The Topmost

“The eyes believe themselves, the ears believe other people.”

sedg

ମାଗଣା ଟ୍ରେନ୍‌ ଯାତ୍ରା

ଯେତେବେଳେ ବି ଟ୍ରେନ୍‌ରେ ଯିବାକୁ ହୋଇଥାଏ ଟିକେଟ୍‌ କିଣିବା ବାଧ୍ୟତାମୂଳକ ଥାଏ । ବିନା ଟିକେଟ୍‌ରେ ଗଲେ ଯାତ୍ରୀଙ୍କୁ ଜରିମାନା ଦେବାକୁ ହୋଇଥାଏ । ତେବେ ଭାରତରେ ଏଭଳି ବିରଳ ଟ୍ରେନ୍‌ ମଧ୍ୟ ଅଛି ଯାହା ୭୩ ବର୍ଷ ହେଲାଣି ମାଗଣା ରେଳ ସେବା ଦେଉଛି । ଭକରା ରେଳ ପାଖାପାଖି ୭୩ ବର୍ଷ ହେଲାଣି ତା ଯାତ୍ରୀଙ୍କୁ ମାଗଣା ନେବା ଆଣିବା କରୁଛି । ଏହି ଟ୍ରେନଟି ନାନଗଲ ଓ ଭକରା ମଧ୍ୟରେ ଯାତ୍ରା କରୁଛି । ଏହି ରୁଟ୍‌ରେ ଭକରା ରେଳରେ ପାଖାପାଖି ୨୫ଟି ଗାଁର ୩୦୦ରୁ ଅଧିକ ଯାତ୍ରୀ ଯିବା ଆସିବା କରନ୍ତି । ଏଥିରେ ସ୍କୁଲପିଲା ମଧ୍ୟା ସାମିଲ ଅଛନ୍ତି । ୧୯୪୮ରେ ଏହି ରେଳ ସେବା ସ୍ଥାପନା କରାଯାଇଥିଲା । ସେତେବେଳେ ନାନଗଲ ଓ ଭକରା ମଧ୍ୟରେ ଯାତାୟତର କୌଣସି ସାଧନ ନଥିଲା ତେଣୁ ଏଠାରେ ରେଳ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ଅନୁଯାୟୀ ଭକରା ରେଳର ସ୍ଥାପନା କରାଯାଇଥିଲା ।

୧୯୫୩ ମସିହା ପର୍ଯ୍ୟନ୍ତ ଏହା ଷ୍ଟିମ୍‌ ଇଞ୍ଜିନ୍‌ ସହାୟତାରେ ଚାଲୁଥିଲା, ହେଲେ ପରେ ଏହାର ଆଧୁନିକରଣ ପାଇଁ ଚେଷ୍ଟା ଆରମ୍ଭ ହୋଇଥିଲା । କିନ୍ତୁ ଟ୍ରେନ୍‌ଟି ବର୍ତ୍ତମାନ ନିଜର ୬୦ ବର୍ଷର ପୁରୁଣା ଇଞ୍ଜିନ ସହାୟତାରେ ଚାଲିଛି । ସବୁଦିନ ଟ୍ରେନ୍‌ଟି ସକାଳ ୭.୦୫ରେ ନନଗାଲ ଷ୍ଟେସନରୁ ବାହାରି ଭକରାରେ ସକାଳେ ସକାଳ ୮.୨୦ରେ ପହଞ୍ଚିଥାଏ । ପୁଣିଥରେ ଟ୍ରେନ୍‌ଟି ନନଗାଲରୁ ୩.୦୫ରେ ବାହାରି ଭକରାରେ ଅପରାହ୍ନ ୪.୨୦ରେ ପହଞ୍ଚିଥାଏ । ଭକରା ଓ ନନଗାଲ ମଧ୍ୟରେ ଟ୍ରେନ୍‌ଟି ପ୍ରତିଦିନ ୧୩ କିମିର ଯାତ୍ରା କରିଥାଏ । ଏହି ଟ୍ରେନ କାରଣରୁ ଅନେକ ଗରିବ ଶ୍ରେଣୀର ଲୋକଙ୍କୁ ସହାୟତା ମିଳିଥାଏ । ତେବେ ୨୦୧୧ରେ ଆର୍ଥିକ ଅସୁବିଧା କାରଣରୁ ଟ୍ରେନ୍‌କୁ ବନ୍ଦ କରାଯିବା ପାଇଁ ଯୋଜନା କରାଯାଇଥିଲା ହେଲେ ପରେ ଏହାକୁ ପୁଣି ଚାଲୁ ରଖାଯାଇଥିଲା ।

https://thetopmost.in/?p=1290

https://thetopmost.in/?p=1425

https://thetopmost.in/?p=1200

https://thetopmost.in/?p=1022