The Topmost

“The eyes believe themselves, the ears believe other people.”

village

Scenic Himachal village at Kalpa with majestic Kinnaur Kailash Himalaya mountain range at Himachal Pradesh India

ଦୁନିଆରେ ରହିଛି ଅନେକ ବିଚିତ୍ର ଗାଁ

ଦୁନିଆରେ ବହୁତ ଆଶ୍ଚର୍ଯ୍ୟକର କଥା ଅଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବାରେ ସମର୍ଥ । ତେବେ ଦୁନିଆରେ ଏପରି ଅନେକ ଗାଁ ଅଛି ଯେଉଁଠି ବିଭିନ୍ନ ପ୍ରକାର ଲୋକ ବାସ କରନ୍ତି । ତେବେ ଆସନ୍ତୁ ଜାଣିବା କିଛି ଗାଁର କିଛି ସ୍ୱତନ୍ତ୍ରତା ବିଷୟରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ ।

କୋଟିପତି ଗାଁ
ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ‘ହିୱାରେ ବାଜାର’ ହେଉଛି ଏପରି ଏକ ଗ୍ରାମ ଯାହା ଆମକୁ ବିଶ୍ୱାସ ଦିଏ ଯେ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା କିଛି ବି ସମ୍ଭବ ହୋଇପାରେ । ଏକଦା ଦାରିଦ୍ର୍ୟ ଓ ମରୁଡ଼ି ସ୍ଥିତି ଦେଇ ଗତି କରୁଥିବା ଗାଁରେ ବର୍ତ୍ତମାନ ୮୦ରୁ ଅଧିକ ଲୋକ କୋଟିପତି । ୧୨ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ କ୍ୱଚିତ୍‌ ଗରିବ ଚାଷୀ ଦେଖିବାକୁ ମିଳିଥାନ୍ତି । ୩୦୫ ପରିବାରରୁ ୫୦ରୁ ଅଧିକ ପରିବାରର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ । କେବଳ ସେତିକି ନୁହେଁ ଏହି ଗାଁରେ ଗୋଟିଏ ବି ମଶା ନାହିଁ । ଗୋଟିଏ ମଶା ପାଇଲେ, ଉକ୍ତ ବ୍ୟକ୍ତିଙ୍କୁ ଗାଁର ସରପଞ୍ଚ ୪୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥାନ୍ତି । କହିବାକୁ ଗଲେ ଏହି ଗାଁର ଭାଗ୍ୟ ଲୋକମାନେ ନିଜେ ଲେଖିଛନ୍ତି ।

ଆଦର୍ଶ ଗାଁ ତଥା ହାଇଟେକ୍‌ ଗାଁ
ଗୁଜରାଟର ସାବରକାଣ୍ଠା ଜିଲ୍ଲାର ପୁଂସାରୀ ଗାଁରେ ୨୦୦୬ ପର୍ଯ୍ୟନ୍ତ ନା ବିଜୁଳି ଥିଲା, ନା ଗାଁ ଲୋକଙ୍କୁ ମିଳୁଥିଲା ମୌଳିକ ସୁବିଧା । ହେଲେ ୨୦୦୬ରେ ଯେତେବେଳେ ହିଂମାଶୁ ଭାଇ ନରେନ୍ଦ୍ର ପଟେଲ ସରପଞ୍ଚ ହେଲେ, ସେତେବେଳେ ବଦଳିଲା ଗାଁର ଚିତ୍ର । କ୍ଷୀର ନେଇଯାଉଥିବା ମହିଳାଙ୍କ ପାଇଁ ଅଟଳ ଏକ୍ସପ୍ରେସ୍‌ ନାମରେ ବସ୍‌ ସେବା ଆରମ୍ଭ ହେଲା । ପୁରା ଗାଁରେ ୱାଇଫାଇ, ସିସିଟିଭି, ୧୨୦ଟି ସ୍ପିକର ଲାଗିଲା । ଏପରିକି ପିଲାଙ୍କ ପରୀକ୍ଷା ଫଳାଫଳ ମଧ୍ୟ ଲାଉଡ୍‌ସ୍ପିକର୍‌ରେ ଘୋଷଣା କରାଯାଉଛି । ଏହି ଗାଁରେ ପ୍ରତି ଘରେ ଘରେ ଶୌଚାଳୟ, ଡ୍ରେନେଜ ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ ପାଠପଢ଼ା ପ୍ରତି ଆଗ୍ରହ ଦେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚଳନ୍ତା ଲାଇବ୍ରେରୀର ସୁବିଧା ଦିଆଯାଇଛି । ସ୍ୱଚ୍ଛତା ପ୍ରତି ମଧ୍ୟ ଖାସ୍‌ ଧ୍ୟାନ ରଖାଯାଏ ।

