The Topmost

“The eyes believe themselves, the ears believe other people.”

mrunal-aditya

‘ଗୁମରାହ’ରେ ନୂଆ ଯୋଡ଼ି

ବଲିଉଡ୍‌ର ରୁପେଲି ପରଦାରେ ଆଜିକାଲି ନୂଆ ନୂଆ ଯୋଡ଼ିଙ୍କୁ ଦେଖିବାକୁ ମିଳୁଛନ୍ତି । ଏହି ଯୋଡ଼ି ବି ସ୍କ୍ରିନ୍‌ରେ ତାଙ୍କ କେମେଷ୍ଟ୍ରୀ ଦ୍ୱାରା ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଉଛନ୍ତି । ଏହିକ୍ରମରେ ଆଦିତ୍ୟ ରୟ କପୁର ଏବଂ ମୃଣାଳ ଠାକୁରଙ୍କ ଯୋଡ଼ି ଖୁବଶୀଘ୍ର ଏକ ନୂଆ କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ଗୁମରାହ’ରେ ନଜର ଆସିବାକୁ ଯାଉଛନ୍ତି । ଆଦିତ୍ୟ ଏବଂ ମୃଣାଳଙ୍କ ଏହି ଫିଲ୍ମର ସୁଟିଂ ଦୀର୍ଘ ଦିନରୁ ଜାରି ରହିଛି । ଏହାରି ମଧ୍ୟରେ ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ଶେଷ ହୋଇଥିଲେ ମଧ୍ୟ ପ୍ରାରମ୍ଭରୁ ଫିଲ୍ମର ନାମ ସ୍ଥିର କରାଯାଇନଥିଲା । ୨୦୧୯ରେ ରିଲିଜ୍‌ ହୋଇଥିବା ତାମିଲ ଆକ୍ସନ ଫିଲ୍ମ ‘ଥଡମ୍‌’ର ଏହା ହେଉଛି ହିନ୍ଦୀ ରିମେକ୍‌ । ଖବର ଅନୁଯାୟୀ ଫିଲ୍ମର ନାମ ନିକଟରେ ସ୍ଥିର କରାଯାଇ ‘ଗୁମରାହ’ ରଖାଯାଇଛି ।

ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଏହାର ଖାସ୍‌ କଥା ହେଉଛି, ଏଥିରେ ଆଦିତ୍ୟ ରୟ କପୁର ଡବଲ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ଏବଂ ଏହା ପୂର୍ବରୁ ଅଭିନେତାଙ୍କ ଏପରି ଅବତାର କେହି ଦେଖିନଥିବେ । ସେ ତାଙ୍କର ଉଭୟ ଚରିତ୍ରରେ ଦର୍ଶକଙ୍କୁ ଚକିତ କରିବା ପାଇଁ ପୁରାପୁରି ପ୍ରସ୍ତୁତି କରିଦେଇଛନ୍ତି । ସେହିପରି ନିକଟରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ତାଙ୍କ ଭୂମିକା ପାଇଁ ବେଶ୍‌ ଲୋକପ୍ରିୟତା ମିଳିଛି, ଏପରି ପରିସ୍ଥିତିରେ ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ଜଣେ ପୋଲିସ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଦର୍ଶକ ଆଦିତ୍ୟ ରୟ କପୁର ଏବଂ ମୃଣାଳଙ୍କୁ ବେଶ୍‌ ଗମ୍ଭୀର ଭୂମିକାରେ ଦେଖିବାକୁ ପାଇବେ । ଏହାକୁ ଭୂଷଣ କୁମାର ଏବଂ ମୁରାଦ ଖେତାନୀ ପ୍ରଯୋଜନା ଦେଇଥିବା ବେଳେ ହିନ୍ଦୀ ସଂସ୍କରଣକୁ ବର୍ଧାନ କେଟକର ନିର୍ଦ୍ଦେଶନା ଦେଉଛନ୍ତି । ଏଥିରେ ରୋନିତ୍‌ ରୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ।

https://thetopmost.in/?p=1721

http://yj

https://thetopmost.in/?p=1143

https://thetopmost.in/?p=1537