ମିରାକିଲ୍ ଗାର୍ଡେନ୍
ସାଧାରଣ ଫୁଲ ବଗିଚାଟିଏ ସମସ୍ତଙ୍କୁ ଆର୍କଷଣୀୟ ଲାଗିଥାଏ । ତେବେ ବିଶ୍ୱରେ ଏଭଳି ଅନେକ ବଗିଚା ରହିଛି ଯାହା ନିଜର ସୌନ୍ଦର୍ଯ୍ୟ ପାଇଁ ପ୍ରର୍ଯ୍ୟଟକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇପାରିଛି । ସେହିଭଳି ଦୁବାଇରରେ ରହିଛି ମିରାକିଲ୍ ଗାର୍ଡେନ୍ ଯାହା ଦୁନିଆର ସବୁଠାରୁ ବଡ ଫୁଲ ବଗିଚା ।
ଦୁବାଇର ଦୁବାଇଲାଣ୍ଡ ଜିଲ୍ଲାରେ ରହିଛି ମିରାକିଲ୍ ଗାର୍ଡେନ୍ । ୨୦୧୩ ମସିହା ଭ୍ୟାଲେଣ୍ଟାଇନ୍ ଡେ ଦିନ ଏହି ବଗିଚାକୁ ଖୋଲା ଯାଇଥିଲା । ୭୨ ହଜାର ସ୍କୋୟାର୍ ମିଟର ପରିଧିରେ ବ୍ୟାପ୍ତ ଏହି ବଗିଚା ଦୁନିଆର ସବୁଠାରୁ ବଡ ଫୁଲ ବଗିଚା । ଏହି ବଗିଚାରେ ପ୍ରାୟ ୫୦ ମିଲିଅନ୍ରୁ ଊର୍ଦ୍ଧ୍ୱ ଫୁଲ ଥିବାବେଳେ ୨୫୦ ମିଲିଅନ ଗଛ ରହିଛିି । ବଗିଚାଟିକୁ ନିର୍ମାଣ କରିବା ପାଇଁ ପାଖାପାଖି ୪୦ ମିଲିଅନ ଡଲାର ଖର୍ଚ୍ଚ ହୋଇଛି । ବଗିଚାଟି ପ୍ରତିବର୍ଷ ଅକେଫାବରରୁ ଏପ୍ରିଲ୍ ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ମଇ ମାସରୁ ସେପେଫମ୍ବର ମାସ ପର୍ଯ୍ୟନ୍ତ ବନ୍ଦ ରହିଥାଏ । କାରଣ ଏହି ମାସରେ ତାପମାତ୍ରାରେ ବୃଦ୍ଧି ଘଟିଥାଏ । କେବଳ ଯେ ଫୁଲ ତାହା ନୁହେଁ ଏଠାରେ ରହିଛି ଦୁନିଆର ସବୁଠାରୁ ବଡ ଇନ୍ଡୋର ପ୍ରଜାପତି ବଗିଚା, ଯାହା ୨୦୧୫ରେ ଖୋଲାଯାଇଥିଲା । ଏହି ସାଞ୍ଚୁରୀରେ ୨୬ ପ୍ରଜାତିର ପ୍ରାୟ ୧୫,୦୦୦ ପ୍ରଜାପତି ଅଛନ୍ତି । ଏହି ସୁନ୍ଦର ଗାର୍ଡେନ୍ ନାଁ ତିନୋଟି ଗିନଜ୍ ବିଶ୍ୱ ରେକର୍ଡରେ ବି ସାମିଲ ହୋଇଛି । ୨୦୧୩ରେ ଏହାକୁ ଦୁନିଆର ସବୁଠାରୁ ବଡ ଭର୍ଟିକାଲ ଗାର୍ଡେନର ଆଖ୍ୟା ଦିଆଯାଇଛି ।