ଦୁଆର ଛୁଇଁଲେ ଫାଇନ ନେଉଥିବା ଗାଁ
ହିମାଚଳପ୍ରଦେଶ କୁଲ୍ଲì ଘାଟିର ଉତ୍ତରପୂର୍ବ ସ୍ଥିତି ମଲାଣା ଗାଁର ଲୋକମାନେ ଆର୍ଯ୍ୟା ବଂଶଜ ବୋଲି ନିଜକୁ ବିବେଚନା କରିଥାନ୍ତି । ଅନ୍ୟ ଲୋକକଥା ଅନୁଯାୟୀ ଗ୍ରାମବାସୀମାନେ ସମ୍ରାଟ ସିକନ୍ଦରଙ୍କ ସୈନିକଙ୍କର ବଂଶୋଦ୍ଭବ ବୋଲି କହିଥାନ୍ତି । ଏଠାର ଲୋକମାନେ ରାଜ୍ୟର ଅନ୍ୟ ବାସିନ୍ଦାଙ୍କଠାରୁ ଭିନ୍ନ ଭାଷାରେ କହିଥାନ୍ତି । ମଲାଣାରେ କେହି ଦୁଆର ଛୁଇଁଲେ ଜୋରିମାନା ବାବଦକୁ ୧୦୦୦ରୁ ୨୭୦୦ ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡ଼ିଥାଏ । ଏହାସହ ମଦ୍ୟପାନ ଏବଂ ମାଂସ ଜାତୀୟ ଖାଦ୍ୟ ଖାଇଲେ ମଧ୍ୟ ଫାଇନ ଦେଇଥାନ୍ତି । ପଞ୍ଚାୟତର ମୁଖିଆଙ୍କ କହିବା ଅନୁଯାୟୀ ଦେବତାଙ୍କ ଆଦେଶକୁ କଡ଼ା ଭାବେ ପାଳନ କରାଯାଏ । ଗାଁର ପ୍ରବେଶ ଗେଟ୍‌ରେ ଇଂରାଜୀ ଏବଂ ହିନ୍ଦୀରେ ଲେଖାହୋଇଥିବା ନିୟମ ଓ ଆଇନକୁ ପଢ଼ି ଗାଁରେ ପ୍ରବେଶ କରିବାକୁ କୁହାଯାଇଥାଏ ।

