The Topmost

“The eyes believe themselves, the ears believe other people.”

INDIA'S biggest food thaali (buffet)

INDIA’S biggest food thaali (buffet)

ଭାରତୀୟ ଥାଳି
ସମଗ୍ର ଦୁନିଆରେ ଭାରତନିଜ ଖାଦ୍ୟପେୟକୁ ନେଇ ପ୍ରସିଦ୍ଧ ଲାଭ କରିଛି । ଏପରି ବି କୁହାଯାଏ ଯେ ଦେଶର ପ୍ରତି ୧୦୦ କିଲୋମିଟର ପରେ ଲୋକଙ୍କ ଭାଷା ଏବଂ ଖାଦ୍ୟପେୟର ସ୍ୱଭାବରେ ପରିବର୍ତ୍ତନ ପରିଲିକ୍ଷତ ହୋଇଥାଏ । ସ୍ୱାଦିଷ୍ଟ ବ୍ୟଞ୍ଜନ ହିଁ ଏହାର ମୂଳ କାରଣ । ଯଦିଓ ଗତ କିଛି ବର୍ଷରୁ ଭାରତରେ ବିଦେଶ ଖାଦ୍ୟର ଚାହିଦା ବଢିଛି, କିନ୍ତୁ ଦେଶର ଥାଳି ସିଷ୍ଟମ ସର୍ବଦା ହିଁ ଲୋକପ୍ରିୟ ହୋଇରିହଛି । ଏଥିରେ ଗ୍ରାହକଙ୍କୁ ଏକାଠି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପରଷାଯାଇଥାଏ ।

INDIA'S biggest food thaali (buffet)
INDIA’S biggest food thaali (buffet) @thetopmost-01

ଖଲି ବଲି ଥାଳି: ଦିଲ୍ଲୀର କନାର୍ଟ ପ୍ଲେସ ସ୍ଥିତ ଅରଡୋର୍‌ ୨.୧ ରେଷ୍ଟୁରାଣ୍ଟରେ ଭାରତର ବିଶାଳ ଥାଳିର ଆନନ୍ଦ ଉଠାଇପାରିବେ । ଏହି ଥାଳିର ନାମ ଖଲି ବଲି ଥାଳି ରହିଛି । ଏଥିରେ ୨୦ରୁ ୨୫ ପ୍ରକାର ବ୍ୟଞ୍ଜନ ମିଳିଥାଏ । ଏଠାରେ ନିରାମିଷ ଥାଳିର ଦାମ ୧ ହଜାର ୯୯୯ ଟଙ୍କା ଥିବା ବେଳେ ଆମିଷ ଥାଳି ପାଇଁ ଆପଣଙ୍କୁ ୨ ହଜାର ୨୯୯ ଟଙ୍କା ଦେବାକୁ ପଡ଼ିବ । ଏହାକୁ ଶେଷ କରିବା ପାଇଁ ୫ରୁ ୬ ଲୋକ ଦରକାର ।

INDIA'S biggest food thaali (buffet)
INDIA’S biggest food thaali (buffet) @thetopmost-01

ଦାରା ସିଂହ ଥାଳି: ମୁମ୍ବାଇର ମସାଲେଦାର୍‌ ବାଏ ମିନି ପଞ୍ଜାବ ନାମର ରେଷ୍ଟୁରାଣ୍ଟରେ ଭାରତର ଅନ୍ୟତମ ସବୁଠୁ ବଡ଼ ଆମିଷ ଥାଳି ପରଷାଯାଏ । ଦାରା ସିଂହ ନାମର ଏହି ଥାଳିରେ ଭାତ, ବିରିୟାନୀ ଏବଂ ତିନି ପ୍ରକାରର ରୁଟି ସହ ଅନ୍ୟ ପ୍ରକାର ବ୍ୟଞ୍ଜନ ରହିଥାଏ ।

ବାହୁବଳି ଥାଳି: ଏହି ବିଶାଳ ଥାଳିର ସ୍ୱାଦକୁ ଉପଭୋଗ କରିବା ପାଇଁ ଆପଣଙ୍କୁ ପୁଣେର ଆଓଜି ଖାଓଜି ନାମକ ରେଷ୍ଟୁରାଣ୍ଟକୁ ଯିବାକୁ ପଡ଼ିବ । ଏହା ସମ୍ପୂର୍ଣ୍ଣ ଭାବେ ଶାକାହାରୀ ଥାଳି । ଆମିଷକୁ ପସନ୍ଦ କରୁନଥିବା ଲୋକଙ୍କ ପାଇଁ ଏହା ସର୍ବୋତ୍ତମ ଥାଳି । ଏହି ବାହୁବଳି ଥାଳିର ଦାମ ୨ ହଜାର ଟଙ୍କା ।

ମହାରାଜ ଭୋଗ ଥାଳି: ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ମହାରାଜ ଭୋଗ ଥାଳି ନାମରେ ୪୨ ଇଞ୍ଚ୍‌ର ବିଶାଳ ଥାଳି ପରାଷାଯାଏ । ଏହାକୁ ଭାରତର ସବୁଠୁ ବଡ଼ ଥାଳି ଭାବେ ବିବେଚନା କରାଯାଏ । ଏଥିରେ ମୋଟ ୫୬ଟି ବ୍ୟଞ୍ଜନ ଖାଇବାକୁ ଦିଆଯାଏ ।

କେସରିୟା ଥାଳି: ବେଙ୍ଗାଳୁରୁରେ ରହି ଯଦି ଆପଣ ଉତ୍ତର ଭାରତୀୟ ଖାଦ୍ୟକୁ ମନେ ପକାଉଛନ୍ତି, ତାହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ବେଙ୍ଗାଳୁରୁରେ କେସରିୟା ନାମକ ରେଷ୍ଟୁରାଣ୍ଟରେ ଏହି ଥାଳି ପରିବେଷଣ କରାଯାଏ । ଏଥିରେ ମୋଟ ୩୨ଟି ନର୍ଥ ଇଣ୍ଡିଆନବ୍ୟଞ୍ଜନ ଅନ୍ତର୍ଭୁକ୍ତ ରହିଛି । ଏହି ଥାଳି ସହ ଗ୍ରାହକଙ୍କୁ େୱଲକମ୍‌ ଡ୍ରିଙ୍କ୍ସ ମଧ୍ୟ ଦିଆଯାଏ ।

ରାଜସ୍ଥାନୀ ଥାଳି: ଯଦି ଆପଣ ପାରମ୍ପରିକ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ତେବେ ରାଜସ୍ଥାନର ଚୌକୀ ଧନୀରେ ସ୍ଥିତ ଚୌପାଲ ନାମକ ୫ ତାରକା ବିଶିଷ୍ଟ ହୋଟଲେ ଯାଆନ୍ତୁ । ଏଠାରେ ଗ୍ରାହକଙ୍କୁ ରାଜସ୍ଥାନର ପାରମ୍ପରିକ ବ୍ୟଞ୍ଜନ ଦିଆଯାଏ ।

https://thetopmost.in/?p=1410

https://thetopmost.in/?p=1382

https://thetopmost.in/?p=1374

https://thetopmost.in/?p=1413

SHARE BY