ ଜମିରହିଥିଲା। ହିମାଳୟରେ ଗ୍ଲେସିଅର ତରଳିବାର ଅନ୍ୟତମ କାରଣ ଭାବେ ଏହି ବନାଗ୍ନିକୁ ଧରାଯାଇଥିଲା। ଯାହା ଫଳରେ ଗ୍ଲେସିଅର ଉପରେ ଗଚ୍ଛିତ ହୋଇଥିବା କାର୍ବନ ନଦୀରେ ମିଶିବାନେଇ ଭୟ ସୃଷ୍ଟି ହୋଇଥିଲା। ତେଣୁ ଲୋକଙ୍କୁ ନଦୀ ଜଳ ବ୍ୟବହାର କରିବାକୁ ବାରଣ କରାଯାଇଥିଲା। ଏହା ପଛର କାରଣ ବର୍ଦ୍ଧିତ ତାପମାତ୍ରା ଓ ଶୁସ୍କ ଜଳବାୟୁ। ଏହାସହ ସେହିବର୍ଷ ଉତ୍ତରାଖଣ୍ଡ ଭୀଷଣ ମରୁଡିର ସାମ୍ନା କରିଥିଲା। ଏହାକୁ ମଧ୍ୟ ଏହି ବନାଗ୍ନିର କାରଣ ଭାବେ ନିଆଯାଇଥାଏ। ଏହି ମରୁଡି ଫଳରେ ରାଜ୍ୟର ପ୍ରାୟ ୩୩୦ମିଲିଅନ ଲୋକ ଜଳାଭାବରେ ପ୍ରଭାବିତ ହୋଇଥିଲେ।

ମାଉଣ୍ଟ ଆବୁ, ରାଜସ୍ଥାନ
ରାଜସ୍ଥାନର ଏକମାତ୍ର ପର୍ବତୀୟ ପର୍ଯ୍ୟଟନ ସ୍ଥଳ ମାଉଣ୍ଟ ଆବୁରେ ଥିବା ଆରାବଳୀ ପାହାଡ ମଧ୍ୟ ବଞ୍ଚିନଥିଲା ଅଗ୍ନିର ପ୍ରକୋପରୁ। ୨୦୧୭ ଏପ୍ରିଲ ମାସରେ ରାଜସ୍ଥାନର ଆରାବଳୀ ପାହାଡର ପ୍ରାୟ ୧୬ଟି ଯାଗାରେ ନିଆଁ ଲାଗିଥିଲା। ଯେଉଁଥିରେ ଅନେକ ଜଙ୍ଗଲ ଜମି ନଷ୍ଟ ହେବାସହ ବନ୍ୟଜନ୍ତୁଙ୍କର ଜୀବନ ହାନୀ ହୋଇଥିଲା। ଏହି ନିଆଁକୁ ଆୟତ୍ତ କରିବା ପାଇଁ ଭାରତୀୟ ସେନାକୁ ଅନେକ ପରିଶ୍ରମ କରିବାକୁ ପଡିଥିଲା। ଏହି ନିଆଁ ଲିଭା କାର୍ଯ୍ୟରେ ୬୦୦ରୁ ଅଧିକ ଯବାନ ନିୟୋଜିତ ହୋଇଥିଲେ। ବାୟୁସେନା ତାର ହେଲିକପ୍ଟର ସାହାଯ୍ୟରେ ଆକାଶ ମାର୍ଗରୁ ନିଆଁକୁ ଆୟତ୍ତକରିବାକୁ ଚେଷ୍ଟା କରିଥିଲା। ଏହି ପ୍ରକ୍ରିୟାରେ ସେନା, ପୋଲିସ, ସିଆର୍ପିଏଫ୍ ଓ ଦମକଳ ବିଭାଗ ସାମିଲ ହୋଇଥିଲେ। ଲୋକ ୨୦୧୭କୁ ଭୁଲି ନଥିବା ବେଳେ ୨୦୨୦ରେ ଉଦୟପୁରର ଜଙ୍ଗଲରେ ଜଳିଥିଲା ନିଆଁ। ଏଠିକାର ଅନେକ ଜଙ୍ଗଲରେ ନିଆଁ ଲାଗିଥିଲା। ଏହି ନିଆଁରେ ପ୍ରାୟ ୩୫୦ହେକ୍ଟରରୁ ଊଦ୍ଧ୍ୱର୍ ଜଙ୍ଗଲ ଜମି ପୋଡି ନଷ୍ଟ ହୋଇଯାଇଛି। ଏହି ନିଆଁରେ ରାଜ୍ୟକୁ ଅନେକ କ୍ଷତି ସହିବାକୁ ପଡିଛି।

ବାନ୍ଦିପୁର ନ୍ୟାସନାଲ ପାର୍କ, କର୍ଣ୍ଣାଟକ
୨୦୧୯ ମସିହା ଫେବ୍ରୁଆରୀ ମାସରେ କର୍ଣ୍ଣାଟକର ଚମ୍ପାରଜନଗର ବାନ୍ଦିପୁର ନ୍ୟାସନାଲ ପାର୍କ ଜଳିବାକୁ ଆରମ୍ଭ କରିଥିଲା। ପ୍ରାୟ ୫ଦିନ ଧରି ଜଳିଥିଲା ଏହି ପାର୍କ। ଏହି ବନାଗ୍ନି ସ୍ୱଳ୍ପ ସମୟ ହେଲେ ମଧ୍ୟ ପ୍ରାୟ ୪,୪୧୯ ହେକ୍ଟର ଜଙ୍ଗଲ ଜମି ଜାଳିବାରେ ସକ୍ଷମ ହୋଇଥିଲା। ଏହି ନିଆଁରେ ଅନେକ ବନ୍ୟପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା। ୨୪ ଫେବ୍ରୁଆରୀ ୨୦୧୯ରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ନିଆଁ ଅନ୍ୟ ଜଙ୍ଗଲକୁ ମଧ୍ୟ ବ୍ୟାପିଥିଲା। ତେବେ ତାମିଲନାଡୁର ବନ ବିଭାଗର ସାହସିକତା ଓ ବୁଦ୍ଧିମତା ପାଇଁ ଏହାକୁ କମ ଦିନ ମଧ୍ୟରେ ଆୟତ୍ତ କରାଯାଇଥିଲା। ତେଣୁ ଏହା ଅଧିକ ଅଞ୍ଚଳକୁ ବ୍ୟାପିପାରିନଥିଲା। ପାଣିପାଗରେ ପରିବର୍ତ୍ତନ ଏହି ବନାଗ୍ନି ପଛର ମୂଳ କାରଣ ଥିଲା।
15 thoughts on “The report on worlds biggest dangerous forest fire.”