The Topmost

“The eyes believe themselves, the ears believe other people.”

Scientists report on star's life circle secret

Scientists report on star’s life circle secret.

ମିଳିବ ତାରାର ଜୀବନ ଚକ୍ର ତଥ୍ୟ
ସର୍ବଦା ବୈଜ୍ଞାନିକମାନେ ବ୍ରହ୍ମାଣ୍ଡର ରହସ୍ୟ ଜାଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେମାନଙ୍କ ପାଖରେ ଅନେକ ଉନ୍ନତମାନର ଜ୍ଞାନକୌଶଳ ଥାଇ ମଧ୍ୟ କିଛି ରହସ୍ୟ ଏପରି ଅଛି ଯାହା ଏପର୍ଯ୍ୟନ୍ତ ଉନ୍ମୋଚନ ହୋଇପାରି ନାହିଁ। ଯେତେ ଉପକରଣ ବାହାରୁଛି ତାହା ବୈଜ୍ଞାନିକଙ୍କ ଆଶାକୁ ବଢାଉଛି। ସେହିଭଳି ନାସାର ଜେମ୍ସ େଓବ୍ ସ୍ପେସ୍ ଟେଲିସ୍କୋପ ବୈଜ୍ଞାନିକଙ୍କ ପାଇଁ ବଡ ଆଶା ସାଜିଛି। ଚଳିତ ବର୍ଷ ଏହାର ଅନ୍ତରୀକ୍ଷରେ ସ୍ଥାପନା କରାଯିବା ନେଇ ଯୋଜନା ରହିଛି। ବୈଜ୍ଞାନିକମାନେ ଏହି ଟେଲିସ୍କୋପର ଷ୍ଟାର ରିଜୋଲେସନ କାପାବିଲିଟି ଟେଷ୍ଟ ବିକଶିତ କରିଛନ୍ତି। ଯାହା ଭବିଷ୍ୟତରେ ଅବଲୋକନ ଓ ଗବେଷଣା ପାଇଁ ବେଶ୍ ଦରକାରୀ। ଏହା ଗବେଷଣାକୁ ଏକ ତ୍ସ୍ନ଼ୂଆ ଦିଗ ପ୍ରଦାନ କରିବ। ଏହାର ସାହାଯ୍ୟରେ ଅନେକ ରହସ୍ୟ ଉପରୁ ପରଦା ହଟିବ। ଯେପରି ଡାର୍କ ଏନର୍ଜି, ତାରାର ଜୀବନ ଚକ୍ର, ଗ୍ୟାଲାକ୍ସିର ବିକାଶ ଓ ଜୀବନ ଚକ୍ର ଭଳି ଅନେକ ରହସ୍ୟ ଉନ୍ମୋଚନ ହେବାର ସମ୍ଭାବନା ରହିଛି। ଏହି ଟେଲିସ୍କୋପର ଶକ୍ତି ସାହାଯ୍ୟରେ ଅଧିକ ତାରାଙ୍କ ଉପରେ ଅଧ୍ୟୟନ କରିହେବ। ସେମାନଙ୍କର ଜୀବନ ଓ ମୃତ୍ୟୁ ବିଷୟରେ ଗବେଷଣା କରିହେବ।

ଅଧିକ ତାରାଙ୍କ ବିଷୟରେ ଗବେଷଣା ଦ୍ୱାରା ତାରାଙ୍କ ଜୀବନର ଅଧିକ ଅବସ୍ଥା ବିଷୟରେ ଜାଣିହେବ। ଜେମସ୍ ଓବେ ସ୍ପେସ୍ ଟେଲିସ୍କୋପରେ ହାଇ ରିଜୋଲେସନ କ୍ଷମତା ଓ ଇନ୍ଫ୍ରାରେଡ୍ ତରଙ୍ଗକୁ ଚିହ୍ନଟ କରିବାଭଳି ଉପକରଣ ଲାଗିଛି। ଏହାର ପ୍ରମୁଖ ବିଶେଷତା ହେଉଛି ଏହା ଆଲୋକରେ ଧୂଳି ଓ ବାୟୁ ପଛରେ ଲୁଚି ରହିଥିବା ତାରାଙ୍କୁ ମଧ୍ୟ ଦେଖିପାରିବ। ଯାହା ଅନେକ ଗବେଷଣାରେ ସାହାଯ୍ୟ କରିବ। ଏହି କାରଣରୁ ତାରାଙ୍କ ସମ୍ପର୍କରେ ଅନେତ ତଥ୍ୟ ମିଳିବ ଯାହା ଗବେଷକଙ୍କୁ ଆଗକୁ ଗବେଷଣାରେ ସାହାଯ୍ୟ କରିବ। ଏଥିରେ ସାମିଲ ହୋଇଥିବା ବୈଜ୍ଞାନିକ ଏହି ସଫଳତାରେ ବେଶ୍ ଖୁସି ପ୍ରକଟ କରିଛନ୍ତି। ତାରର ଜୀବନ ବିଷୟରେ ସବିଶେଷ ତଥ୍ୟ ବର୍ତ୍ତମାନ ମିଳିପାରିବ ବୋଲି ସେମାନେ ମତ ଦେଇଛନ୍ତି। ବିଶେଷ କରି ତାରା ଜୀବନର ଶେଷ ଭାଗ ବିଷୟରେ ତଥ୍ୟ ସେମାନେ ଏବେ ପାଇପାରିବେ।

Scientists report on star's life circle secret
Scientists report on star’s life circle secret @thetopmost-01

https://thetopmost.in/?p=1668

https://thetopmost.in/?p=1640

https://thetopmost.in/?p=1501

https://thetopmost.in/?p=1671

SHARE BY