The Topmost

“The eyes believe themselves, the ears believe other people.”

The most light weight employee will get more bonus

The most light weight employee will get more bonus

ବିଭିନ୍ନ ସମୟରେ ଅଫିସ୍‌ ଗୁଡିକରେ କର୍ମଚାରୀଙ୍କୁ ଭିନ୍ନଭିନ୍ନ ଚାଲେଞ୍ଜ ଦିଆଯାଇଥାଏ, ଯାହା ପ୍ରତିବଦଳରେ ସେମାନଙ୍କୁ କିଛି ଉପହାର ମଧ୍ୟ ଦିଆଯାଇଥାଏ । ତେବେ ବର୍ତ୍ତମାନ ଗୋଟିଏ ଚାଲେଞ୍ଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚାଲେଞ୍ଜଟି ଜୋର୍ଦ୍ଧା କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ ନିଥନ୍‌ କାମନାଥ ନିଜର କର୍ମଚାରୀଙ୍କୁ ଦେଇଛନ୍ତି । କାମନାଥଙ୍କ ଚାଲେଞ୍ଜ ଅନୁସାରେ ଯେଉଁ କର୍ମଚାରୀଙ୍କର ଜୈବ ବସ୍ତୁତ୍ୱ ବା ବଡି ମାସ ଇଣ୍ଡେକ୍ସ ୨୫ରୁ କମ ସେମାନଙ୍କୁ ତାଙ୍କ ଦରମାର ଅଧା ବୋନସ୍‌ ଭାବେ ପ୍ରଦାନ କରାଯିବ । ସେହିଭଳି ଯେଉଁ କର୍ମଚାରୀ ନିଜର ଓଜନ ହ୍ରାସ କରିବେ ସେମାନଙ୍କ ପାଇଁ କିଛି ଅଲଗା ସୁବିଧା ମଧ୍ୟ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଏହି ସମସ୍ତ ଘୋଷଣା ସେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ କରିଛନ୍ତି । ଏହା ସହିତ ଅଫିସ୍‌ରେ ଏକ ୧୨ ମାସ ପାଇଁ ଗେଟ୍‌ ହେଲ˜ି ଗୋଲ୍‌ କାର୍ଯ୍ୟକ୍ରମ ଲଞ୍ଚ କରାଯାଇଛି । କିନ୍ତୁ ସୋସିଆଲ ମିଡିଆରେ ଏହାକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି । କେତେ ଲୋକ ଏହାକୁ ସ୍ୱାସ୍ଥ୍ୟ ଅନୁପୋଯୋଗୀ ବୋଲି ମତ ଦେଇଛନ୍ତି

https://thetopmost.in/?p=1259

https://thetopmost.in/?p=1255

https://thetopmost.in/?p=1251

https://thetopmost.in/?p=1247

। ଏହି କାର୍ଯ୍ୟକ୍ରମରେ ପ୍ରତିଭାଗୀ ବଢାଇବା ପାଇଁ ସେ ଆଉ ଏକ ଅଫରର ମଧ୍ୟ ଘୋଷଣା କରିଛନ୍ତି । ଯେଉଁମାନେ ଏହି ଗୋଲ ଆଚିଭ କରିବେ ସେମାନଙ୍କୁ ଏକ ମାସର ଦରମା ବୋନ୍‌ସ ଦେବା ସହିତ ୧୦ ଲକ୍ଷ ଟଙ୍କାର ଏକ ଲକି ଡ୍ରର ମଧ୍ୟ ସୁବିଧା ରହିଛି ।