The Topmost

“The eyes believe themselves, the ears believe other people.”

ରାମ ଗୋପାଲ ବର୍ମାଙ୍କ ବିରୁଦ୍ଧରେ ୫୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଚଳଚ୍ଚିତ୍ର ର୍ନିମାତା ରାମ ଗୋପାଳ ଭର୍ମା ବର୍ତ୍ତମାନ ଅସୁବିଧାରେ ।ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି । ସେ ଜଣେ ପ୍ରଡକ୍ସନ୍‌ ହାଉସର ମାଲିକଙ୍କଠାରୁ ୫୬ ଲକ୍ଷ ଟଙ୍କା ନେଇ ଫେରସ୍ତ କରିନାହାଁନ୍ତି । ଅଭିଯୋଗ ପରେ ତେଲେଙ୍ଗାନାର ମିଆପୁର ପୋଲିସ ଷ୍ଟେସନରେ ଭର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀଙ୍କ ଅନୁଯାୟୀ, ରାମ ଗୋପାଳ ଭର୍ମା ୨୦୨୦ରେ ତେଲୁଗୁ ଚଳଚ୍ଚିତ୍ର ଦିଶାଦ ର୍ନିମାଣ ପାଇଁ ଟଙ୍କା ନେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଟଙ୍କା ଫେରେଇ ନାହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯ରେ ଜଣେ ସାଧାରଣ ବନ୍ଧୁ ମୋତେ ଭର୍ମାଙ୍କ ସହ ପରିଚିତ କରିଥିଲେ । ଜାନୁୟାରୀ ୨୦୨୦ର ପ୍ରଥମ ସପ୍ତାହରେ ଧର୍ମେନ୍ଦ୍ର ଫିଲ୍ମ ର୍ନିମାଣ ପାଇଁ ମୋ ଠାରୁ ୮ ଲକ୍ଷ ଟଙ୍କା ନେଇଥିଲେ । ଏହା ପରେ ସେ ପୁଣି ୨୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ, ଯାହା ମୁଁ ୨୨ ଜାନୁୟାରୀ ୨୦୨୦ରେ ଚେକ୍‌ ଆକାରରେ ଦେଇଥିଲି । ଏହି ଟଙ୍କାକୁ କିଛି ନିର୍ଦ୍ଧିଷ୍ଟ ସମୟରେ ଫେରେଇବେ କହି ଏପର୍ଯ୍ୟନ୍ତ ଦେଇନାହାଁନ୍ତି । ତେବେ ପୁଣି ସେ ଆର୍ଥିକ ସ୍ଥିତିକୁ ଦର୍ଶାଇ ୨୮ ଲକ୍ଷ ଟଙ୍କା ଅଧିକ ମାଗିଥିଲେ ।

ମୁଁ ନିର୍ଦ୍ଦେଶକଙ୍କ ଉପରେ ବିଶ୍ୱାସ କରି ପୁଣି ୨୮ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଛି । ସେହି ସମୟରେ ଭର୍ମା ପ୍ରତିଶୃତି ଦେଇଥିଲେ ଯେ ଫିଲ୍ମ ଦିଶାଦ ରିଲିଜ୍‌ ହେବାର ଦିନ କିମ୍ବା ତା ପୂର୍ବରୁ ସେ ୫୬ ଲକ୍ଷ ଟଙ୍କା ଫେରସ୍ତ କରିବେ । ଏହା ପରେ ମୁଁ ଜାନୁଆରୀ ୨୦୨୧ରେ ଜାଣିଲି ଯେ ଭର୍ମା କେବଳ ଦିଶାର ର୍ନିମାତା ନୁହଁନ୍ତି । ତେବେ ତା ପରେ ମୁଁ ପଇସା ମାଗିବା ପରେ ମଧ୍ୟ ସେ ପଇସା ଫେରେଇ ନାହାଁନ୍ତି । ସେଥିପାଇଁ ବାଧ୍ୟ ହୋଇ ମୁଁ ପୋଲିସରେ ଏଫଆଇଆର ଦେଇଛି ।

RAM GOPAL BURMA

https://thetopmost.in/?p=1714

https://thetopmost.in/?p=1687

https://thetopmost.in/?p=1786