ଧୀରେଧୀରେ ତାତି ବଢ଼ିବା ସହ ବିବାହ ସିଜନ ଆରମ୍ଭ ହୋଇଗଲାଣି । ଯଦି ଏହି ଗ୍ରୀଷ୍ମଦିନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତାହେଲେ ଡେଷ୍ଟିନେସନ େୱଡିଂ ଆପଣଙ୍କ ପାଇଁ ପରଫେକଫ ହେବ । ଗରମ ଦାଉରୁ ରକ୍ଷା ପାଇବାକୁ ଚାହୁଁଥିଲେ କୌଣସି ସୁନ୍ଦର ହିଲ୍ ଷ୍ଟେସନରେ ଯାଇ ବିବାହର ସମସ୍ତ ଆୟୋଜନ କରିପାରିବେ । ହିଲ୍ ଷ୍ଟେସନଗୁଡ଼ିକର ପାଣିପାଗ ଥଣ୍ଡା ହେବା ସହ ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ।
ସିମଲା- ଭ୍ରମଣ ପାଇଁ ସିମଲା ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ । ଆପଣ ଡେଷ୍ଟିନେସନ େୱଡିଂ ପାଇଁ ଏହି ସ୍ଥାନକୁ ଚୟନ କରିପାରିବେ । ପାହାଡର ପ୍ରାକୃତିକ ପରିବେଶ ଭିତରେ ବିବାହର ଶୁଭମୁହୂର୍ତ୍ତକୁ ଉପଭୋଗ କରିପାରିବେ ।



ମସୁରୀ- ଉତ୍ତରାଖଣ୍ଡର ମସୁରୀରେ ଅନେକ ସୁନ୍ଦର ସୁନ୍ଦର ରିସୋର୍ଟ ରହିଛି । ବିଳାସପୂର୍ଣ୍ଣ ବିବାହ ଚାହୁଁଥିଲେ ମସୁରୀର ଯେକୌଣସି ରିସୋର୍ଟକୁ ଚୟନ କରିପାରିବେ । ଅତିଥିମାନଙ୍କୁ ଏହା ଭଲ ଅନୁଭୂତି ପ୍ରଦାନ କରିବ ।
ଗୁଲମର୍ଗ- ଜାମ୍ମୁ ଓ କାଶ୍ମୀରର ସୁନ୍ଦର ସହର ଗୁଲମର୍ଗ ପ୍ରସିଦ୍ଧହିଲ୍ ଷ୍ଟେସନ ମଧ୍ୟରୁ ଅନ୍ୟତମ । ଗରମରେ ଡେଷ୍ଟିନେସନ୍ େୱଡିଂ ପ୍ଲାନ କରୁଥିଲେ, ଏହାକୁ ବାଛି ପାରିବେ ।
ଋଷିକେଶ- ଗଙ୍ଗା ନଦୀ କୂଳେ ଅବସ୍ଥିତ ଋଷିକେଶ ବିବାହ ପାଇଁ ସବୁଠୁ ଭଲ ଡେଷ୍ଟିନେସନ । ଧାର୍ମିକ ରୀତିନୀତି ଅନୁସାରେ ପରିବାର ଲୋକଙ୍କ ସହ ବିବାହକୁ ଉପଭୋଗ କରିବା ଚାହୁଁଥିଲେ ଏଠାକୁ ଯାଇପାରିବେ । ଗଙ୍ଗା କୂଳେ ଅନେକ ସୁନ୍ଦର ସ୍ଥାନ ରହିଛି, ଯାହା ଡେଷ୍ଟିନେସନ େୱଡିଂ ପାଇଁ ବହୁତ ଖାସ୍ ହୋଇଥାଏ ।
3 thoughts on “summer destination wedding in india”