ଫ୍ଲୋରାଲ ଚା’
ଭାରତର ଜାତୀୟ ପାନୀୟ କହିଲେ ଚା’କୁ ହିଁ ବୁଝାଇଥାଏ । ବାହାଘର ହେଉ କି ଜନ୍ମଦିନ ସବୁସ୍ଥାନରେ ଏହାର ଚାହିଦା ଥାଏ । କେହି ବନ୍ଧୁ ଆସି ପହଞ୍ଚିବା ସମୟ ହେଉ କି ଯିବା ସମୟ ସବୁବେଳେ ସମସ୍ତଙ୍କୁ ଅଫର କରାଯାଏ ଚା’ କପ । ସକାଳକୁ ରିଫ୍ରେସ୍ କରିବା ହେଉ କିମ୍ବା ସନ୍ଧ୍ୟାରେ ସୁନ୍ଦର ମୁହୁର୍ତ୍ତ ବିତାଇବା ପାଇଁ ସବୁସମୟରେ ଭାରତୀୟମାନେ ଖୋଜିଥାଆନ୍ତି ଚା’ । ତେବେ ଆଜିକାଲିର ବିଭିନ୍ନ କିସମର ଚା’ ଭିତରେ ଫ୍ଲୋରାଲ୍ ଟି ବେଶ୍ ଆଦୃତ୍ତ ହୋଇପାରିଛି ।
ତେବେ ଭାରତୀୟ ବଜାରରେ ବିଭିନ୍ନ କିସମର ଚା’ ମିଳିଥାଏ । ନାଲି ଚା’, କ୍ଷୀର ଚା’, ହର୍ବାଲ ଟି, ଲେମନ ଟି, ଗ୍ରୀନ ଟି ଆଦି ଅନେକ ଚା’ ରହିଛି । ହେଲେ ଫୁଲକୁ ବି ଚା’ରେ ବ୍ୟବହାର କରିହେବ ତାହା ଶୁଣିଲେ ଟିକେ ଅଜବ ଲାଗେ । ତେବେ ଏଭଳି ମଧ୍ୟ କେତେକ ଚା’ ରହିଛି ଯାହାକୁ ଫୁଲ ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ । ଏହି ଚା’ ଗୁଡିକ ସ୍ୱାସ୍ଥ୍ୟକର ହେବା ସହିତ ସୁସ୍ୱାଦୁ ମଧ୍ୟ ହୋଇଥାଏ । କେତେକ ସ୍ୱତନ୍ତ୍ର ଧରଣର ଫୁଲକୁ ବ୍ୟବହାର କରି ଏହି ଚା’କୁ ପ୍ରସ୍ତୁତ କରାଯାଇଥାଏ । ଏଥିରୁ କେତେକ ରେଡିମେଟ୍ ମଧ୍ୟ ମିଳିଥାଏ, ଯାହାକୁ ବଜାରରୁ ସିଧା ଆଣି ବ୍ୟବହାର କରିହେବ । ତେବେ ଆସନ୍ତୁ ପଢିବା ସେହିଭଳି କିଛି ଫ୍ଲୋରାଲ ଚା’ ସମ୍ଭନ୍ଧରେ ।
ଚାମୋମିଲେ ଟି
ଫ୍ଲୋରାଲ ଚା’ ମଧ୍ୟରେ ଏହାକୁ ରାଜା ବୋଲି କୁହନ୍ତି । ଏହି ଚା’କୁ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଧରଣର ଫୁଲକୁ ବ୍ୟବହାର କରାଯାଇଥାଏ । ଏହି ଚା’ ଅନେକ ଦିନରୁ ବ୍ୟବହାର ହୋଇ ଆସୁଛି । ହର୍ବାଲ ମେଡିସିନ୍ରେ ଏହାକୁ ଔଷଧୀୟ ଚା’ ଭାବେ ବ୍ୟବହାର କରାଯାଇଥାଏ । ଏହାର ସ୍ୱାଦ ମିଠା ଓ ସେଓ ଫ୍ଲେବରର ହୋଇଥାଏ । ଏହି ଚା’କୁ ସମସ୍ତ ବର୍ଗର ଲୋକ ପିଇବାକୁ ପସନ୍ଦ କରିଥାଆନ୍ତି । ସେହିଭଳି ଏହା ମନକୁ ଶାନ୍ତି ଦେଇ ଚାପ ମୁକ୍ତ କରାଇଥାଏ । ସେହିଭଳି ଯେଉଁ ଲୋକଙ୍କର ନିଦ ସମ୍ବନ୍ଧୀୟ ଅସୁବିଧା ଥାଏ ସେମାନଙ୍କ ପାଇଁ ଏହା ବିଶେଷ ଲାଭ ଦାୟକ ହୋଇଥାଏ ।
ଲାଭେଣ୍ଡର ଟି