ବିଚିତ୍ର ପାଣିଟାଙ୍କି ଥିବା ଗାଁ
ପଞ୍ଜାବ ଜଲନ୍ଧରର ଉªାଲା ଗାଁ ପ୍ରତ୍ୟେକ ଘରେ ଥିବା ବିଚିତ୍ର ପାଣିଟାଙ୍କି ପାଇଁ ଜଣାଶୁଣା । ଏଠାରେ ଥିବା ପ୍ରତ୍ୟେକ ଘର ସ୍ୱତନ୍ତ୍ର ପାଣି ଟାଙ୍କି ନମୁନା ଦ୍ୱାରା ଚିହ୍ନିତ କରାଯାଏ । ପ୍ରତି ଘରର ଛାତ ଉପରେ ଆପଣ କୌଣସି ସାଧାରଣ ପାଣିଟାଙ୍କି ଦେଖିବାକୁ ପାଇବେ ନାହିଁ । ବରଂ ଏଠାରେ ଆପଣ ଅନେକ ଆକାରର ଟାଙ୍କି ଦେଖିବେ । ଯେପରିକି ବିମାନ, ଘୋଡା, ଗୋଲାପ, କାର, ବସ୍‌ ଇତ୍ୟାଦି । ଯଦି କାହାର ଛାତ ଉପରେ ଏକ ଆର୍ମି ଟ୍ୟାଙ୍କ୍‌ ଦେଖାଯାଏ, ତେବେ ବୁଝିଯିବେ ଯେ ସେହି ଘରୁ କିଛି ସଦସ୍ୟ ସେନାରେ ମୁତୟନ ଅଛନ୍ତି । ଯଦି ଆପଣ ଛାତ ଉପରେ ଏକ ବିମାନ ଦେଖନ୍ତି, ତେବେ ସେହି ଘରର ଲୋକମାନେ ପ୍ରବାସୀ ଭାରତୀୟ ହୋଇଥିବା ନିଶ୍ଚିତ ବୋଲି ଧରିନେବେ ।

ସ୍ୱଚ୍ଛ ଗାଁ
ମେଘାଳୟର ମାୱଲିନନୋଙ୍ଗ ଗାଁର ପରିଚୟ ହେଉଛି ଏହାର ପMା ରାସ୍ତା, ଆଲୋକିତ ରାସ୍ତା ଏବଂ ଚାରିଆଡ଼େ ପରିଷ୍କାର ପରିଚ୍ଛନତା । ଏଠାରେ ଥିବା ରାସ୍ତାଗୁଡ଼ିକ ଏତେ ପରିଷ୍କାର ଯେ ଗଛରୁ ଖସିଯାଇଥିବା ପତ୍ର ମଧ୍ୟ ଦୂରରୁ ଦେଖାଯାଏ । ଏଠାକାର ଲୋକମାନେ ନିଜ ଭାଗ୍ୟ ନିଜେ ବଦଳାଇ ଗାଁକୁ ଏକ ଆଦର୍ଶ ଗାଁରେ ପରିଣତ କଲେ । ଏହି ସୁନ୍ଦର ଗାଁରେ ପ୍ଲାଷ୍ଟିକ୍‌ ବ୍ୟବହୃତ ହୁଏ ନାହିଁ । ଏଠାରେ ବାଉଁଶରେ ନିର୍ମିତ ଡଷ୍ଟବିନ ବ୍ୟବହାର କରାଯାଏ । ମାୱଲିନନୋଙ୍ଗ ଗାଁର ଲୋକମାନେ ସାମଗ୍ରୀ ନେବା ପାଇଁ କପଡ଼ାରେ ତିଆରି ବ୍ୟାଗ ବ୍ୟବହାର କରନ୍ତି । ଗାଁ ମହିଳା ସଶକ୍ତିକରଣର ଏକ ଉଦାହରଣ ମଧ୍ୟ ଦେଇଥାନ୍ତି । ଏଠାରେ ପିଲାମାନେ ମାଆର ସାଙ୍ଗିଆ ପାଆନ୍ତି ଏବଂ ପୈତୃକ ସମ୍ପତ୍ତି ମା’ ଦ୍ୱାରା ଘରର ସାନ ଝିଅକୁ ମିଳେ ।