ଏହି ଗାର୍ଡେନ୍ରେ ଏଭଳି ଅନେକ ସାମଗ୍ରୀ ରହିଛି, ଯାହାର ସୌନ୍ଦର୍ଯ୍ୟ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବାନ୍ଧ ରଖିବାରେ ସଫଳ ହୋଇଥାଏ । ଏଠାରେ କେବଳ ଯେ ଫୁଲଗଛ ଅଛି ତାହା ନୁହେଁ, ଏହା ବ୍ୟତିତ ଏଠାରେ ବିଭିନ୍ନ କଳାକୃତ୍ତି ରହିଛି ଯାହା ଏହି ଗାର୍ଡେନ୍ର ଶୋଭା ବର୍ଦ୍ଧିତ କରିଥାଏ । ସେଥିରେ ଅନେକ କଳାକୃତ୍ତି ସାମିଲ, ତେବେ ସେଥିମଧ୍ୟରୁ କେତେକ ପର୍ଯ୍ୟଟକଙ୍କ ଦୃଷ୍ଟିରେ ଆଗ ପଡିଥାଏ । ସେହି କଳାକୃତ୍ତି ତାଲିକାରେ ପ୍ରଥମେ ରହିଛି ଫ୍ଲୋଟିଙ୍ଗ ଲେଡି । ଏହି ମୂର୍ତ୍ତିଟି ବିଭିନ୍ନ ଭାବନାକୁ ପ୍ରତିପାଦିତ କରିଥାଏ । ଏହା ଫ୍ଲୋରାଲ କଳାକୃତ୍ତିର ଏକ ନିଆରା ଉଦାହରଣ । ଏଥିରେ ଜଣେ ମହିଳା ଫୁଲର ବସ୍ତ୍ର ପିନ୍ଧି ଆକଶକୁ ମୁହଁ କରି ଶୋଇଥିବାର ନଜର ଆସିଥାନ୍ତି । ତେବେ ଏହାକୁ ଏଭଳି ନିର୍ମାଣ କରାଯାଇଛି, ଯାହା ଏକ ଭାସମାନ ସାମଗ୍ରୀର ଭ୍ରମ ସୃଷ୍ଟି କରିଥାଏ । ଏଭଳି ଅନେକ କଳାକୃତ୍ତି ଏହାକୁ ମ୍ୟାଜିକାଲ ଗାର୍ଡେନ୍ର ଆଖ୍ୟା ଦେଇଥାଏ ।
ସେହିଭଳି ବିଶ୍ୱର ଫୁଲରେ ସବୁଠାରୁ ବଡ କଳାକୃତ୍ତି ଏଠାରେ ରହିଛି । ଏମିରେଟ୍ସ ଏ୩୮୦ ଏୟାରବେସ୍ର ଅବିକଳ ନକଲ ଏଠାର ନିର୍ମାଣ କରାଯାଇଛି । ତେବେ ଏହି ପୂରା ସେଟ୍ଅପ୍କୁ ଫୁଲରେ କରାଯାଇଛି । ଏହାକୁ ନିର୍ମାଣ କରିବାକୁ ୧୮୦ ଦିନ ଲାଗିଥିବା ବେଳେ ଏଥିରେ ୫୦୦,୦୦୦ ଫୁଲ ସହ ଗଛ ଲାଗିଛି । ସେହିଭଳି ଏଠାରେ ପ୍ରସ୍ତୁତ ହୋଇଥାଏ ଫ୍ଲାୱର ପରେଡ୍ । ସଙ୍ଗୀତର ତାଳେତାଳେ ଷ୍ଟ୍ରିଟ୍ ଡ୍ୟାନ୍ସର ମାନେ ଏହାକୁ ପ୍ରସାରଣ କରନ୍ତି, ଯାହା ଏହି ଗାର୍ଡେନ୍ର ଶୋଭା ବଢାଇଥାଏ । ସେହିଭଳି ଡିଜିନ୍ ସହିତ ଏହି ଗାର୍ଡେନ୍ର ଚୁକ୍ତି ରହିଛି । ତେଣୁ ଏଠାରେ ଡିଜିନ୍ କ୍ୟାରେକଫର ଯେପରି ମିକି ମାଉସ୍, ମିନି ମାଉସ୍, ଗୁଫି, ଡେଜି ଡକ୍ ଆଦିଙ୍କର ଗଛରୁ ନିର୍ମିତ କଳାକୃତ୍ତି ରହିଛି । ତେବେ ଏ ସମସ୍ତ କଥା ଏହି ଗାର୍ଡେନ୍କୁ ଦେଇଛି ବିଶ୍ୱ ସ୍ତରୀୟ ପରିଚୟ ।
2 thoughts on “Miracle garden of Dubai”