ଲାଭେଣ୍ଡର ଫୁଲ ବ୍ୟବହାର କରି ଦୁନିଆର ଅନେକ ଅତର ପ୍ରସ୍ତୁତ କରାଯାଇଥାଏ । ତେବେ ଏହି ଫୁଲର କିଛି ଶୁଖିଲା ପାଖୁଡାରେ ଭରି ରହିଥାଏ ସ୍ୱାସ୍ଥ୍ୟପୋଯୋଗୀ ଗୁଣ । ଅଧାଚାମଚ ଶୁଖିଲା ଲାଭେଣ୍ଡର ଫୁଲର ଗୁଣ୍ଡ ଶରୀର ପାଇଁ ବେଶ୍ ଉପକାରୀ । ଏହା ଏଙ୍ଗଜାଇଟ୍ ସହ ମାନସିକ ଚାପରୁ ମୁକ୍ତି ଦେଇଥାଏ । ଏହି ଚା’ କେଶ ଝଡିବାକୁ ମଧ୍ୟ ରୋକିଥାଏ । ଏଥିରେ ଆଣ୍ଟି ଏଜିଂ ଗୁଣ ଭରପୂର ହୋଇ ରହିଛି ।
ବୋରେଜ୍ ଟି
ଏହି ନିଆରା ଚା’ ନିଜର ରଙ୍ଗ ପାଇଁ ବେଶ୍ ପରିଚିତ । ଏହାର ଗାଢ ନୀଳ ରଙ୍ଗ ସମସ୍ତଙ୍କୁ ଆକୃଷ୍ଠ କରିବାରେ ସକ୍ଷମ ହୋଇଥାଏ । ଏହି ଚା’ର ଅନେକ ଔଷଧୀୟ ଗୁଣ ରହିଛି । ଏହି ଚା’ ସୁଗାର ଲେବୁଲକୁ ନିୟନ୍ତ୍ରଣ କରିଥାଏ । ତେଣୁ ଏହାକୁ ପିଇବାର ଅନେକ ଫାଇଦା ରହିଛି ।
ରୋଜ୍ ଟି
ରୋଜ୍ ଟିର ସୌନ୍ଦର୍ଯ୍ୟ ଆଗରେ ଅନ୍ୟ ସମସ୍ତେ ଫିକା । ଏହା ବିଭିନ୍ନ ପ୍ରକାର ରଙ୍ଗରେ ମିଳିଥାଏ । ଏହାକୁ ଚା’ପତି ସହ ମିଶାଯାଇ ଅଲଗା ସ୍ୱାଦରେ ପ୍ରସ୍ତୁତ କରାଯାଇଥାଏ । ତେବେ ଏହାର ମାତ୍ରାକୁ ଧ୍ୟାନର ସହ ମିଶାଯାଏ କାରଣ ଏହାର ମାତ୍ରାଧିକ ବ୍ୟବହାର ସୁରକ୍ଷିତ ନୁହେଁ । ଏହା ରକ୍ତ ସଞ୍ଚାଳନରେ ସହାୟକ ହୋଇଥାଏ ।
ହିବିସ୍କସ୍ ଟି
ଏହାର ଟ୍ୟାଙ୍ଗି ସ୍ୱାଦ ଏହାକୁ ନିଆରା କରିଥାଏ । ଚା’ର ସ୍ୱାଦ ଉଭୟ ଥଣ୍ଡା ଓ ଗରମରେ ନିଆରା ଥାଏ । ଏହାର ରଙ୍ଗ ଗାଢ ନାଲି ହେବା ସହ ଏଥିରେ ବିଭିନ୍ନ ପ୍ରକାରର ଚେରମୂଳି ସାମିଲ ଥାଏ । ଏଥିରେ ଅତ୍ୟଧିକ ମାତ୍ରାରେ ଭିଟାମିନ୍ ସି ରହିଥାଏ, ଯାହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ସେହିଭଳି ଏହି ଚା’ ପିଇବା ଦ୍ୱାରା ରକ୍ତଚାପ ଓ କୋଲଷ୍ଟ୍ରଲ୍ ନିୟନ୍ତ୍ରଣରେ ରହିବା ସହିତ ମୁଣ୍ଡବିନ୍ଧା କମିଥାଏ ।
ଜାସ୍ମିନ୍ ଟି
ଜାସ୍ମିନ୍ ଗ୍ରୀନ ଟିରେ ବ୍ୟବହାର ନେଇ ବେଶ୍ ପରିଚିତ । ଏହି ଫୁଲର ବ୍ୟବହାର କରି ଯେ କେବଳ ସୁସ୍ୱାଦୁ ଚା’ ପ୍ରସ୍ତୁତ ହୋଇଥାଏ ତାହା ନୁହେଁ ଏହା ବେଶ୍ ସ୍ୱାସ୍ଥ୍ୟକର ମଧ୍ୟ । ମାନସିକ ଚାପ ମୁକ୍ତ କରିବାସହ ରକ୍ତଚାପ ନିୟନ୍ତ୍ରଣରେ ମଧ୍ୟ ଏହା ସହାୟ ହୋଇଥାଏ ।
1 thought on “Different types of floral tea is in trend .”