ରୋଷେୟାଙ୍କ ଗାଁ
ପୁଡୁଚେରୀରୁ ପ୍ରାୟ ୩୦ କିଲୋମିଟର ଦୂର କଲାୟୁର ଗାଁ ଭିଲେଜ୍‌ ଅଫ୍‌ କୁକ୍ସ ନାମରେ ସାରା ଦେଶରେ ଜଣାଶୁଣା । ଏକ ରିପୋର୍ଟ ଅନୁଯାୟୀ ଗାଁରେ ବର୍ତ୍ତମାନ ୨୦୦ ପୁରୁଷ ରୋଷେୟା । ଗାଁରେ ପୁରୁଷଙ୍କୁ ଭଲ ରୋଷେୟା ହେବା ପାଇଁ ୧୦ ବର୍ଷ ଧରି ପ୍ରଶିକ୍ଷିତ କରାଯାଏ । ଏସମସ୍ତ ରୋଷେୟା ବିବାହ ଏବଂ ବିଭିନ୍ନ ସମାରୋହରେ ଭୋଜି ପ୍ରସ୍ତୁତ କରିବାର ଅର୍ଡର ନେଇଥାନ୍ତି । ଜଣେ ପୁରୁଷ ରୋଷେୟା ଏକାଥରେ ହଜାର ଲୋକଙ୍କ ଖାଦ୍ୟ ମଧ୍ୟ ତିଆରି କରିପାରେ । ତେବେ ଏହି ପରମ୍ପରା ଦୀର୍ଘ ୫୦୦ ବର୍ଷ ଧରି ଚାଲିଆସୁଛି । ଏହି ଗାଁରେ ପ୍ରାୟ ୮୦ଟି ଘର ରହିଛି, ସେଥିମଧ୍ୟରୁ ୨୦୦ ପୁରୁଷ ଏବେ ରୋଷେୟା ଭାବେ ବିଭିନ୍ନ ସ୍ଥାନରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ।

ସଂସ୍କୃତ କହୁଥିବା ଗାଁ
କର୍ଣ୍ଣାଟକର ମତ୍ତୁର ଗାଁରେ ପ୍ରବେଶ କରିବା ମାତ୍ରେ ଆପଣ କେବଳ ଶୁଣିବାକୁ ପାଇବେ ସଂସ୍କୃତ ଭାଷା । ମତ୍ତୁର ଦେଶର ଏକମାତ୍ର ଗାଁ ଭାବେ ଯେଉଁଠି ଆଜିବି ପ୍ରତି ଲୋକ ସଂସ୍କୃତରେ କଥାବାର୍ତ୍ତା ହୋଇଥାନ୍ତି । ଏହି ଗାଁର ଲୋକମାନେ ବୈଦିକ ଜୀବନଶୈଳୀକୁ ଆପଣାଇ ପ୍ରତିଦିନ ପ୍ରାଚୀନ ଗ୍ରନ୍ଥକୁ ଜପ କରିଥାନ୍ତି । ଏମାନଙ୍କ ପାଇଁ ସଂସ୍କୃତ ହିଁ ଭାବ ଆଦାନପ୍ରଦାନର ଏକମାତ୍ର ଭାଷା । ଏସବୁ ୧୯୮୧ରୁ ଆରମ୍ଭ ହୋଇଥିଲା, ଯେତେବେଳେ ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରୁଥିବା ସଂସ୍ଥା ସଂସ୍କୃତି ଭାରତୀ ମତ୍ତୁରରେ ୧୦ ଦିବସୀୟ ସଂସ୍କୃତ କର୍ମଶାଳାର ଆୟୋଜନ କରିଥିଲା । ଏହି ଗାଁରେ ପ୍ରାଚୀନ ବ୍ରାହ୍ମଣ ସମ୍ପ୍ରାଦୟର ନିବାସୀ, ଯେଉଁମାନେ ପ୍ରାୟ ୬୦୦ ବର୍ଷ ପୂର୍ବେ କେରଳରୁ ମତ୍ତୁର ଆସିଥିଲେ ଏବଂ ଏଠାରେ ହିଁ ସେମାନେ ବସତି ସ୍ଥାପନ କରିଥିଲେ । ମତ୍ତୁରରେ ଫଳ ବେପାରୀଠାରୁ ଆରମ୍ଭ କରି ସାଧାରଣ ଜନତା ଏବଂ ମନ୍ଦିରର ପୂଜାରୀ ସଂସ୍କୃତ କହିଥାନ୍ତି ।

@thetopmost-01
village @thetopmost-01
@thetopmost-01

https://thetopmost.in/?p=1721

https://thetopmost.in/?p=1714

https://thetopmost.in/?p=1657

https://thetopmost.in/?p=1758

SHARE BY