ବାଇ ଚଢେଇ!
ପ୍ରକୃତିର ବନ୍ଧୁ ବାଇ ଚଢେଇ । ଛୋଟ ଛୋଟ କିଟପତଙ୍ଗ ତା’ର ଖାଦ୍ୟ । ଦେଖିବାକୁ କଳା ଓ ଧୂସର ରଙ୍ଗର ଶରୀର । ୪ରୁ୫ ଅଙ୍ଗୁଳି ବିଶିଷ୍ଟ ସୁନ୍ଦର ଓ କାରୀଗର ପକ୍ଷୀଟିଏ। ଜନବସତି ଓ ଜଳାଶୟ ପାଖ ଉଚ୍ଚବୃକ୍ଷ ମାନଙ୍କରେ ବସା ବାନ୍ଧିଥାଏ। ସେ ତା’ର ଥଣ୍ଟରେ ଆଣିଥିବା କାଠି, କୁଟା ଓ ଘାସ ସାହାଯ୍ୟରେ ଲାଉତୁମ୍ବା ସଦୃଶ ବସା ତିଆରି କରେ । ତା’ର କାରିଗରୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଯେତେ ଝଡ଼, ବର୍ଷା ହେଲେ ମଧ୍ୟ ତା’ର ବସାଟି ସୁରକ୍ଷିତ ଥାଏ। ବର୍ଷା, ପାଣି, ପବନ ତାର କିଛି କ୍ଷତି କରିପାରେ ନାହିଁ। କୃଷକର କ୍ଷେତରୁ ବୀଜ ସଂଗ୍ରହକରି ଖାଉଥିଲେ ମଧ୍ୟ ତା’ର ମୁଖ୍ୟ ଖାଦ୍ୟ ହେଲା କୀଟ, ପତଙ୍ଗ । ତେଣୁ ତାକୁ କୃଷକର ବନ୍ଧୁ କୁହାଯାଏ।
ପାଣିପାଗ ପରିବର୍ତ୍ତନ ହେଲେ ମଣିଷ ବ୍ୟସ୍ତ ହୋଇଇପଡେ଼ । ମାତ୍ର ସେ ଅତି ଆନନ୍ଦରେ ରହିଥାଏ। ବାଇ ଚଢେଇର ଏକ ବିଶେଷତ୍ଵ ହେଲା, ସେମାନେ ଗୋଟିଏ ସ୍ଥାନରେ ବସା ବାନ୍ଧି ରହନ୍ତି। ଐକବଦ୍ଧ ଭାବରେ ଯେଉଁଠି ତାଳ, ଖଜୁରୀ ବୃକ୍ଷ ଥାଏ ସେଠାରେ ଶହଶହ ସଂଖ୍ୟାରେ ସେମାନେ ରହିଥାନ୍ତି। ବାଇ ଚଢେଇ ସହିତ ଆମ ସମାଜର ନିବିଡ଼ ସଂପର୍କ ରହିଅଛି। କେଉଁ ପ୍ରାଚୀନ କାଳରୁ ଆମ ସାହିତ୍ୟ, ସଂସ୍କୃତି ତଥା ପୁରାଣରେ ମଧ୍ୟ ଯୋଡ଼ି ହୋଇଛି ବାଇ ଚଢେଇ।
ମାତ୍ର ପରିତାପର ବିଷୟ ଘନଘନ ଜଙ୍ଗଲ କ୍ଷୟ ତାଳ ଓ ଖଜୁରୀ ଗଛ ଲୋପ ପାଇଯିବା ଫଳରେ ବାଇ ଚଢେଇ ଆଉ ପାଉନି ବସା ନିର୍ମାଣ ପାଇଁ ଗଛ। ମୋବାଇଲ ଟାୱାର ବିକିରଣ, ରାସାୟନିକ ସାର ଓ ଔଷଧ ବାୟା ପାଇଁ ବିଲୁପ୍ତର ପଥ ସାଜିଛି। ଆଉ ଦେଖିବାକୁ ମିଳୁନାହାଁନ୍ତି ବାଇ ଚଢେଇ। ଏହାର ସୁରକ୍ଷାପାଇଁ ସଜାଗ ନହେଲେ ହୁଏତ ଆଉ କିଛି ଦିନ ଭିତରେ ବିଲୁପ୍ତ ହୋଇଯିବ ପୃଥିବୀ ବକ୍ଷରୁ ଏହି ପ୍ରକୃତିର ବିନ୍ଧାଣୀ।
More Stories
ପତଳା ଶରୀର ପାଇଁ ଚିନ୍ତିତ କି, କରନ୍ତୁ ଏହି ଉପାୟ
ଜାଣନ୍ତୁ ସ୍ବାସ୍ଥ୍ୟ ପ୍ରତି କେତେ ଭୟଙ୍କର ଚା
ଉଚ୍ଚ ବିପି ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ? ପ୍ରତିଦିନ ପିଅନ୍ତୁ ଏହି ସୁସ୍ଥ ପାନୀୟ