କିଛି ବ୍ୟକ୍ତି ଜାତକରେ ଏପରି ଯୋଗ ନେଇ ଜନ୍ମ ହୋଇଥାନ୍ତି ଯାହାଯୋଗୁ ସେମାନେ ସାରାଜୀବନ ଅୟସରେ ଓ ଥାଟବାଟରେ ବିତାନ୍ତି । ଏହାକୁ କୁହାଯାଏ ରାଜଯୋଗ । ରାଜଯୋଗ ବ୍ୟକ୍ତିକୁ ସର୍ବୋଚ୍ଚ ପ୍ରତିଷ୍ଠା ପ୍ରଦାନ କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ ୩୨ ପ୍ରକାର ରାଜଯୋଗ କଥା କୁହାଯାଇଛି । ଏସବୁ ଯୋଗ ଜାତକରେ ଥିବା ବିପରୀତ ଗ୍ରହମାନଙ୍କ ସବୁ ଚାଲ୍କୁ ପଣ୍ଡ କରିଦିଏ । ସୁଖ ସମୃଦ୍ଧି ଛଡ଼ା କ୍ଷମତାର ଅଧିକାରୀ ହେବା ମଧ୍ୟ ଏକ ରାଜଯୋଗ । ତେବେ ୩୨ଟି ଯାକ ରାଜଯୋଗ କୌଣସି ଜାତକରେ ନ ଥାଏ । ଯଦିବା କୌଣସି ଜାତକରେ ଥିବ ସେ ବିଶ୍ୱବିଜୟୀ ଶାସକ ଅବଶ୍ୟ ହେବେ ।
https://thetopmost.in/?p=1278
ପ୍ରମୁଖ ରାଜଯୋଗ ମଧ୍ୟରେ ବୁଧାଦିତ୍ୟ ଯୋଗ, ଗଜକେଶରୀ ଯୋଗ, ନୀଚଭଙ୍ଗ ରାଜଯୋଗ ଆଦି ଅନ୍ୟତମ । ନୀଚଭଙ୍ଗ ରାଜଯୋଗ ଅତି ପ୍ରଭାବଶାଳୀ । ଜାତକର ଷଷ୍ଠ, ଅଷ୍ଟମ ଓ ଦ୍ୱାଦଶ ଗୃହର ସ୍ୱାମୀ ଏହି ଭାବରେ ଥିଲେ ଉକ୍ତ ରାଜଯୋଗ ଘଟିଥାଏ । ଏପରି ବ୍ୟକ୍ତି ରାଜନୀତି ଓ ପ୍ରଶାସନରେ ଉଚ୍ଚପଦ ପାଇଥାନ୍ତି । ପୁଣି ଖୁବ୍ ଲୋକପ୍ରିୟତା ଅର୍ଜିଥାନ୍ତି । ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ନୀଚଭଙ୍ଗ ରାଜଯୋଗ କାରଣରୁ ବିଶ୍ୱସ୍ତରରେ ପ୍ରଖ୍ୟାତ ବ୍ୟକ୍ତି ହୋଇଥାନ୍ତି ।
2 thoughts on “Raaj yog in a human’s astrological zodiac sign”